ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗରିବଙ୍କୁ ଜେଲ ଯନ୍ତ୍ରଣା

ବିଭିନ୍ନ କାରଣରୁ ଜାମିନ ପାଇ ମଧ୍ୟ ଜେଲରେ ସଢ଼ୁଛନ୍ତି ୨୯୦ ବନ୍ଦୀ….

ଗରିବଙ୍କୁ ଜେଲ ଯନ୍ତ୍ରଣା । ତେବେ ଜାମିନଦାର ଏବଂ ସିକ୍ୟୁରିଟି ଜମା ଦାଖଲ କରିପାରୁ ନଥିବାରୁ ଜାମିନ ପାଇ ବି ଜେଲରୁ ମୁକୁଳି ପାରୁନାହାନ୍ତି ୨୩୯ ଜଣ କଏଦୀ । ରାଜ୍ୟର ବିଭିନ୍ନ ଜେଲରେ ଏବେ ସେମାନେ ମୁକୁଳିବା ଅପେକ୍ଷାରେ ରହିଛନ୍ତି । ସେପଟେ ରାଜ୍ୟର ବିଭିନ୍ନ ଜେଲରେ ମୋଟ ୫୦୨ ବିଚରାଧୀନ କଏଦୀଙ୍କ ଜାମିନ ୟୁଟିଆରସିରେ ବିଚାର କରାଯାଇ ସେମାନଙ୍କ ମଧ୍ୟରୁ ୪୭୮ ଜଣଙ୍କ ଜାମିନ ମଞ୍ଜୁର କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୧୮୮ ଜଣ ଜେଲରୁ ଖଲାସ ହୋଇଥିବାବେଳେ ୨୯୦ ଜଣ କଏଦୀ ଏବେ ବି ଜେଲରେ ଅଛନ୍ତି । ସେହି ୨୯୦ ଜଣଙ୍କ ମଧ୍ୟରୁ ୨୩୯ ଜଣ କେବଳ ବେଲବଣ୍ଡ, ଜାମିନଦାର ଯୋଗାଡ଼ କରିପାରୁନଥିବାରୁ ଜେଲରେ ଶଢ଼ୁଛନ୍ତି । ଅଦାଲତର ସତ୍ତ୍ୱ ଅନୁଯାୟୀ ଆର୍ଥିକ ଦୁର୍ବଳ ବର୍ଗର ଏହି କଏଦୀମାନେ ଜାମିନଦାର ଅଥବା ସିକ୍ୟୁରିଟି ଜମା ଅର୍ଥ ଯୋଗାଡ଼ କରିପାରୁନାହାନ୍ତି । ତେଣୁ ଜେଲରୁ ମୁକୁଳିବା ବାଟ ସେମାନଙ୍କ ପାଇଁ ବନ୍ଦ ହୋଇ ରହିଛି । ଅନ୍ୟ କାରଣୁ ୫୧ ଜଣ କଏଦୀ ଜାମିନ ପାଇ ମଧ୍ୟ ଜେଲରୁ ମୁକୁଳି ପାରୁ ନାହାନ୍ତି । ଅନ୍ୟପଟେ ରାଜ୍ୟ ସରକାରଙ୍କ ବିଭାଗୀୟ ତଥ୍ୟ ଅନୁଯାୟୀ, ଏପ୍ରିଲ ୩୦ ତାରିଖ ସୁଦ୍ଧା ରାଜ୍ୟରେ ବିଭିନ୍ନ ଜେଲରେ ମୋଟ କ୍ଷମତା ୨୧ ହଜାର ୫୧୫ ଥିବାବେଳେ ୧୯ ହଜାର ୯୫୯ ଜଣ କଏଦୀ ଅଛନ୍ତି । କିନ୍ତୁ ଭଦ୍ରକ ସ୍ୱତନ୍ତ୍ର ଉପକାରାଗାର, କାମାକ୍ଷାନଗର ଉପକାରାଗାର, ବାଲିଗୁଡ଼ା ଉପ କାରାଗାର, ଯାଜପୁର ଉପକାରାଗାର, ମାଲକାନଗିରି ଫୁଲବାଣୀ ଇତ୍ୟାଦି ଭଳି ଜେଲରେ ସ୍ଥିତି ସଙ୍ଗୀନ ହୋଇ ପଡ଼ିଛି ।

କ୍ଷମତାଠାରୁ ଦୁଇ ଗୁଣା ଅଧିକ କଏଦୀ ଏହି ଜେଲରେ ଅଛନ୍ତି । ଚଳିତବର୍ଷ ଜାନୁଆରୀ ୧ ତାରିଖରୁ ମାର୍ଚ୍ଚ ୩୧ ତାରିଖ ଯାଏ ଜିଲ୍ଲା ସ୍ତରରେ ଥିବା ଆଇନସେବା ପ୍ରାଧିକରଣ ପକ୍ଷରୁ ୟୁଟିଆରସି ମିଟିଂ ଅନୁଷ୍ଠିତ ହୋଇଥିଲା । ଏହି କମିଟିରେ ଜାମିନ ଯୋଗ୍ୟ ଦଫା ଅର୍ଥାତ ସିଆରପିସିର ଧାରା ୪୩୬ଏ ରେ ୫ ଜଣଙ୍କ ମଧ୍ୟରୁ ୫ ଜଣଙ୍କ ଜାମିନ ମଞ୍ଜୁର ହୋଇଥିଲା । କିନ୍ତୁ ସେମାନଙ୍କ ମଧ୍ୟରୁ ୪ ଜଣ ଖଲାସ ହୋଇଥିବାବେଳେ ଜଣେ ଜେଲରେ ଅଛନ୍ତି । ସେହିପରି ୪୨୦ ଜଣ ବିଚରାଧୀନ କଏଦୀଙ୍କ ମଧ୍ୟରୁ ୩୯୮ ଜଣଙ୍କ ଜାମିନ ମଞ୍ଜୁର ହୋଇଥିଲା । କିନ୍ତୁ ସେମାନଙ୍କ ମଧ୍ୟରୁ ୧୫୯ ଜଣ ଜାମିନରେ ଖଲାସ ହୋଇଥିବାବେଳେ ଆହୁରି ୨୩୯ ଜଣ କଏଦୀ ମୁକୁଳିପାରି ନାହାନ୍ତି । ନିର୍ଦ୍ଦିଷ୍ଟ ଭାବରେ ଏହି କଏଦୀମାନଙ୍କ ଆର୍ଥିକ ସ୍ଥିତି ଠିକ ନଥିବାରୁ ଏମାନେ ବେଲ ବଣ୍ଡ ଦେଇ ନପାରି ଜେଲରେ ସଢ଼ୁଥିବା ଜଣାଯାଇଛି।

ଵିଦ୍ୟାଧର ସାହୁଙ୍କ ସଂଗୃହୀତ ରିପୋର୍ଟ….

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା କେସିଙ୍ଗା ବଲାଙ୍ଗୀର ବିଦ୍ୟୁତ କେଭି ଲାଇନ ଉଦଘାଟିତ.

ଆଇଟିସି ଏମ୍.ଏସ୍.କେ – ମିଶନ ଜୀବିକା ଆଇଟିଡିଏ ପକ୍ଷରୁ କର୍ମଶାଳା ଓ ପ୍ରଶିକ୍ଷଣ ଶିବିର

Sunil Chandra Nayak

Leave a Comment

error: Content is protected !!