ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ହେ ବିଶ୍ବ ଦେବତା ଜୀବନ ସବିତା
         ଜୀବନର ମହାଧନ
ତୁମ ପଥ ଧରି ଆଗକୁ ଯାଉଛି
   ତୂମେ ମୋର ଭଗବାନ।
ଯାହା ମୁ କରୁଛି ଯାହା ମୁ କହୁଛି
    ସବୁ ତୁମ୍ଭ ଗୋଚରରେ
ଯେତେବେଳେଯାହାଆଦେଶ ଦେଇଛ
    ପାଳନ କରି ଭକ୍ତିରେ।
ଯୁଆଡ଼େ ଯାଉଛି ତୁମ ଅନୁମତି
    ଧରି ନାମ ଭକ୍ତି କଣ୍ଠେ
ଦିନରାତି ଜପ ମାଳା ଗୁନ୍ଥି ଧରି
   ଭଜନ ଗାଉଛି କଣ୍ଠେ।
ଭାବ ଭକ୍ତି ମୋର ସଦା ରହି ଥାଉ
    ଦିଅ ମୋତେ ଆଶିର୍ବାଦ
ତୁମ ଗୁଣ ଗାନ ଗାଉଥିବା ଯଶ଼ଃ
     ସମାଜେ ପ୍ରଭୁ ସମ୍ବାଦ।
ଦର୍ଶନ କରିବା ପୁଣ୍ୟ ଅରଜନ
   ଜୀବନର ମହାଫଳ
ତୂଳସୀ ପାଦୁକା ପାଇଲେ ଶରୀର
    ଆସଇ ମୋ ମହାବଳ।
ସିନ୍ଦୂର ଚନ୍ଦନ ମଥାରେ ଲଗାଇ
   ଭକ୍ତି ଆସେ ମନେ ଭରି
ହୃଦୟ ଭିତରୁ ଗୁନ୍ ଗୁନ୍ ଶବ୍ଦ
    ତୁଣ୍ଡରୁ ବାହାରେ ହରି।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ମଣିଷ ବଦଳରେ ମେସିନ୍ କରୁଛି ମନରେଗା କାର୍ଯ୍ୟ

Sunil Chandra Nayak

ଦୁଇ ନାଁବାଳକ ବେସାହାରା ବୃଦ୍ଧ ଅଜାଆଇଙ୍କ ବୋଝ ପାଲଟିଛନ୍ତି

Sunil Chandra Nayak

ପାପଡାହାଣ୍ଡି ବ୍ଲକ ସଦର ମହକୁମା ସମସ୍ତ ସାହି ରାସ୍ତା ଅବସ୍ଥା ଶୋଚନୀୟ 

Sunil Chandra Nayak

Leave a Comment

error: Content is protected !!