ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କେସିଙ୍ଗା ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ବିଭିନ୍ନ ପଞ୍ଚାୟତ ଗସ୍ତ

କେସିଙ୍ଗା – ଆଜି କେସିଙ୍ଗା ପଞ୍ଚାୟତ ସମିତି ଅଧ୍ୟକ୍ଷ ଚନ୍ଦନ ସେନାପତି ଫଟକାମାଲ ଗ୍ରାମ ପଞ୍ଚାୟତ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ଲୋକଙ୍କ ସମସ୍ୟା ପଚାରି ବୁଝିଥିଲେ। ଏଥିସହିତ ବୋରିଙ୍ଗପଦର ଏମ୍ ଇ ପରିଦର୍ଶନ କରିବା ସହିତ ତେତେଲପଡା ଗାଁ କୁ ଯାଇଥିବା ରାସ୍ତାର ସମସ୍ୟା ଶୀଘ୍ର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସେହିପରି ବୋରିଙ୍ଗପଦର ୟୁପି ସ୍କୁଲ୍ ପରିଦର୍ଶନ କରିବା ସମୟରେ ସ୍କୁଲ ଗୃହ ବିପଦ ସଙ୍କୁଳ ଅବସ୍ଥାରେ ଥିବା ଦେଖିବାକୁ ପାଇଥିଲା ବେଳେ ଷ୍ଟ୍ରିଟ୍ ଲାଇଟ୍ ଜଳୁ ନଥିବା ନେଇ ଗାଁ ଲୋକେ ଅଭିଯୋଗ କରିଥିଲେ । ସେହିପରି ଲଟକାବାହାଲି ୟୁପି ସ୍କୁଲ୍ ପରିଦର୍ଶନ କରିବା ସମୟରେ ଷ୍ଟ୍ରିଟ୍ ଲାଇଟ୍ ଜଳୁ ନଥିବା ଜାଣିବାକୁ ପାଇଥିଲେ। ତାଙ୍କର ଏହି ଗସ୍ତ ସମୟରେ ଫଟକାମାଲ ସରପଞ୍ଚ, ସମିତି ସଭ୍ୟା, ନାଏବ ସରପଞ୍ଚ, ସମସ୍ତ ଓ୍ବାର୍ଡ ମେମ୍ବର ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ବିଜେଡ଼ିର ଯୁବନେତା ସୁରେଶ ମହାନନ୍ଦ ଏବଂ ଉତ୍କେଲା, ଗାଈଙ୍ଗା, କିକିଆ ସମିତି ସଭ୍ୟ/ ସଭ୍ୟାମାନେ ଉପସ୍ଥିତ ଥିଲେ।

   କେସିଙ୍ଗା ରୁ ଚନ୍ଦ୍ରମଣି ସ୍ବାଇଁ ଙ୍କ ରିପୋର୍ଟ।

Related posts

କଳାହାଣ୍ଡି ଜିଲ୍ଲା ଧର୍ମଗଡ ଇନ୍ଦ୍ରାବତୀ ବୈଷ୍ନୋଦେବୀ ମନ୍ଦିରରେ ଶାରଦୀୟ ନବରାତ୍ର ଉତ୍ସବ

Sunil Chandra Nayak

ଅପହଞ୍ଚ ଇଲାକାରେ ଜନନୀ ଯନ୍ତ୍ରଣା : ଷ୍ଟ୍ରେଚର ରେ ବୁହା ହେଲେ ଗର୍ଭବତୀ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ ଜଣାଣ

Sunil Chandra Nayak

Leave a Comment

error: Content is protected !!