ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଞ୍ଚଳିକ ବ୍ରାହ୍ମଣ ସମିତି ତରଫରୁ ସ୍ମୃତି ଚାରଣ ସଭା ଅନୁଷ୍ଠିତ

ବାଲେଶ୍ଵର,୧୩/୭/୨୨- ବାଲେଶ୍ଵର ଜିଲ୍ଲା ଖଇରା ଆଞ୍ଚଳିକ ବ୍ରାହ୍ମଣ ସମିତି ତରଫରୁ ଅଦ୍ଯ ତା ୧୩/୭/୨୨ ରିଖ ବୁଧବାର ଖଇରା ବ୍ଲକ ନୟାଖଣ୍ଡି ପଞ୍ଚାୟତ ବେଗୁନିଆ ଗ୍ରାମରେ ସ୍ବର୍ଗତ ଏ.ସି.ଏଫ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ନିମନ୍ତେ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ସମିତିର ସ୍ଥାୟୀ ସଭାପତି କୃଷ୍ଣ ଚନ୍ଦ୍ର ପତ୍ରୀଙ୍କ ପରୌହିତ୍ବରୋ ଅନୁଷ୍ଠିତ ସଭାରେ ବୁଦ୍ଧିରାମ ପାଣିଗ୍ରାହୀ, ସଂର୍କିର୍ତ୍ତନପଣ୍ଡା, ପଦ୍ମଲାଭ ପଣ୍ଡା, ଅଭିମନ୍ୟୁ ପଣ୍ଡା, ଜନ୍ମେଜୟ ପଣ୍ଡା, ଅଭିରାମ ମହାପାତ୍ର, ଉମେଶ ଚନ୍ଦ୍ର ନାୟକ,ଦେବେନ୍ଦ୍ର କୁମାର ରାଉତ, ନିରଞ୍ଜନ ବେହେରା, ଚିନ୍ତାମଣି ସାହାଣୀ, କୈଳାସ ଚନ୍ଦ୍ର ପୃଷ୍ଟି, ଗଗନ ବିହାରୀ ପଣ୍ଡା, ଡମ୍ବରୁଧର ମହାନ୍ତି, ଜଗବନ୍ଧୁ ବାରିକ, ଅରୁଣ କୁମାର ଦାସ, ସୁବାଶିଷ ଜେନାଙ୍କ ଉପସ୍ଥିତରେ ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା । ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ବାପା ଅଭିରାମ ମହାପାତ୍ର ଆଜକୁ ଏକବର୍ଷରୁ ଅଧିକ ସମୟ ଧରି ପୋଲିସ, କ୍ରାଇମବ୍ରାଞ୍ଚ ଓ ଓଡିଶା ସରକାରଙ୍କ ଠାରୁ କୌଣସି ନ୍ଯାୟ ପାଇଲେ ନାହିଁ, ସିବିଆଇ ଦ୍ବାରା ତଦନ୍ତ କରାଗଲେ ପ୍ରକୃତ ସତ୍ୟ ଲୋକଲୋଚନକୁ ଆସିବ ବୋଲି ଦୃଢ ବିଶ୍ୱାସ ଥିବା କହିଥିଲେ । ତେଣୁ ଏଦିଗରେ ସରକାର ଯତ୍ନବାନ ହେବା ନିହାତି ଦରକାର ବୋଲି ଉପସ୍ଥିତ ବ୍ରାହ୍ମଣ ସମାଜ ଉପଲବ୍ଧି କରିଥିଲା ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଇସ୍ପାତ କଳା ପରିଷଦର ୪୪ତମ ବାର୍ଷିକୋତ୍ସବ ସଂପନ୍ନ

ଓଡ଼ିଆ ପଦ୍ୟ ସାହିତ୍ୟରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଶୀର୍ଷକ ଆଲୋଚନା ଚକ୍ର ଓ କବିତା ଆସର ଅନୁଷ୍ଠିତ 

Sunil Chandra Nayak

ରୋଗୀଣା ପୁଅର ଚିକିତ୍ସା ପାଇଁ…ବରପାଲିରୁ ବ୍ରହ୍ମପୁରକୁ ୩୫୦ କି.ମି ପାଦରେ ଚାଲୁଛନ୍ତି ବୃଦ୍ଧା ମାଆପୁଅ

Sunil Chandra Nayak

Leave a Comment

error: Content is protected !!