ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

କରୋନାଭାଇରସ୍‌ ଟିକା ନେବା ପାଇଁ ବାଧ୍ୟ କରାଯାଇ ପାରିବ ନାହିଁ: ମାନ୍ୟବର ସୁପ୍ରିମ୍‌ କୋର୍ଟ

କରୋନାଭାଇରସ୍‌ ଟିକା ନେବା ପାଇଁ କାହାକୁ ବାଧ୍ୟ କରାଯାଇ ପାରିବ ନାହିଁ, କିନ୍ତୁ ସର୍ବସାଧରଣଙ୍କ କଲ୍ୟାଣ ଏବଂ ସ୍ବାସ୍ଥ୍ୟ ନିମନ୍ତେ ସରକାର ନୀତି ଗଠନ କରିବା ସହିତ କିଛି ସର୍ତ୍ତାବଳି ଲାଗୁ କରିପାରନ୍ତି ବୋଲି ଆଜି ସୁପ୍ରିମ୍‌ କୋର୍ଟ କହିଛନ୍ତି। ସୁପ୍ରିମ୍‌ କୋର୍ଟ କହିଛନ୍ତି, ସର୍ବସଧାରଣ ସ୍ଥାନକୁ ଯିବାରେ ଟିକା ନ ନେଇଥିବା ବ୍ୟକ୍ତିମାନଙ୍କ ପ୍ରତି କେତେକ ରାଜ୍ୟ କଟକଣା ଓ ସର୍ତ୍ତାବଳି ଜାରି କରିବା ହେଉଛି ସ୍ବେଚ୍ଛାଚାର। ଏବକାର ମହାମାରୀ ପରିସ୍ଥିତିକୁ ଚାହିଁ ସେମାନେ କଟକଣା ଓ ସର୍ତ୍ତାବଳି ପ୍ରତ୍ୟାହାର କରିନେବା ଉଚିତ।ସୁପ୍ରିମ୍‌ କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ, ଟିକା ନେଇଥିବା ବ୍ୟକ୍ତିମାନଙ୍କ ଠାରୁ ଟିକା ନ ନେଇ ଥିବା ବ୍ୟକ୍ତିମାନେ ଯେ, ଅଧିକ ଭୂତାଣୁ ବିସ୍ତାର କରୁଛନ୍ତି, ଏହାକୁ ପ୍ରମାଣ କରିବା ଲାଗି ସରକାର କୌଣସି ତଥ୍ୟ ଦାଖଲ କରିପାରି ନାହାନ୍ତି। ତେଣୁ, ଟିକା ନ ନେଇ ଥିବା ଲୋକମାନଙ୍କୁ ସର୍ବସାଧାଣ ସ୍ଥାନକୁ ଛଡ଼ାଯିବାରେ ପ୍ରତିବନ୍ଧକ ଲାଗୁ କରିବା ଉଚିତ ନୁହେଁ।bସୁପ୍ରିମ୍‌ କ‌ୋର୍ଟ ପୁଣି କହିଛନ୍ତି, ସାମ୍ପ୍ରତିକ ଟିକା ନୀତିକୁ ଅପ୍ରାସଙ୍ଗିକ କୁହାଯାଇ ପାରିବ ନାହିଁ ବୋଲି ହୃଦ୍‌ବୋଧ ହେଉଥିଲେ ହେଁ ଏହା ଅଯୌକ୍ତିକ ବୋଲି ସ୍ପଷ୍ଟ ଜଣାପଡୁଛି।

ଏହାଛଡ଼ା, କୋଭିଡ୍‌-୧୯ ଟିକା ନେବା ଯୋଗୁଁ ସୃଷ୍ଟି ହୋଇଥିବା ପ୍ରତିକୂଳ ପ୍ରଭାବର ତଥ୍ୟାବଳିକୁ ସାର୍ବଜନୀନ କରିବା ପାଇଁ ସୁପ୍ରିମ୍‌ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ଟିକା ନେବାକୁ ବାଧ୍ୟତାମୂଳକ କରାଯାଉଥିବା ନିଷ୍ପତ୍ତିକୁ ଚାଲେଞ୍ଜ୍‌ କରି ଆଗତ ପିଟିସନ୍‌ର ଶୁଣାଣି ବେଳେ ଆଜି ବିଚାରପତି ଏଲ୍‌. ନାଗେଶ୍ବର ରାଓ ଏବଂ ବି.ଆର୍. ଗାୱାଇଙ୍କୁ ନେଇ ଗଠିତ ସୁପ୍ରିମ୍‌ କୋର୍ଟଙ୍କ ଖଣ୍ଡପୀଠ ଉପରୋକ୍ତ ରାୟ ଶୁଣାଇଛନ୍ତି।

ଵିଦ୍ୟାଧର ସାହୁଙ୍କ(ସଂଗୃହୀତ)ରିପୋର୍ଟ…

Related posts

ଝାଡା ବାନ୍ତିରେ 2 ଆକ୍ରାନ୍ତ

Sunil Chandra Nayak

କଙ୍କଡ଼ାହାଡ଼ଠାରେ ବିଶାଳ ନିଶୁଳ୍କ ସ୍ଵାସ୍ଥ୍ୟ ଶିବିର ଅନଷ୍ଠିତ

Sunil Chandra Nayak

କେନ୍ଦୁପଡା ଗ୍ରାମର ୧୭ ଜଣ ଝାଡା ରୋଗରେ ଆକ୍ରାନ୍ତ ଡାକ୍ତରଖାନାରେ ଭର୍ତ୍ତି

Sunil Chandra Nayak

Leave a Comment

error: Content is protected !!