ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ରୋଗୀ କଲ୍ୟାଣ ସମିତି ର ବୈଠକ ଅନୁଷ୍ଠିତ

ଢେଙ୍କାନାଳ: ରୋଗୀ କଲ୍ୟାଣ ସମିତି ର ଅଧ୍ୟକ୍ଷ ତଥା ଓଡ଼ିଶା ସରକାରଙ୍କ ଖଣି ଓ ଇସ୍ପାତ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ ଙ୍କ ଅଧ୍ୟକ୍ଷତା ରେ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ରୂପେ ଭୁବନ ନଗର ପାଳ ଶୁଭେନ୍ଦୁ ସାହୁ, ବ୍ଲକ୍ ଅଧ୍ୟକ୍ଷା ସିପ୍ରା ସାହୁ,ବି ଡି ଓ ଆଶୀର୍ବାଦ ପରିଡ଼ା, ମେଡିକାଲ ଅଫିସର ଡ଼ାଃ ରମେଶ ଚନ୍ଦ୍ର ସାହୁ, ଡ଼ାଃ ମନୋଜ କୁମାର ମହାନ୍ତି, ଆକାଉଣ୍ଟ ଅଫିସର ଶୁଭକାନ୍ତ ଆଚାର୍ଯ୍ୟ ସମେତ ମେଡିକାଲ କର୍ମଚାରୀ ଓ କଲ୍ୟାଣ ସମିତି ର ସମସ୍ତ ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ଥିଲେ। ଉକ୍ତ ବୈଠକରେ ମେଡିକାଲ ର ଉନ୍ନତି କରଣ, ଅସ୍ତ୍ରୋପଚାର ଗୃହ ର ନବୀକରଣ, ଶବ ଗୃହ ନିର୍ମାଣ, ସାଇକଲ ସ୍ଥାଣ୍ଡ, ଡାକ୍ତର ମାନଙ୍କ ପାଇଁ ବାସ ଗୃହ ନିର୍ମାଣ, ଶିଶୁ ଉଦ୍ୟାନଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ସହ ଉନ୍ନତି ମୂଳକ କାର୍ଯ୍ୟ ଉପରେ ଆଲୋଚନା ହୋଇଥିଲା।

ଢେଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ଘରୋଇ ସଂସ୍ଥା ଚଲାଇଲା ପ୍ରଥମ ଟ୍ରେନ୍‌..

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ବିଧୁର ବସନ୍ତ

Sunil Chandra Nayak

ଶ୍ରୀମତୀ କଲ୍ୟାଣୀ ନନ୍ଦ ଙ୍କ କବିତା ସବୁ ତ ତାର୍ ଲୀଲା

Sunil Chandra Nayak

Leave a Comment

error: Content is protected !!