ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆରଏସପି କତ୍ତୃପକ୍ଷ-ଠିକା ସଂସ୍ଥା ସହ ମଧୁଚନ୍ଦ୍ରିକା, ଶୋଷିତ ହେଉଛନ୍ତି ଠିକା ଶ୍ରମିକ…

ଆଞ୍ଚଳିକ ଶ୍ରମ ବିଭାଗ ନୀରବଦ୍ରଷ୍ଟା…..

ଗାଙ୍ଗପୁର ମଜଦୁର ମଂଚ

ରାଉରକେଲା/ ରାଉରକେଲା ଇସ୍ପାତ କାରଖାନା (ଆରଏସପି)କର୍ତ୍ତୃପକ୍ଷ ଓ ଠିକା ଶ୍ରମିକ ସଂସ୍ଥା ସହ ଭିତିରି ବୁଝାମଣା ଯୋଗୁଁ କଲବଲ ହେଉଛନ୍ତି ଠିକା ଶ୍ରମିକ। ଏହାକୁ ସବୁ ଦେଖି ସବୁ ଜାଣି ନୀରବଦ୍ରଷ୍ଟା ସାଜିଛି ଆଞ୍ଚଳିକ ଶ୍ରମ ବିଭାଗ। ଯାହାକୁ ନେଇ ଶ୍ରମିକଙ୍କ ମହଲରେ ଉଦବେଗ ସୃଷ୍ଟି ହୋଇଛି ବୋଲି ଅଭିଯୋଗ କରିଛି ଗାଙ୍ଗପୁର ମଜଦୁର ମଂଚ। ମଂଚ ର ସଭାପତି ଜର୍ଜ ତିର୍କୀ ଓ ସାଧାରଣ ସଂପାଦକ ଗୋପାଳ ଦାସ ଅଭିଯୋଗ କରି କହିଛନ୍ତି ଯେ ଠିକା ଶ୍ରମିକଙ୍କ ଶ୍ରମଦାନ ବଦଳରେ ଆରଏସପି କର୍ତ୍ତୃପକ୍ଷ ଓ ଠିକା ସଂସ୍ଥା ଗୁଡ଼ିକ ଲାଭାନ୍ବିତ ହେଉଥିଲେ ହେଁ ସଂପୃକ୍ତ ସଂସ୍ଥା ଠିକା ଶ୍ରମିକଙ୍କ ସୁରକ୍ଷା ଓ ଆର୍ଥିକ ସ୍ଥିତି କୁ ଅଣଦେଖା କରିବା ଠିକା ଶ୍ରମିକଙ୍କ ମଧ୍ୟରେ ଅସନ୍ତୋଷ ବାତାବରଣ ସୃଷ୍ଟି କରିଛି। ଠିକା ଶ୍ରମିକ ସୁରକ୍ଷା ଆଇନ ( ରେଗୁଲେସନ ଆଣ୍ଡ ଆବୁଲେସନ ଆକ୍ଟ୧୯୭୦) ଅନୁଯାୟୀ ପ୍ରତ୍ୟେକ ଠିକା ଶ୍ରମିକଙ୍କୁ ନିଯୁକ୍ତି ଦେବାର ୩ ଦିନ ଭିତରେ ଏମ୍ପଲୟମେଣ୍ଟ କାର୍ଡ ମିଳିବା କଥା। ଉପସ୍ଥାନ କାର୍ଡ ସହ ଦରମା ଦେବାର ପୂର୍ବଦିନ ଦରମା ସ୍ଲିପ ( ପେ ସ୍ଲିପ)ଦିଆଯିବା କଥା। ଅନ୍ୟ ପକ୍ଷେ ଠିକା ଶ୍ରମିକ ସପ୍ତାହକୁ ୪୮ ଘଣ୍ଟା ପରିବର୍ତ୍ତେ ୫୬ ଘଣ୍ଟା କାର୍ଯ୍ୟ କରାଇବା ଓ ଛୁଟି ଦିନରେ କାମ କଲେବି ଓଭର ଟାଇମ୍ ନଦିଆଯିବା ଭଳି ଅଭିଯୋଗ ହେଉଛି। ସବୁକଥା ଜାଣି ଆରଏସପି କର୍ତ୍ତୃପକ୍ଷ, ଠିକା ସଂସ୍ଥା,ଶ୍ରମ ବିଭାଗ, ଫାକ୍ଟ୍ରି ଆଣ୍ଡ ବଏଲର ବିଭାଗଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଥିବାରୁ ଏସବୁ ପ୍ରତି ଅଣଦେଖା କରାଯାଉଥିବା ଅଭିଯୋଗ ହେଉଛି। ରାଜ୍ୟ ସରକାର ସର୍ବନିମ୍ନ ଧାର୍ଯ୍ୟ କରିଥିବା