ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଟ୍ରେଞ୍ଚ ନିର୍ମାଣ ନାମରେ ଚଞ୍ଚକତା, ସନ୍ଦେହରେ ଗ୍ରାମ ରୋଜଗାର ସେବକ, ଉଚ୍ଚ ଅଧିକାରୀ ନିରବଦ୍ରଷ୍ଟା ? 

ତେନ୍ତୁଳିଖୁଣ୍ଟି – :୧୨/୧୦/୨୨ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଝରିଗୁମ୍ମା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମଙ୍ଗରଦୋରା ଗ୍ରାମ ରେ ଟ୍ରେଞ୍ଚ ନିର୍ମାଣ ପାଇଁ ଆର୍ଥିକ ବର୍ଷ ୨୦୨୨-୨୩ ବୋଲି ନାମକୁ ଉଲ୍ଲେଖ କରା ଯାଇଛି। କେବଳ ଅଟକଳ ମୂଲ୍ୟ ୫ ଲକ୍ଷ ଉଲ୍ଲେଖ ରହିଛି। କେବେ କାର୍ଯ୍ୟ ଆରମ୍ଭ କେବେ ଶେଷ ଉଲ୍ଳେଖ କରାଯାଇ ନାହିଁ। କାର୍ଯ୍ୟ ର କୋଡ ଉଲ୍ଲେଖ ରହିଛି,ଶ୍ରମିକ ମାନଙ୍କ ଦୈନିକ ପାଉଣା କେତେ ତାହା ବି ଉଲ୍ଲେଖ ନାହିଁ। ଏସବୁ ଉଲ୍ଲେଖ କରିବାର କାରଣ ଟ୍ରେଞ୍ଚ ଯେଉଁ ଉଦେଶ୍ୟ ରେ କରା ଯାଇଥିଲା ତାହା ଦେଖା ଯାଉନି। କେତେ ଜଣ ଶ୍ରମିକ କାର୍ଯ୍ୟ କରିଛନ୍ତି, ମାଷ୍ଟର ରୋଲ ରେ କେତେ ଶ୍ରମିକ ନାମ ରହିଛି। ପ୍ରକୃତ ରେ କାମ କରୁଛନ୍ତି ୧୫ ରୁ ୨୦ କିନ୍ତୁ ବିଲ୍ ହେଉଛି ୫୦, ରୁ ୬୦, ଠିକାଦାର ଗ୍ରାମ ରୋଜଗାର ସେବକ ମଧ୍ୟରେ ଭିତରିଆ ପକେଟ୍ ଗରମ୍ ହେଲେ ହେଲା। ପଞ୍ଚାୟତ ରେ କିଏ ବା ଆଉ ପଚାରିବ। ଏଥିରେ ପୁଣି ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କୁ କିଛି ହାତ ଗୁଞ୍ଜା ଦେଲେ କାମ ସରିଲା। ଏଭଳି ଯୋଜନା ନାମରେ ଯୋଜନା ଏକ୍ସନ ପ୍ଲାନ୍ କରି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ନିର୍ଦ୍ଦେଶକ ଠାରୁ ଅନୁମତି ପାଇଲେ ହେଲା। କିଛି ଶ୍ରମିକ ମାନଙ୍କୁ ଦେଖାଇ କାମ କରି ନ ଥିବା ଜବ କାର୍ଡ ଧାରୀ ମାନଙ୍କୁ ୧ଶହ ଟଙ୍କା ଦେଇ ନିଜ ନିଜ ପକେଟ୍ ଗରମ କରିବାକୁ ଲାଗି ଥାନ୍ତି।