ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

କେନ୍ଦୁପଡା ଗ୍ରାମର ୧୭ ଜଣ ଝାଡା ରୋଗରେ ଆକ୍ରାନ୍ତ ଡାକ୍ତରଖାନାରେ ଭର୍ତ୍ତି

ଥୁଆମୂଳ ରାମପୁର:୩/୯- (ମନିସ):– ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରକୋପ ଶେଷ ହେବା ପରେ ପରେ ସ୍ଥାନେ ସ୍ଥାନେ ଝାଡାବାନ୍ତି ତୋ କେଉଁଠି ଝାଡା ରୋଗରେ ଲୋକେ ଆକ୍ରାନ୍ତ ହେଉଥିବା ସୂଚନା ରହିଛି। ପ୍ରାପ୍ତ ସୂଚନାରୁ ଜଣାଯାଇଛି ଯେ, କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକର ଦୁର୍ଗମ ଅଞ୍ଚଳରେ ଏହି ଅଳ୍ପ ଦିନ ମଧ୍ୟରେ ଗୋପୀନାଥପୁର ଗ୍ରାମପଞ୍ଚାୟତ ଅଧିନସ୍ଥ ଚିଙ୍ଗିଡିପାସ ଗ୍ରାମରେ ଝାଡାବାନ୍ତି ବ୍ଯାପିଥିଲା, ଥୁଆମୂଳ ରାମପର ସ୍ବାସ୍ଥ୍ୟ ବିଭାଗର ଉଦ୍ଯମ ଫଳରେ ତାହା ଥମିଯାଇଥିଲା। ସେହି ରୋଗର ଆତଙ୍କ ପୁଣି ଥରେ ଫେରିଥିବା ଜଣାପଡିଛି। ତାହା ହେଲା ବିରିକୋଟ ଗ୍ରାମପଞ୍ଚାୟତ ନିକଟସ୍ଥ କେନ୍ଦୁପଡା ଗ୍ରାମର ୧୭ ଜଣ ଝାଡା ରୋଗରେ ଆକ୍ରାନ୍ତରେ ଥିବା ଜଣାପଡିଛି । ସୂଚନା ପାଇ ଥୁଆମୂଳ ରାମପୁର ସ୍ବାସ୍ଥ୍ୟ ବିଭାଗ, ସମାଜସେବୀ ଓ ଯୁବଗୋଷ୍ଠୀ ଘଟଣା ସ୍ଥଳରେ ପହଞ୍ଚି ଚିକିତ୍ସା ଯୋଗାଇ ଦେଇଥିବାବେଳେ ରୋଗୀ ଙ୍କୁ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ନିମନ୍ତେ ପଠାଯାଇଛି। ଏଥିରେ ଆକ୍ରାନ୍ତ ଥିବା ଲୋକଙ୍କ ମଧ୍ୟରେ ଅଛନ୍ତି ୨ ଜଣ ପୁରୁଷ, ୫ ଜଣ ଝିଅ, ୧୦ ଜଣ ମହିଳା।ଆକ୍ରାନ୍ତ ଙ୍କ ମଧ୍ଯରୁ ୩ ଜଣ ଗୁରୁତର ଥିବା ଜଣାପଡିଛି। ଆକ୍ରାନ୍ତ ମାନଙ୍କ ମଧ୍ୟରେ ରହିଛନ୍ତି ସୁକ୍ରୀ ମାଝୀ (୭୦), ମନ୍ଦଙ୍ଗି ମାଝୀ (୭୨), ଟିକ୍ ମାଏ ମାଝୀ (୪୦), ନୂଆଦେଇ ମାଝୀ (୬୫), ପାଲାଏ ମାଝୀ (୬୭), ସୁମନୀ ମାଝୀ (୪୩), ଦିଆନ ମାଝୀ (୭୨), କୁନି ମାଝୀ (୯), ସୁଶୀଲା ମାଝୀ (୨୨), ବୈଦି ମାଝୀ (୩୩), ରୀମା ମାଝୀ (୧୦), ବବି ମାଝୀ (୬), ରୂପାଙ୍ଗ କବାଡି (୫୦), ରାପଣି କବାଡି (୨୦), ହୁଲମାଏ କବାଡି (୪୬), ରୀନା ମାଝୀ (୧୭), ବାରୁ ମାଝୀ (୩୫) ବୋଲି ଜଣାପଡିଛି। ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇବାରେ ସହଯୋଗ କରିଥିଲେ କିଛି ସ୍ଥାନୀୟ ସମାଜସେବୀ, ଯୁବଗୋଷ୍ଠୀ ଓ କ୍ଯାର ଇଣ୍ତିଆ ସଂସ୍ଥା ର କର୍ମକର୍ତ୍ତା। ଖବର ପାଇ ଜିଲ୍ଲା ଚିକିତ୍ସା ବିଭାଗର ପଦାଧିକାରୀ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥା ଉପରେ ଅନୁଧ୍ୟାନ କରିବା ପରେ କହିଥିଲେ ଯେ କେବଳ ଝାଡା ହେଉଛି ବାନ୍ତି ହେଉନାହିଁ ସେଅନୁସାରେ ଉଚିତ୍ ସେବା ଯୋଗାଇ ଦେବା ପାଇଁ ପରାମର୍ଶ ଦିଆଯାଇଥିଲା। ପରେ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ କେନ୍ଦୁପଡା ଗାଁ କୁ ପହଞ୍ଚି ପାରିପାର୍ଶ୍ବିକ ସ୍ଥିତ ଉପରେ ଯାଞ୍ଚ କରି କିଛି ଆକ୍ରାନ୍ତ ହେବା ଭଳି ରୋଗୀଙ୍କୁ ଉତ୍ତମ ସେବା ଯୋଗାଇ ଦିଆଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍

Related posts

ଆମ ପୋଲିସ ପକ୍ଷରୁ ରକ୍ତଦାନ ଶିବିର

Sunil Chandra Nayak

କୋଷାଗୁମୁଡ଼ା ବ୍ଲକରେ ଡେଙ୍ଗୁର ଭୟ , ଚଳିତ ମାସ ରେ ତିନି ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ

Sunil Chandra Nayak

ଜଗନ୍ନାଥ ସେବା ସମିତି ପକ୍ଷ ରୁ ମାଗଣା ସ୍ଵାସ୍ଥ୍ୟ ଶିବିର

Sunil Chandra Nayak

Leave a Comment

error: Content is protected !!