ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିକାଶ କଲେଜ ପକ୍ଷରୁ ଚଳିତ ମାଟ୍ରିକ ଗ୍ରେଡ ୧ କୃତି ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ଭବାନୀପାଟଣା,୧୩।୭/ମ ନି ସ: ଭବାନୀପାଟଣା ସ୍ଥିତ ବିକାଶ ହାୟର ସେକେଣ୍ଡାରୀ ସ୍କୁଲ ପକ୍ଷରୁ ଚଳିତ ମାଟ୍ରିକ ପରୀକ୍ଷା ରେ ୯୦ ପ୍ରତିଶତରୁ ଅଧିକ ମାର୍କ ରଖି ଉତିର୍ଣ୍ଣ ହୋଇଥିବା ଜିଲ୍ଲାର କୃତି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ମାନପତ୍ର ଦେଇ ସଂମାନିତ କରାଯାଇଛି । ବିକାଶ ଉଇସଡମ୍ ପାର୍କ ପରିସରରେ କଲେଜର ଅଧକ୍ଷ ଯୁବରାଜ ନାୟକ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସମ୍ଭରଧନା ସଭାରେ ମୁଖ୍ୟ ଅତିଥିଭାବେ ବିକାଶ ଅନୁଷ୍ଠାନ ବରଗଡ଼ ର ପରିଚାଳନା ନିର୍ଦେଶକ ଜି ଭାସ୍କର ରାଓ, ଡ଼ା ଏନ ପଣ୍ଡା, ଡ଼ି ଶ୍ୟାମ, ଡ଼ି ରାମ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହ ସଂମାନିତ କରିଥିଲେ । ମେଧାବୀ ଛାତ୍ର ଛାତ୍ରୀ ମାନେ ଉଚ୍ଚ ଶିକ୍ଷା କିପରି ପାଇପାରିବେ ଏବଂ ନିଜ ଉଜ୍ଜଳ ଭବିଷ୍ୟତ ଗଠନ କରିବା ସହ ଦେଶ ଓ ଜାତିର ବିକାଶରେ ସହଯୋଗ କରିପାରିବେ ସେନେଇ ଉପସ୍ଥିତ ଅତିଥିମାନେ ମାର୍ଗ ଦର୍ଶନ କରିଥିଲେ । ଏଥିରେ ସ୍କୁଲର ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନେ ସହଯୋଗ କରିଥିବା ବେଳେ ଶେଷରେ ଅସ୍ପିନକୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

ଭବାନୀ ପାଟଣା ରୁ କିଶନ ଶର୍ମା ଙ୍କ ରିପୋର୍ଟ

Related posts

ବିଳାସିନୀ ପୃଷ୍ଟି ଙ୍କ କବିତା ନୂଆଖାଇ ପର୍ବ

Sunil Chandra Nayak

ମାଳତୀ କୁ ସହାୟତାର ହାତ ବଢ଼ାଇଲା ଆଦିବାସୀ ସଂଘ

Sunil Chandra Nayak

ଦାବି ହାସଲ ପାଇଁ ଐକ୍ୟବଦ୍ଧ ସଂଗ୍ରାମ ର ଆବଶ୍ୟକତା ରହିଛି : ବିଷ୍ଣୁ ମହାନ୍ତି 

Leave a Comment

error: Content is protected !!