ଏଭଳି ଅଭିଯୋଗ ତେନ୍ତୁଳିଖୁଣ୍ଟି ବ୍ଲକ୍ ରେ ନୂଆ କଥା ନୁହେଁ। ବାରମ୍ବାର ଦୃଶ୍ୟ ହେଉଥିଲେ ବି କନିଷ୍ଠ ଯନ୍ତ୍ରୀ ଠାରୁ ଆରମ୍ଭ କରି ସହକାରୀ ଯନ୍ତ୍ରୀ ଙ୍କୁ ବାରମ୍ବାର ଅବଗତ କଲେ ବି ଫଳ କିଛି ନାହି। ୨୦୧୯ ରେ ଦିଗି ଗ୍ରାମ ପଞ୍ଚାୟତ ର ବାମ ପାର୍ଶ୍ୱରେ ଡ୍ରେନ ନିର୍ମାଣ ହୋଇଥିଲା ଗୋଟିଏ ସ୍ଥାନ ରେ ନାମ ଫଳକ ଲେଖା ହୋଇଛି ଅନ୍ୟ ଏକ ସ୍ଥାନ ରେ, ଏହାକୁ ନେଇ ଦିଗି ପଞ୍ଚାୟତ ର ତତ୍କାଳୀନ ନିର୍ବାହୀ ଅଧିକାରୀ ଭୁଲ ହୋଇଛି ବୋଲି ଆତ୍ମ ସମର୍ପଣ କରିଥିଲେ। ତତ୍କାଳୀନ ଗୋଷ୍ଟି ଉନ୍ନୟନ ଅଧିକାରୀ ସହକାରୀ ଯନ୍ତ୍ରୀ ମୋ ସରକାର ଇ ଅଭିଯୋଗ ବି କରା ଯାଇଥିଲା । ବିଡ଼ିଓ ଆଉ ଥରେ ଏଭଳି ହେବ ନାହି ବୋଲି ୧୫ଟି ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଉଛି ବୋଲି କହି ବଦଳି ଗଲେ। ହେଲେ ଆଜି ବି ଯେମିତି କୁ ସେମିତି ରହିଛି। ବିନା ନାମ ଫଳକ ରେ ବିଲ୍ ଉଠୁଛି। କେଉଁଠିି ନାମ ଫଳକ ସାକ୍ଷୀ କରି କାମ ନ ଥାଏ ବିଲ୍ ଉଠିଛି। ଉପରସ୍ତ ଅଧିକାରୀ ବାବୁ ଙ୍କ ତୋଷ କଲେ ହେଲା। ସବୁଜ ଶ୍ୟାମଳ ପରିବେଶ ପାଇଁ ସରକାର ବିଭିନ୍ନ ପ୍ରକାର ଯୋଜନା ମାନ କରିଛନ୍ତି।ବୃକ୍ଷରୋପଣ ମାଧ୍ୟମ ରେ ହେଉ ବା ଜଙ୍ଗଲକ୍ଷୟ ରୋକିବା ପାଇଁ ଅନେକ ଯୋଜନା ମାନ କରୁଛନ୍ତି।ଏହି ସବୁ ସରକାରୀ ଯୋଜନା ରେ ଆସୁଥିବା ଟଙ୍କା ର ଲାଳସା ରେ ସରକାରୀ ବାବୁ ପାଇଁ ଏକ ଅଫର ବୋଲି ବ୍ଲକ୍ ବାସି ଙ୍କ ଠାରୁ ଶୁଣିବାକୁ ମିଳୁଛି।ଏ ବିଷୟ କୁ ନେଇ ଗ୍ରାମ ରୋଜଗାର ସେବକ ଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲୁ ଫୋନ୍ କାଟି ଦେବାରୁ ମତାମତ ପ୍ରକାଶ କରି ପାରି ନାହୁ ।ଏ ସଂପର୍କ ରେ ତେନ୍ତୁଳିଖୁଣ୍ଟି ଗୋଷ୍ଟି ଉନ୍ନୟନ ଅଧିକାରୀ ଙ୍କ ସହିତ ଯୋଗାଯୋଗ କରିବାରୁ ସେ ମଧ ଫୋନ୍ ଉଠାଇ ନ ଥିଲେ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଗ୍ରୀଣ୍ଡୋଲଠାରେ ପଞ୍ଚକୁଣ୍ଡିଅ ଗାୟତ୍ରୀ ମହାଯଜ୍ଞ

Sunil Chandra Nayak

ଘଣ୍ଟିଗୁଡା ଗାଁରେ ଯୁବକ ଙ୍କ ଝୁଲନ୍ତା ମୃତଦେହ ଠାବ, ପୋଲିସ ର ତଦନ୍ତ ଜାରି

Sunil Chandra Nayak

ନର୍ଲା ବ୍ଲକରେ ନୂତନ ବିଡ଼ିଓ ଭାବରେ ବାସନ୍ତି ସେଠୀଙ୍କ ଯୋଗଦାନ, ଭବ୍ୟ ସ୍ୱାଗତ କଲେ ବ୍ଲକ ଅଧ୍ୟକ୍ଷା,ଉପାଧ୍ୟକ୍ଷ ଓ କର୍ମଚାରୀ

Sunil Chandra Nayak

Leave a Comment

error: Content is protected !!