ମଜୁରୀ ରୁ ଠିକା ଶ୍ରମିକମାନେ ବଂଚିତ ହେଉଥିବା, ଠିକା ଶ୍ରମିକଙ୍କୁ ବିପଦ ସଂକୁଳ ସ୍ଥାନ ଯଥା ବ୍ଲାଷ୍ଟଫର୍ଣ୍ଙେସ, ଏସଏମଏସ ୧ ଓ ୨, ହଟଷ୍ଟ୍ରିପ ମିଲ ୧ ଓ ୨,କୋକୋଭେନ, ଟ୍ରାଫିକ ଆଣ୍ଡ ର ମେଟେରିଆଲ,ପ୍ଲେଟ ମିଲ,ସେଣ୍ଟ୍ରିଙ୍ଗ ପ୍ଲାଣ୍ଟ, ସିସିଡି ଆଦି ସ୍ଥାନରେ ବିନା ସୁରକ୍ଷା ଉପକରଣରେ କାର୍ଯ୍ୟ କରୁଥିବା ଦେଖା ଯାଉଛି। ଉପଯୁକ୍ତ ସୁରକ୍ଷା ଉପକରଣ ତ ଦୂରର କଥା ଉପଯୁକ୍ତ ତାଲିମ ମଧ୍ୟ ଦିଆଯାଉନାହିଁ। ଏତଦ୍ ବ୍ୟତୀତ ବହୁ ସମୟରେ ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କ ଦ୍ଵାରା ଠିକା ଶ୍ରମିକମାନେ ଚାପରେ କାମ କରିବା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ସେହିପରି ଠିକ୍ ଭାବରେ ପ୍ରୋଭିଣ୍ଡେଣ୍ଟ ଫଣ୍ଡ ର ଅର୍ଥ ଜମା ହେଉନାହିଁ। ଯେଉଁ ଠିକା ଶ୍ରମିକମାନେ କାମ କରୁଛନ୍ତି ସେମାନଙ୍କର ୧୦ଦିନ ପ୍ରୋଭିଣ୍ଡେଣ୍ଟ ଫଣ୍ଡ/ ଇଏସଆଇ ଜମା କରାଯାଉଥିବା ବେଳେ ବାକି ଦିନର ଅର୍ଥ ଡିପୋଜିଟ କରାଯାଉନାହିଁ। ଯଦିଓ ଆରଏସପି ର ଲାଭାଂଶରେ ଠିକା ଶ୍ରମିକଙ୍କ ଅବଦାନ ୫୫ ପ୍ରତିଶତ ରହୁଛି। ଜଣାପଡିଛି ଯେ କାରଖାନାରେ ଠିକା କାମ ନେଇଥିବା ଠିକା ସଂସ୍ଥା ଧାର୍ଯ୍ୟ ସମୟ ଶେଷ ହେବାପରେ ଠିକା ଶ୍ରମିକଙ୍କୁ ଫାଇନାଲ ବିଲ୍ ଦେବା ପରିବର୍ତ୍ତେ ନାନା ପ୍ରକାର ହଇରାଣ ହରକତ କରୁଛନ୍ତି ଏବଂ ସେଠାରୁ ଉପଯୁକ୍ତ ପ୍ରାପ୍ୟ ନପାଇ ବିଭିନ୍ନ ସଂଗଠନର ଦ୍ବାରସ୍ଥ ହେଉଛନ୍ତି । ସେହିପରି ଯେଉଁ ଠିକା ଶ୍ରମିକ ସଠିକ ପ୍ରାପ୍ୟ ପାଉନାହାନ୍ତି , ସେମାନେ ଆଞ୍ଚଳିକ କମିଶନରଙ୍କ ନିକଟରେ ଦ୍ବାରସ୍ଥ ହେଲାପରେ କମିଶନର ଙ୍କ ପକ୍ଷରୁ ସଂପୃକ୍ତ ଠିକା ସଂସ୍ଥାକୁ ଡକାଇ ପ୍ରାପ୍ୟ ଦେବାକୁ ଚୁକ୍ତିନାମାରେ ସ୍ବାକ୍ଷର କରୁଥିଲେ ହେଁ ତାକୁ ଠିକା ସଂସ୍ଥା ମାନେ ବେଖାତିର କରୁଛନ୍ତି। ନିୟମ ଖିଲାପକାରୀ ଠିକା ସଂସ୍ଥା ବିରୁଦ୍ଧରେ ଆଞ୍ଚଳିକ ଶ୍ରମ କମିଶନର,ଆରଏସପି କର୍ତ୍ତୃପକ୍ଷ କୌଣସି ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କରୁନଥିବା