ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଶାଗୁଡା ଅଙ୍ଗନବାଡ଼ି ଗୃହ ନିର୍ମାଣ ଶୀଘ୍ର ସାରିବାକୁ ବିଡ଼ିଓ ଙ୍କୁ ଗୁହାରି

 ତେନ୍ତୁଳିଖୁଣ୍ଟି -୧୨/୧୦/୨୨ – ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ପୂଜାରିଗୁଡା ଗ୍ରାମ ପଞ୍ଚାୟତ ବିଶା ଗୁଡା ଗ୍ରାମର ଅଙ୍ଗନବାଡ଼ି ଗୃହ ଆଜକୁ ତିନି ବର୍ଷ ହେଲା ନିର୍ମାଣ ଆରମ୍ଭ ହୋଇଥିଲା। ତାହା ଆଜି ଯାଏଁ ସମ୍ପୂର୍ଣ୍ଣ ହୋଇ ପାରିନି। ଯେଉଁ ବ୍ୟକ୍ତି ଏହି ଗୃହ ର ନିର୍ମାଣ କାମ ନେଇଛନ୍ତି ସେ ବିଭାଗୀୟ ଯନ୍ତ୍ରୀ ବିଲ କରିବାରେ ବିଲମ୍ବ କରୁଛନ୍ତି ବୋଲି ଦର୍ଶାଉଛନ୍ତି। ପ୍ରକୃତ କାରଣ କଣ ତଦନ୍ତ କରି ଶୀଘ୍ର ସାରିବାକୁ ୱାର୍ଡ ସଭ୍ୟ ପଵିତ୍ରମୋହନ ନାୟକ ସମେତ ଲଛମାନ ନାୟକ ,ଦେବ ହରିଜନ,ରଥ ମାଝୀ, ଦୟାଳୁ ହରିଜନ ପ୍ରମୁଖ ଗ୍ରାମବାସୀ ବିଡ଼ିଓ ଦୁର୍ଯ୍ୟୋଧନ ଭୋଇ ଙ୍କୁ ଭେଟି ଦାବୀ କରିଛନ୍ତି। ବିଡ଼ିଓ ଶୀଘ୍ର ସମାଧାନ କରିବେ ବୋଲି କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଅଙ୍ଗନବାଡ଼ି କେନ୍ଦ୍ର ଗୃହ ନିର୍ମାଣ ର ସିଂହ ଭାଗ ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ ହେଉଛି। ଉକ୍ତ ଯୋଜନା ରେ ମେଟେରିଆଲ ବାବଦ ଅର୍ଥ ଠିକ ସମୟରେ ଆସୁନଥିବାରୁ ବ୍ଲକ ର ଅଧିକାଂଶ ଅଙ୍ଗନବାଡ଼ି ଗୃହ ନିର୍ମାଣ ଅଗ୍ରଗତି କରୁନି। ଅଧାପନ୍ତରିଆ ଗୃହ ନେଇ ଖବର କି ଦାବୀ ପରେ କେବଳ ସମୀକ୍ଷା ଜିଲ୍ଲାପାଳ ଙ୍କ ଚେତାବନୀ ରେ ରହି ଯାଉଛି। ଦେଖିବା ବିଶାଗୁଡା କ୍ଷେତ୍ର ରେ ଆଗକୁ କଣ ହେଉଛି।

ଗୋବର୍ଦ୍ଧନ ସାହୁ,ତେନ୍ତୁଳିଖୁଣ୍ଟି

Related posts

ଅବକାରୀ ବିଭାଗର ଚଢ଼ାଉ ଜଣେ ଗିରଫ୍

କୋକସରା ରେ ବାଇକ ଚୋରି ବୃଦ୍ଧି, ସି.ସି ଟିଭି ରେ କଏଦ ହେଲା ଚୋରି ସମୟ ର ଦୃଶ୍ୟ

Sunil Chandra Nayak

ଆମ୍ ଆଦମୀ ପାର୍ଟି ବେରୋଜଗାର ଯୁବକ ଯୁବତୀ ଙ୍କୁ ଭତ୍ତା ର ସୁନେଲୀ ସପ୍ନ ଦେଖାଇଲା ?

Sunil Chandra Nayak

Leave a Comment

error: Content is protected !!