ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦୁଇ ଦିନ ପେଟ୍ରୋଲ ପମ୍ପ ସନ୍ଧ୍ୟାରୁ ସକାଳ ବନ୍ଦ

ସନ୍ଧ୍ୟା ୬ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ବନ୍ଦ ରହିବ ସମସ୍ତ ପେଟ୍ରୋଲ ପମ୍ପ….

 ଆଜି ଠାରୁ ଦୁଇ ଦିନ ପାଇଁ ଧର୍ମଘଟକୁ ଓହ୍ଲାଇବ ପେଟ୍ରୋଲିୟମ୍ ଡିଲର୍ସ ଆସୋସିଏସନ୍। ଆଜି ସନ୍ଧ୍ୟା ୬ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ବନ୍ଦ ରହିବ ସମସ୍ତ ପେଟ୍ରୋଲ ପମ୍ପ। ଆସନ୍ତାକାଲି ମଧ୍ୟ ସନ୍ଧ୍ୟା ୬ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ବନ୍ଦ ରହିବ। ସରକାର ଟାକ୍ସ କମାଇବା ଦ୍ୱାରା ପେଟ୍ରୋଲ ପମ୍ପ ଡିଲର୍ସମାନେ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହୁଛନ୍ତି। ଏଥିପାଇଁ ତୈଳ କମ୍ପାନୀମାନଙ୍କଠାରୁ କ୍ଷତିପୂରଣ ଦାବି କରିଛନ୍ତି। ଦାବିପୂରଣ ନ ହେଲେ ଆଗାମୀ ଦିନରେ ତୈଳ କମ୍ପାନୀ ବିରୋଧରେ ଆଇନର ସହାୟତା ନିଆଯିବ ବୋଲି କୁହାଯାଇଛି।ଦୁଇ ଦିନ ଧରି ତୈଳ କମ୍ପାନୀମାନଙ୍କ ଠାରୁ କୌଣସି ପ୍ରଡକ୍ଟ କିଣା ହେବ ନାହିଁ ବୋଲି ଡିଲର୍ସ ଆସୋସିଏସନ ପକ୍ଷରୁ କୁହାଯାଇଛି।

ପେଟ୍ରୋଲିୟମ ଡିଲର୍ସ ଆସୋସିଏସନ୍ ସଭାପତି ଶଶାଙ୍କ ଶେଖର ସାହୁ କହିଛନ୍ତି, କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ଆମେ ଅନୁରୋଧ କରୁଛୁ ଯେ ଯଦି ଭ୍ୟାଟ୍ ଓ ଏକ୍ସସାଇଜ୍ ଡ୍ୟୁଟି କମାଉଛନ୍ତି ସେମାନେ ଗ୍ରାଜୁଆଲି କମାନ୍ତୁ। ଯେତେ ଟଙ୍କା କମିଲେ ମଧ୍ୟ ଆମେ ଜନସାଧାରଣଙ୍କ ସାଙ୍ଗରେ ଅଛୁ। ରେଟ୍‌ କମିଲେ ଆମେ ଖୁସି। କିନ୍ତୁ ସରକାର ଯେପରି ଭାବେ କମାଉଛନ୍ତି ଡିଲରମାନଙ୍କୁ ପମ୍ପ ଚଳାଇବା ଭାରି କଷ୍ଟ ହୋଇପଡ଼ୁଛୁ।

ବର୍ତ୍ତମାନ ପେଟ୍ରୋଲରେ ଏକ୍ସାଇଜ୍‌ ଡ୍ୟୁଟି ୯ଟଙ୍କା ୫୦ ପଇସା କମିଲା, ଡିଜେଲରେ ୭ଟଙ୍କା କମିଲା। ଯାହାଫଳରେ ରାତିରାତି ଜଣେ ଡିଲରର ୧୦ରୁ ୧୨ ଲକ୍ଷ ଟଙ୍କା କ୍ଷତି ହେଉଛି। ଜନ ସାଧାରଣ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଦୁଇ ଦିନ ଦିନରେ ପ୍ରେଟୋଲ ପମ୍ପ ଖୋଲା ରହିବ। ସନ୍ଧ୍ୟା ୬ରୁ ସକାଳ ୬ ପର୍ଯ୍ୟନ୍ତ ପେଟ୍ରୋଲ ପମ୍ପ ବନ୍ଦ ରହିବ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ ….

Related posts

ଭିଜିଲାନ୍ସ ରେଡ ୨୮ ହଜାର ଜବତ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ଗିରଫ

Sunil Chandra Nayak

ଆଦରମଣି ପ୍ରଧାନ ଙ୍କ କବିତା ଦୃଶ୍ୟାନ୍ତର

Sunil Chandra Nayak

ଗରିବ ଖଟିଖିଆଙ୍କର ଜୀବନ ଜୀବିକାକୁ ପ୍ରଭାବିତ କରୁଅଛି ସଟାଖେଳ

Sunil Chandra Nayak

Leave a Comment

error: Content is protected !!