ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ

ମ,ରାମପୁର,୨୨/୧୦( ମସୀହା):- କଳାହାଣ୍ଡି ଜିଲ୍ଲା ମ,ରାମପୁର ବ୍ଲକ୍ ଗୌଡ କର୍ଲାଖୁଣ୍ଟାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇ ଯାଇଛି। ତ୍ରିଲୋଚନ ମହାଖୁଡ ଙ୍କ ସଭାପତିତ୍ବ ରେ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ମ,ରାମପୁର ସରପଞ୍ଚ ବୀଣାପାଣି ସାହୁ,ସମ୍ମାନୀତ ଅତିଥି ସମାଜସେବୀ ସତ୍ୟ ନାରାୟଣ ସାହୁ ଓ ମୁଖ୍ୟ ବକ୍ତା ଭାବରେ ସି ଆର ସି ସି ସୁବୋଧ କୁମାର ଛତ୍ରିଆ ଯୋଗ ଦେଇ ଶିଶୁ ଙ୍କ ଅନ୍ତର୍ନିହିତ ଶକ୍ତିର ବିକାଶ ଓ ପ୍ରତିଭା ର ବିକାଶ ନିତାନ୍ତ ଆବଶ୍ୟକ ବୋଲି ମତ ବ୍ୟକ୍ତ କରିଥିଲେ। ମଞ୍ଚ ପରିଚାଳନା କରିଥିଲେ ମ୍ୟାନେଜର ସାହୁ । ଏହି ଅବସର ରେ ବିଭିନ୍ନ ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା । କ୍ଲଷ୍ଟର ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥଲେ। ଆସନ୍ତା ୨୭ ତାରିଖରେ ହେବାକୁ ଥିବା ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ରେ ଆଜି କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନେ ଯୋଗ ଦେବେ ବୋଲି ଆଜି ର ଉତ୍ସବ ରେ ସୂଚନା ପ୍ରଦାନ କରାଯାଇଛି ।

ମ.ରାମାପୁରରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ l

Related posts

ରୁକେୟା ଜବିନ୍ ଙ୍କ କବିତା କାହିଁକି

Sunil Chandra Nayak

ଜୁନାଗଡ଼ ଠାରେ ଜିଲ୍ଲାପାଳ ତଥା ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ମୁକ୍ତିରାଣୀ ଦେବତା ଙ୍କ ପ୍ରବନ୍ଧ ସାମାଜିକ ଗଣମାଧ୍ୟମ ଓ ଯୁବପିଢି

Sunil Chandra Nayak

Leave a Comment

error: Content is protected !!