Uncategorizedଶ୍ଯାମା ପ୍ରସାଦ୍ ବୋଷ୍ ଙ୍କ କବିତା କାହିଁକି ସପନେ ଆସୁଛ by Sunil Chandra NayakOctober 10, 2022071 Share2 କାହିଁକି ସପନେ ଆସୁଛ ଶ୍ଯାମା ପ୍ରସାଦ୍ ବୋଷ୍ ଗହଳ ରାତିର ବହଳ ନିଦରେ କାହିଁକି ସପନେ ଆସୁଛ ? ଘୋର ଘନଘଟା ସୁଷୁପ୍ତ ଶରୀରେ ପ୍ରୀତିର ପରଶ ଦେଉଛ । ପ୍ରେମ ପ୍ରୀତି ଭରା ମଧୁର ପିଆଲା ସରାଗରେ କିଆଁ ଭରୁଛ ? ହୀରା ମୋତି ଝରା କୁହୁକ ହସରେ ମନକୁ ମୋ ମୋହି ନେଉଛ । ସପନରେ ନିତି ଚୁପି ଚୁପି ଆସି ଲୁଚକାଳି କିଆଁ ଖେଳୁଛ ? ହାତ ପାହାନ୍ତାରୁ ଖସି ଯାଇ ପୁଣି ସୁଖ ନିଦ ମୋର ଭାଙ୍ଗୁଛ । ନିଷିଦ୍ଧ ଛୁଆଁର କାମନା ନିଆଁରେ ପ୍ରଣୟୀ କାହିଁକି ସାଜୁଛ ? ମିଠା ସପନର ମଧୁର ମୂହୁର୍ତ୍ତେ ବିବସନା କରି ଦେଉଛ । ପ୍ରୀତି ପ୍ରଦୀପରେ ଆଶାର ସଳିତା କାହିଁକି ଜଳାଇ ଦେଉଛ ? ରାତି ପାହିଗଲେ ନିରାଶା ମନରେ ବିଷାଦ ଭାବନା ଭରୁଛ । ଅବିବେକି ପରି ବିରହ ଜ୍ବାଳାରେ କାହିଁକି ଜଳାଇ ମାରୁଛ ? ନିଇତି ସପନେ କାହିଁକି ଆସୁଛ ଦିବସେ ହତାଶ କରୁଛ । ଶ୍ଯାମା ପ୍ରସାଦ୍ ବୋଷ୍ ବେଗୁନିଁଆ , ମଲ୍ଲୀକ୍ ସାହି ପୋଷ୍ଟ୍ :- ଗୋପ୍ , ଜିଲ୍ଲା :- ପୁରୀ