ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ପାଟଣାଗଡ ଲାୟନ୍ନ କ୍ଲବ ତରଫରୁ ମାଗଣା ମେଡିକାଲ କ୍ୟାମ୍ପ ସହ ଔଷଧ ବଣ୍ଟନ 

ପାଟଣାଗଡ ଲାୟନ୍ସ କ୍ଲବ ଆନୁକୁଲ୍ୟାରେ ମାଗଣା ମେଡିକାଲ କ୍ୟାମ୍ପ ମାରବାଡି ଧର୍ମଶାଳାରେ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ୱାସ୍ଥ୍ୟ ଶିବିରକୁ ପାଟଣାଗଡ଼ ଉପଜିଲ୍ଲାପାଳ ଡ଼କ୍ଟର ବିଜୟା ନନ୍ଦ ସେଠୀ ଆନୁଷ୍ଠାନିକ ଭାବରେ ଉଦଘାଟନ କରି ମୁଖ୍ୟ ଅତିଥି ଲାୟନ୍ସ କ୍ଳବ ର ଏଭଳି ମହତ କାର୍ଯ୍ୟକୁ ପ୍ରଶଂସା କରି ଆଗାମୀ ଦିନରେ ଆହୁରି କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ ।କ୍ୟାମ୍ପରେ ଡା.ହେମନ୍ତ କୁମାର ମେହେରଙ୍କ ନେତୃତ୍ବରେ ୧୨ ଜଣ ପ୍ରତିଷ୍ଠିତ ଡାକ୍ତର ଯୋଗଦେଇ ଶିବିରରେ ଯୋଗଦେଇଥିବା ରୋଗୀ ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ଔଷଧ ବଣ୍ଟନ କରାଯାଇଥିଲା । ଏହି ଶିବିରରେ ପାଟଣାଗଡ ତଥା ଆଖପାଖ ଅଞ୍ଚଳରୁ ଏକ ହଜାରରୁ ଉର୍ଦ୍ଧ୍ବ ରୋଗୀ ଯୋଗଦେଇ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ପାଟଣାଗଡ ଲାୟନ କ୍ଲବର ସଭାପତି ଇଂଜିନିୟର ବିରେନ୍ଦ୍ର ପାତ୍ର ସମେତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଆଗାମୀ ଦିନରେ ଏଭଳି କ୍ୟାମ୍ପ ସହରାଞ୍ଚଳ ରେ ନକରି ଗ୍ରାମାଞ୍ଚଳରେ କରିବା ପାଇ ଡା.ହେମନ୍ତ ମେହେର ଓ ଉପଜିଲ୍ଲାପାଳ କହିଥିଲେ । ଏହି ଶିବିରରେ ମେଡିସିନ ସ୍ପେସାଲିଷ୍ଟ ହେମନ୍ତ ମେହେର, ଶଲ୍ୟ ବିଶେଷଜ୍ଞ ମଞ୍ଜୁଲକାନ୍ତ ପ୍ରଧାନ, ଶିଶୁ ରୋଗ ବିଶେଷଜ୍ଞ ଦିନେଶ ନାଏକ, ପ୍ରସୂତୀ ଏବଂ ସ୍ତ୍ରୀ ରୋଗ ବିଶେଷଜ୍ଞ ଦେବେନ୍ଦ୍ର ନାଏକ, ଦାନ୍ତ ଡାକ୍ତର ଆହୂତୀ ପାତ୍ର, ଶଲ୍ୟ ବିଶେଷଜ୍ଞ ଅମିତ ଦାସ, ଦାନ୍ତ ଡାକ୍ତର ଆଶିଷ ପାତ, BAMS ସୁନନ୍ଦା ମେହେର ଫାର୍ମାସିଷ୍ଟ ମନୋଜ କୁମାର ଆଚାର୍ଯ୍ୟ ଅଶ୍ୱିନୀ ପଣ୍ଡା ଭକ୍ତବନ୍ଧୁ ମହାନନ୍ଦ ମୋହନ ମହାମଲ୍ଲିକ ଦିଲିପ ସିଂ ରାଉତ ସ୍ୱାଗତ ମିଶ୍ର ଓ ଷ୍ଟାଫ ନର୍ସ ଗୀତାଞ୍ଜଳି ବରିହା ପ୍ରଣତି ପଣ୍ଡା ଓ ପ୍ରଭାତୀ ମେହେର ପ୍ରମୁଖ ଯୋଗଦେଇଥିଲେ । ଲାୟନ କ୍ଳବର ଏଭଳି ସୁନ୍ଦର ପଦକ୍ଷେପକୁ ସହରରେ ଖୁବ ପ୍ରସଂସା କରାଯାଉଛି।

ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ 

Related posts

ଝାଡାବାନ୍ତିରେ ଜଣେ ମୃତ, 3 ଆକ୍ରାନ୍ତ

Sunil Chandra Nayak

ସକ୍ଷମ ଏବଂ ଜେକେ ପେପର ମିଲ୍ ଆନୁକୁଲ୍ୟରେ ଚକ୍ଷୁ ରୋଗୀଙ୍କୁ ଚଷମା ବଣ୍ଟନ

Sunil Chandra Nayak

ଝାଡ଼ାବାନ୍ତି ପିଛା ଛାଡ଼ୁନି ଖୁଣ୍ଟିପଦର ର : ଆଜି ଦୁଇ ଆକ୍ରାନ୍ତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଗଲେ ଜଣେ ରୋଗୀ ରେଫର ହେଲେ ଜିଲ୍ଲା ଚିକିତ୍ସାଳୟ କୁ 

Sunil Chandra Nayak

Leave a Comment

error: Content is protected !!