ଦେଖାଯାଉଛି। ଫଳରେ ଠିକା ସଂସ୍ଥା ଗୁଡିକର ମନମାନୀ ବଢିଚାଲିଛି। ସେହିପରି ୮ ଘଣ୍ଟାରୁ ଅଧିକା ଖଟୁଥିବା ଠିକା ଶ୍ରମିକଙ୍କ ପାଇଁ ବିଶ୍ରାମ ଗୃହଟିଏ ନାହିଁ। ସି ସିଫ୍ଟ ଡିଉଟି କରୁଥିବା ଆରଏସପି ର ନିୟୋଜିତ କର୍ମଚାରୀଙ୍କୁ ରାତ୍ରିକାଳିନ ଭତ୍ତା ୯୦ଟଙ୍କା ଦିଆ ଯାଉଥିବା ବେଳେ ଠିକା ଶ୍ରମିକଙ୍କୁ ସେଥିରୁ ବଂଚିତ କରାଯାଉଛି। ଏହି ଭଳି ଠିକା ଶ୍ରମିକଙ୍କ ବିରୋଧରେ ମେଳି ବାନ୍ଧିଥିବା ଆରଏସପି କର୍ତ୍ତୃପକ୍ଷ, ଶ୍ରମ ବିଭାଗ, ଠିକା ସଂସ୍ଥା ଓ ଫାକ୍ଟ୍ରି ଆଣ୍ଡ ବଏଲର ବିଭାଗର କର୍ମକର୍ତ୍ତା ଗଣ ନୀରବଦ୍ରଷ୍ଟା ସାଜିବା ଠିକା ଶ୍ରମିକଙ୍କୁ ଉଚିତ୍ ନ୍ୟାୟ ପ୍ରତି ଦୃଷ୍ଟି ନଦେବା ଉଦବେଗର ବିଷୟ ପାଲଟିଛି। ତେଣୁ ଏଥିପାଇଁ ଆଜି ଗାଙ୍ଗପୁର ମଜଦୁର ମଂଚ ପକ୍ଷରୁ ସଭାପତି ଜର୍ଜ ତିର୍କୀ ଓ ସାଧାରଣ ସଂପାଦକ ଗୋପାଳ ଦାସଙ୍କ ନେତୃତ୍ଵରେ ଗଣଧାରଣା ଦିଆଯାଇଛି। ଠିକା ଶ୍ରମିକଙ୍କୁ ଉଚିତ୍ ନ୍ୟାୟ ନ ମିଳିଲେ ଆଗାମୀ ଦିନରେ ଉପରୋକ୍ତ କର୍ତ୍ତୃପକ୍ଷ ଙ୍କ ବିରୁଦ୍ଧରେ ସ୍ବର ଉତ୍ତୋଳନ ସହ ଆଇନର ଆଶ୍ରୟ ନେବାପାଇଁ ମଂଚ ପକ୍ଷରୁ କୁହାଯାଇଛି। ଏନେଇ ଏକ ସ୍ମାରକପତ୍ର ଆଞ୍ଚଳିକ ଶ୍ରମ କମିଶନର ଙ୍କୁ ପ୍ରଦାନ କରାଯାଇଛି। ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ସଞ୍ଜୟ ପଣ୍ଡା,ରୋହିଦାସ ତନ୍ତୀ,ପୂର୍ଣ୍ଣଚନ୍ଦ୍ର ସାହୁ,ନରେଶ କୁମାର ରାମ,ଶରତ ବେହେରା ପ୍ରମୁଖ ଶତାଧିକ ଠିକା ଶ୍ରମିକ ଉପସ୍ଥିତ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ସୁରେଶ ଚନ୍ଦ୍ର ପାଢୀ ଙ୍କ କବିତା ମା ଦଶ ଭୁଜା

Sunil Chandra Nayak

ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ରୌପ୍ୟ ଜୟନ୍ତୀ ସମାରୋହ ଉଦଯାପିତ

Sunil Chandra Nayak

ଥୁଆମୂଳ ରାମପୁର ବ୍ଳକର ବିଭିନ୍ନ ସ୍ଥାନରେ ଆଦିବାସୀ ଙ୍କ ଗୁଡିଚଗା ପର୍ବ 

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort