ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭୋଟର ତାଲିକା ସଂଶୋଧନ ନିମନ୍ତେ ବୈଠକ

ଏଣିକି ୪ଟି ପର୍ଯ୍ୟାୟରେ ହେବ ତାଲିକା ସଂଶୋଧନ, ଯୁବବର୍ଗ ଅନ୍ତର୍ଭୁକ୍ତକୁ ଗୁରୁତ୍ୱ

ସବୁ ଭୋଟରଙ୍କଠାରୁ ସଂଗ୍ରହ ହେବ ଆଧାର ନମ୍ବର

ଢେଙ୍କାନାଳ ଜିଲ୍ଲା କାର୍ଯ୍ୟାଳୟସ୍ଥିତ ସଦ୍ଭାବନା ସଭାଗୃହରେ ଭୋଟର ତାଲିକା ସଂଶୋଧନ ସମ୍ପର୍କୀତ ଏକ ବୈଠକ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଣିକି ୪ଟି ପର୍ଯ୍ୟାୟରେ ଭୋଟର ତାଲିକା ସଂଶୋଧନ କରାଯିବ । ପଞ୍ଜୀକୃତ ଭୋଟରଙ୍କଠାରୁ ଆଧାର ନମ୍ବର ସଂଗ୍ରହ ହେବ । ଭୋଟର ତାଲିକାରେ ନୂତନ ଯୁବବର୍ଗଙ୍କ ଅନ୍ତର୍ଭୁକ୍ତକୁ ଗୁରୁତ୍ୱ ଦିଆଯାଇଛି । ଭାରତର ନିର୍ବାଚନ ଆୟୋଗଙ୍କ ନିଦେ୍ର୍ଦଶକ୍ରମେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ବର୍ଷକୁ ଚାରୋଟି ପର୍ଯ୍ୟାୟରେ କାର୍ଯ୍ୟକାରୀ କରାଯିବ । ଜାନୁୟାରୀ ୧, ଏପ୍ରିଲ୍ ୧, ଜୁଲାଇ ୧ ଓ ଅକ୍ଟୋବର ୧ ତାରିଖକୁ ଧାର୍ଯ୍ୟ କରାଯାଇଛି । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦେ୍ଦଶ୍ୟ ହେଉଛି ଭୋଟର ତାଲିକାରେ ନୂତନ ଭୋଟରଙ୍କର ନାମ ପଞ୍ଜିକରଣ କରିବା, ଅନୁପସ୍ଥିତ ବା ସ୍ଥାନାନ୍ତରିତ ହୋଇଥିବା ଏବଂ ମୃତ ବ୍ୟକ୍ତିଙ୍କ ନାମକୁ ତାଲିକାରୁ ବାଦ କରିବା ସହିତ ଭୋଟର ତାଲିକାରେ ଥିବା ତ୍ରୁଟିକୁ ସଂଶୋଧନ କରିବା । ଧାର୍ଯ୍ୟ ହୋଇଥିବା ତାରିଖ ସୁଦ୍ଧା ଯେଉଁମାନଙ୍କର ବୟସ ୧୮ ବର୍ଷ ହୋଇଥିବ ସେମାନେ ନୂତନ ଭୋଟର ଭାବରେ ନିଜର ନାମ ପଞ୍ଜିକରଣ କରିପାରିବେ । ସେମାନେ ଆୟୋଗଙ୍କ ଅନ୍ଲାଇନ୍ ମାଧ୍ୟମରେ ଫର୍ମ-୬ରେ ନାମ ପଞ୍ଜିକରଣ କରିପାରିବେ କିମ୍ବା ସମ୍ପୃକ୍ତ ବୁଥସ୍ଥରୀୟ ଅଧିକାରୀ (ବିଏଲ୍ଓ) କିମ୍ବା ସହ ପଞ୍ଜିକରଣ ଅଧିକାରୀ (ଏଇଆର୍ଓ), ପଞ୍ଜିକରଣ ଅଧିକାରୀ (ଇଆର୍ଓ)ଙ୍କ ନିକଟରେ ଆବେଦନ କରିପାରିବେ । ଭୋଟର ତାଲିକାରୁ ନାମକୁ ବାଦ୍ ଦେବାପାଇଁ ଅନ୍ଲାଇନ୍ ମାଧ୍ୟମରେ ଫର୍ମ-୭ରେ ଆବେଦନ କରିପାରିବେ । ବାସସ୍ଥାନ ସ୍ଥାନାନ୍ତରଣ କିମ୍ବା ସଂଶୋଧନ ପାଇଁ ଅନ୍ଲାଇନ୍ ମାଧ୍ୟମରେ ଫର୍ମ-୮ରେ ଆବେଦନ କରିପାରିବେ । ଏଥିସହିତ ଭାରତର ନିର୍ବାଚନ ଆୟୋଗ ୧ ଅଗଷ୍ଟ ୨୦୨୨ ଠାରୁ ୩୦ ଏପ୍ରିଲ୍ ୨୦୨୩ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ପଞ୍ଜୀକୃତ ଭୋଟରମାନଙ୍କ ଠାରୁ ଆଧାର ନମ୍ବର ସଂଗ୍ରହ କରାଯିବାକୁ ଅନୁରୋଧ କରିଛନ୍ତି । ମତଦାତାଙ୍କର ଆଧାର ନମ୍ବରକୁ ଭୋଟର ତାଲିକାରେ ସଂଯୋଗୀକରଣ କରିବା ଓ ସତ୍ୟତା ପ୍ରତିପାଦନ କରିବା ଏହାର ମୁଖ୍ୟ ଉଦେ୍ଦଶ୍ୟ ରହିଛି । ଏହା ସ୍ୱେଚ୍ଛାକୃତ କିନ୍ତୁ ବାଧ୍ୟତାମୂଳକ କରାଯାଇନାହିଁ । ସମସ୍ତ ଜନସାଧାରଣ ଏହାର ସୁଯୋଗ ନେବାକୁ ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀ (ସାଧାରଣ), ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର (ରାଜସ୍ୱ), ସଦର ଉପଜିଲ୍ଲାପାଳ ସ୍ନିଗ୍ଧାରାଣୀ ଧଳ, ନିର୍ବାଚନ ଅଧିକାରୀ ଭଜନାନନ୍ଦ ସାହୁଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି, ଓଡିଶା ଇଲେକ୍ସନ ୱାଚ୍ ଜିଲ୍ଲା ଶାଖା କନ୍ଭେନର ଶେଷଦେବ ରାଉତ ଓ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦେଇଥିଲେ ।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ

Related posts

ଅପର୍ତ୍ତି ସେଠୀ ଙ୍କ କବିତା ଜ୍ଞାନ ଆଉ ଟଙ୍କା

Sunil Chandra Nayak

ନୂଆପଡା ଜିଲ୍ଲାପରିଷଦ ଅଧକ୍ଷା ରୂପେ ଡଲି ମାଝୀ ନିର୍ନ୍ଦ୍ଵନ୍ଦ୍ଵରେ ବିଜୟୀ

Sunil Chandra Nayak

ବିଜୁ ପଟ୍ଟନାୟକ ଦକ୍ଷତା ପ୍ରୋତ୍ସାହନ ରାଶି ବୃଦ୍ଧି ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ସ୍ବର୍ଣ୍ଣ ବିଜେତାଙ୍କୁ ମିଳିବ ୧ କୋଟି

Leave a Comment

error: Content is protected !!