ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାଓ ପ୍ରବଣ ଫିରିଙ୍ଗିଆ ଅଞ୍ଚଳରେ ଗମନାଗମନର ସୁବ୍ୟବସ୍ଥା: ୨ କୋଟି ୮୫ ଲକ୍ଷ ଟଙ୍କା ବ୍ୟୟରେ ପକ୍କା ରାସ୍ତା

କନ୍ଧମାଳ/ ୧୦/୧୨: କନ୍ଧମାଳ ଜିଲ୍ଲାରେ ଗ୍ରାମାଞ୍ଚଳ ଲୋକଙ୍କ ଯାତାୟାତ ସୁବିଧା ପାଇଁ ସରକାର ବିଭିନ୍ନ ଯୋଜନା କରିଛନ୍ତି। ଗ୍ରାମାଞ୍ଚଳ ଲୋକଙ୍କ ଗମନାଗମନ ସୁବିଧା ପାଇଁ କୋଟି କୋଟି ଟଙ୍କା ବ୍ୟୟ କରି ସ୍ଥାୟୀ ପିଚୁ ରାସ୍ତା ନିର୍ମାଣ କରାଯାଉଛି l ଗମନାଗମନ ସୁଦୃଢ଼ ହେଲେ ଅଞ୍ଚଳର ବିକାଶ ତ୍ୱରାନ୍ୱିତ ହୋଇପାରିବ। ଏନେଇ ସ୍ଥାନୀୟ ଲୋକ ପ୍ରତିନିଧି ଓ ବିଭିନ୍ନ ସଂଗଠନ ପକ୍ଷରୁ ନିଜ ଅଞ୍ଚଳରେ ପକ୍କା ରାସ୍ତା ଟିକିଏ ପାଇବା ପାଇଁ ଦାବୀ କରିଆସୁଛନ୍ତି। ଏହା ମଧ୍ୟ ରୁ ଗୋଟିଏ ଦାବୀ ହେଉଛି,  ବାଳକିଡାଡି-କେଲାପଡା ରାସ୍ତା। ଏହି ମରଣଯନ୍ତା ରାସ୍ତା ନିର୍ମାଣ ପାଇଁ ସ୍ଥାନୀୟ ସରପଞ୍ଚ ବାରମ୍ବାର ଅଭିଯୋଗ କରି ଆସୁଥିଲେ।ଯାହା ଫଳରେ ଦୁଇଟି କିସ୍ତିରେ ପ୍ରାୟ ସଂପୂର୍ଣ୍ଣ ହୋଇପାରିଛି। ଆଉ ଏଥିରେ  ୨କୋଟି ୮୫ ଲକ୍ଷ ୨୭ ହଜାର ଟଙ୍କା ବ୍ୟୟ ହୋଇଛି l ଏହି ରାସ୍ତା ନିର୍ମାଣ ପରେ ଅଞ୍ଚଳର ହଜାର ହଜାର ଲୋକେ ଉପକୃତ ହେବେ l ଏଥିପାଇଁ ସ୍ଥାନୀୟ ସରପଞ୍ଚ, ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କୁ ଧନ୍ୟବାଦ ଦେଇଛନ୍ତି। ଏହି ରାସ୍ତା କାମ ୨୭ ମେ ୨୦୨୧ରୁ ଆରମ୍ଭ ହୋଇ ୨୬ ଏପ୍ରିଲ ୨୨ରେ ସରିବା କଥା l ବିଭିନ୍ନ ସମସ୍ୟା ଯୋଗୁଁ  ରାସ୍ତା ନିର୍ମାଣରେ କିଛିଟା ବିଳମ୍ବ ହୋଇଛି। ଆଉ ଅତି ଶୀଘ୍ର ରାସ୍ତା କାର୍ଯ୍ୟ ସରିଯିବ ବୋଲି ସହକାରୀ ଯନ୍ତ୍ରୀ ଇଂ ସୁଶୀଲ କୁମାର ମହାନ୍ତି କହିଛନ୍ତି  l ତେବେ ରାସ୍ତା କାର୍ଯ୍ୟ ଯେପରି ଉନ୍ନତ ମାନର ଓ ଶୀଘ୍ର ସରିବ ସେଥି ପ୍ରତି ଦୃଷ୍ଟି ଦିଆଯାଇଥିବା ବିଭାଗୀୟ ଯନ୍ତ୍ରୀ କହିଛନ୍ତି l ଅଧିକ୍ଷଣ ଯନ୍ତ୍ରୀ ମଧ୍ୟ କାର୍ଯ୍ୟ ଯେପରି ଉନ୍ନତମାନର ହେବ ସେ ନେଇ ନିର୍ଦେଶ ଦେଇଥିବା ସେ ଆହୁରି କହିଛନ୍ତି l

କନ୍ଧମାଳ ରୁ ଜୟସେନ୍ ପରିଡା ଙ୍କ ରିପୋର୍ଟ 

Related posts

ବିଜୁ ଜନତା ଦଳର ଜନ ସଂର୍ପକ ପଦଯାତ୍ରା

Sunil Chandra Nayak

ଶ୍ରୀ ଦ୍ୟାଧର ମହାନ୍ତ ଙ୍କ କବିତା ଚନ୍ଦ୍ରମା

Sunil Chandra Nayak

କୋର୍ଟ ପରିସରରେ ବୃକ୍ଷ ରୋପଣ

Sunil Chandra Nayak

Leave a Comment

error: Content is protected !!