ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ କବିତା ବିରହିଣୀ

          ବିରହିଣୀ

ରାଗ (ମୁଖାରୀ, ତାଳ -ଆଠତାଳ )

 

   ଚାରୁ ଚନ୍ଦ୍ରାନନୀରେ,

     ବିରସରେ ବିରହିଣୀରେ

ବସି ବିରହରେ ଯମୁନା କୂଳରେ

  ଚଳାପାଙ୍ଗୀ ସୌଦାମିନୀରେ (0)

ବସନ୍ତ କାଳରେ

ମୃଦୁ ମଳୟରେ

ରାଧାରାଣୀ ଏକାକିନୀରେ

ବିଳସୁ କାହାରେ

ରାଧିକା ଗୋରୀରେ

କେନେଲା ତୋ ମନକିଣୀରେ|1|

ବାମାଙ୍ଗୀ ବିମନେ

ବିମର୍ଶ ତୋମନେ

ଅବିଶ୍ୱାସ ଗଲାଜିଣୀରେ

ବିରୋଧ ହେଲାକି

ନିକୁଞ୍ଜ କାନନ

ଆଜପ୍ରେମଶୋହାଗିନୀରେ |2|

ବିଶ୍ୱାସରେ ଗୋରୀ

ବିଳସୁ କାହିକି

ମନମୀନକୁ ତୁଭିଣୀରେ

ବିଶ୍ୱାସରେ ରାଧା

ପାଦଦେଲୁ ଅଧା

ଜହ୍ନରାତି ନିଶିଥିନିରେ |3|

ବିରହିଣୀ ଦର୍ପ

ବିଦ୍ଧକଲା ହୃଦ

ବିରହେ ଜଳିଲା ଧନୀରେ

ବିରହେ ରହିଲୁ

ବୋଲେବିଦ୍ୟାଧର

ତୋହୃଦୟ ପ୍ରୀତିଖଣିରେ |4|

ଶ୍ରୀ ବିଦ୍ୟାଧର ମହାନ୍ତ

ତମ୍ବାହରା ,ହରିଚନ୍ଦନପୁର, କେନ୍ଦୁଝର.

 

Related posts

ବର୍ଷା ଯୋଗୁଁ ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ବ୍ଲକ ର ଜନଜୀବନ ଅସ୍ତବ୍ୟସ୍ତ

Sunil Chandra Nayak

ଧର୍ମରାଜ ପ୍ରଧାନ ଙ୍କ କବିତା ସ୍ବାଗତମ୍ ମାଁ

Sunil Chandra Nayak

ସାମ୍ବାଦିକ ଙ୍କୁ ଜଣେ ଓକିଲ ଦୁର୍ବ୍ୟବହାର ର ପ୍ରତିବାଦ ରେ ପ୍ରେସକ୍ଲବ ପକ୍ଷରୁ ଏସ ପି ଓ ଜିଲ୍ଲାପାଳ ଙ୍କୁ ଅଭିଯୋଗ

Sunil Chandra Nayak

Leave a Comment

error: Content is protected !!