ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଯେଉଁ ସମାଜର ଲୋକେ ସଚେତନ, ସେ ସମାଜ ସେତେ ଉନ୍ନତ : ସାରଦା 

ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ର ୧୭ତମ ବାର୍ଷିକୋତ୍ସବ ଓ ଆଲୋଚନା ଚକ୍ର 

ରାଉରକେଲା/ ଯେଉଁ ସମାଜର ଲୋକେ ସଚେତନ, ସେ ସମାଜ ସେତେ ଉନ୍ନତ । ସାମ୍ବାଦିକତା ଓ ସମ୍ବାଦପତ୍ର ନିରପେକ୍ଷ ହେଲେ ସୁସ୍ଥ ସମାଜ ଗଠନ ହୋଇ ପାରିବ ବୋଲି ଅତିଥିମାନେ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ର ବାର୍ଷିକୋତ୍ସବ ରେ ମତ ରଖିଛନ୍ତି । ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌, ରାଉରକେଲା ତରଫରୁ ୧୭ତମ ବାର୍ଷିକୋତ୍ସବ ଓ ଆଲୋଚନା ଚକ୍ର ଉଦିତନଗର ସ୍ଥିତ ସିଂହାସିନୀ ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ବିରଞ୍ଚି ନାରାୟଣ ପଟ୍ଟନାୟକଙ୍କ ଅଧ୍ୟକ୍ଷତା , ସାଧାରଣ ସମ୍ପାଦିକା ସଂଗୀତା ଜେନା ଙ୍କ ଆବାହକତ୍ବ ଓ ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ତଥା ସୁନ୍ଦରଗଡ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ ମୁଖ୍ୟଅତିଥି ଓ ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦାଶ ମୁଖ୍ୟବକ୍ତା ଭାବେ ଯୋଗଦେଇ ଆଲୋଚ୍ୟ ବିଷୟ ‘ ପରିବର୍ତ୍ତନଶୀଳ ଯୁଗରେ ସାମ୍ବାଦିକଙ୍କ ସ୍ଥିତି ଓ ଭୂମିକା ‘ ସଂପର୍କରେ ଆଲୋଚନା କରି ଉପରୋକ୍ତ ମତ ରଖିଥିଲେ। ମୁଖ୍ୟଅତିଥି ଶ୍ରୀ ନାୟକ କହିଥିଲେ ଯେ ସାମ୍ବାଦିକ ମାନେ ବ୍ୟୁରୋକ୍ରାଟ ଓ ସାଧାରଣ ବ୍ୟକ୍ତିଙ୍କ ଠାରୁ ଅଧିକ ଜ୍ଞାନ ଆହରଣ କଲେ ସାମ୍ବାଦିକଙ୍କ ମାନ ବୃଦ୍ଧି ହେବ। ମୁଖ୍ୟବକ୍ତା ଶ୍ରୀ ଦାଶ ତାଙ୍କ ବକ୍ତବ୍ଯରେ କହିଲେ ଯେ ଯୁଗ ସବୁବେଳେ ପରିବର୍ତ୍ତନ ଶୀଳ। ପରିବର୍ତ୍ତନ ହିଁ ନିରନ୍ତର ପ୍ରକ୍ରିୟା। ପ୍ରତ୍ୟେକ ବ୍ୟକ୍ତି କାହାର ନା କାହାର ପକ୍ଷଭୁକ୍ତ। ଆମେ ଆମର ରୁଚି ଓ ମାନସିକ ଆଧାରରେ ପକ୍ଷଭୁକ୍ତ ହୋଇଥାଉ। ବୃତ୍ତିରେ ମାନ୍ୟତା ନଥିଲେ ସମସ୍ୟା ରହିବ। ତେବେ ସାମ୍ବାଦିକତା ନିରପେକ୍ଷତା ରଖିବା କଷ୍ଟକର ହେଲେ ମଧ୍ୟ ସାମ୍ବାଦିକ ନିରପେକ୍ଷ ରହିବା ଉପରେ ଗୁରୁତ୍ବାରୋପ କରିଥିଲେ । ଏହି ଅବସରରେ କମଳାକାନ୍ତ ରାଉତଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିବାବେଳେ ଅନୁଷ୍ଠାନର ମୁଖପତ୍ର ‘ ସ୍ବାକ୍ଷର-୨୦୨୨’କୁ ଉନ୍ମୋଚନ କରିଥିଲେ । ଅଧ୍ୟକ୍ଷତା କରୁଥିବା ସଭାପତି ଶ୍ରୀ ପଟ୍ଟନାୟକ ସଭାପତିତ୍ବ ଅଭିଭାଷଣ ଓ ସଂପାଦିକା ଶ୍ରୀମତୀ ଜେନା ସଂପାଦକୀୟ ବିବରଣୀ ପାଠ କରିଥିଲେ । ପ୍ରାରମ୍ଭରେ ଦିବଙ୍ଗତ ସାମ୍ବାଦିକ ଅଦ୍ବୈତ ପ୍ରସାଦ ବିଶ୍ବାଳ,ରାଜେନ୍ଦ୍ର ମିଶ୍ର, ଦିଲୁ ଓ ଶିବକୁମାର ଶର୍ମା ଙ୍କ ବିୟୋଗରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଡଃ ସୁମନ ଦତ୍ତ, ନିରଞ୍ଜନ ଦାସ, ସତ୍ୟାନନ୍ଦ ବେହେରା, ଅଶୋକ ଦାଶ, ଉମେଶ ସିଂ, ଗଙ୍ଗାଧର ଦାଶ, ଜ୍ଞାନେନ୍ଦ୍ର ଦାଶ, ସୁନିଲ୍ କୟାଲ, କାଶୀନାଥ ପଣ୍ଡା ପ୍ରମୁଖ ବକ୍ତବ୍ଯ ରଖିଥିଲେ । ଏହି ଅବସରରେ ସାମ୍ବାଦିକଙ୍କ ମଧ୍ୟରେ ସର୍ବଶ୍ରୀ ଗାନ୍ଦୁର ଓରାମ, ଶୈଳେନ୍ଦ୍ର ସାହୁ, ସରୋଜ ବେହେରା, ସୁମନ୍ତ ଜେନା, ଦିଲ୍ଲୀପ ଶର୍ମା, ସନ୍ତୋଷ ସ୍ବାଇଁ, ସୁଦୀପ ଦେ, ରାଜଦୀପ ମହାନ୍ତି, ଅନିଲ ମହାନ୍ତି, ଅରୁଣ ଦାଶ,ମନୋରଞ୍ଜନ ମିଶ୍ର, ରାନୁ ମହାପାତ୍ର, ରଞ୍ଜିତ ବୋଷ, ପ୍ରଶାନ୍ତ ମହାରଣା, ସଞ୍ଜୀବ ନାୟକ, ପାଇଲଟ,ଦିନେଶ ମିଶ୍ର, ସୁଶାନ୍ତ ଦାଶ,ବିଶ୍ବଜିତା ମହାପାତ୍ର, ଇନ୍ଦ୍ରାବଳୀ ମିସ୍ତ୍ରୀ,ମଳୟ ପାଢୀ, ରଜନୀକାନ୍ତ ସ୍ବାଇଁ, ସୁଜିତ ମହାନ୍ତି, ପ୍ରସନ୍ନ ତ୍ରିପାଠୀ, ଜଗନ୍ନାଥ ମାହାତୋ, ସ୍ମୃତି ରଂଜନ ରାଉତ, ମୁକେଶ ସିହ୍ନା, ରାଜେଶ ସାହୁ, ମୌସମୀ ମିଶ୍ର, ଦିବ୍ୟଜ୍ୟୋତି ଦୀପକ ଦାଶ, ଅନନ୍ତ ପଟ୍ଟନାୟକ, ଭାନୁ ମାଇତି, ସୁବାସ ଗୁପ୍ତା ଙ୍କ ସମେତ ସହରର ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ପ୍ରାକ୍ତନ ବିଧାୟକ ପ୍ରଭାତ ମହାପାତ୍ର, ନିହାର ରାୟ, ଶୈଳେନ୍ଦ୍ର ମହାନ୍ତି, ସୁରେଶ ଶର୍ମା, ରଞ୍ଜିତ ପ୍ରଧାନ, କାର୍ତ୍ତିକ ପାଣ୍ଡବ, ରିଙ୍କୁ ସାମଲ, ବାସୁ ବାନାର୍ଜୀ, ଆରତୀ ଚୌଧୁରୀ,ଉମା ନାୟକ, ନିହାର ସାମଲ,ରଞ୍ଜନ ଲେଙ୍କା,କାପ୍ରା ହାସଁଦା, ରାଜେନ୍ଦ୍ର ପଣ୍ଡା, ରବି ନାରାୟଣ ପଟ୍ଟନାୟକ ଙ୍କ ସମେତ ଶତାଧିକ ବ୍ୟକ୍ତି ଉପସ୍ଥିତ ଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ରାସ୍ତାରେ ଯୁବକଙ୍କୁ ଗୁଳି ମରାଯିବା ଘଟଣା – ହାତୀଗାଁ ଅଂଚଳରେ ମାଓ ପୋଷ୍ଟର ,ପୂର୍ବରୁ ଟାର୍ଗେଟରେ ଥିଲେ ବୋଲି ନକ୍ସଲଙ୍କ ସୂଚନା 

Sunil Chandra Nayak

ପୁଷ୍ଟିକର ମାସ ପାଳନ ଦିବସ ଅବସରରେ ବିଶେଷ କାର୍ଯ୍ଯକ୍ରମ ମହିଳା ଓ ସ୍ବାସ୍ଥ୍ୟ –  ଶିଶୁ ଓ ଶିକ୍ଷା

Sunil Chandra Nayak

ରାଇକିଆ ବ୍ଲକର କରଡ଼ା ରଣବା ଇନ୍ଦ୍ରଗଡ଼ ଦୁର୍ଗମ ଅଞ୍ଚଳ ଗସ୍ତ କରି ଲୋକଙ୍କର ସମସ୍ୟା ବୁଝିଲେ ଜିଲ୍ଲାପାଳ

Sunil Chandra Nayak

Leave a Comment

error: Content is protected !!