ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାମାଜିକ ସମରସତା କାର୍ଯ୍ୟକ୍ରମ ଉଦଯାପିତ

 ଚିଲିଗୁଡା ( ମ ନି ସ ) ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁ ଥ ଅର୍ଗାନାଇଜେସନ ,ଲଙ୍କେଶ୍ୱର ପ୍ରଡୁସର ଗ୍ରୁପ, ମୁଣ୍ଡରା ଗୁଡା ,ଗ୍ରାମ ପଂଚାୟତ ସ୍ତରୀୟ ସ୍ୱୟଂ ସହାୟକ ଗୋଷ୍ଟି ସଂଘ ଏବଂ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ,ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟର ମିଳିତ ଆନୁକୂଲ୍ୟରେ ଭାରତ ରତ୍ନ ଡ଼ ବାବା ସାହେବ ଆମ୍ବେଦକର ଙ୍କ ୧୩୧ ତମ ଜୟନ୍ତୀ ପାଳିତ ହେବା ସହ ୧୫ ଦିନ ବ୍ୟାପି ଅପ୍ରେଲ ୧ ରୁ ବାବା ସାହେବଙ୍କ ଜୟନ୍ତୀ ପ୍ରଯ୍ୟନ୍ତ ସମାଜରେ ଶାନ୍ତି ,ମୈତ୍ରୀ ,ଭାତୃତ୍ବ ,ସମବେଦନା ଓ ସମୃଦ୍ଧିର ପ୍ରତିଷ୍ଠା ପାଇଁ ସାମାଜିକ ସମରସତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଅପ୍ରେଲ ୧ ତାରିଖ ଦିନ ହାବସ ପୁର ଠାରେ ସ୍ଥାନୀୟ ସରପଞ୍ଚ ବିକାଶ ରଞ୍ଜନ ପଣ୍ଡା ଏହି ଅଭିଯାନକୁ ଉଦଘାଟନ କରି ଏକ ସଶକ୍ତ, ସମୃଦ୍ଧିଶାଳୀ ଓ ପ୍ରଗତିଶୀଳ ସମାଜ ଗଠନରେ ବାବା ସାହେବ ଆମ୍ବେଦକର ଙ୍କ ସ୍ଵଜନ ଶୀଳ ବିଚାର ଧାରା ହି ସମାଜକୁ ଗୋଟିଏ ସୂତ୍ରରେ ବାନ୍ଧି ରଖିବ ବୋଲି ମତ ବ୍ୟକ୍ତ କରିଥିଲେ ।ଏଥିରେ ସମ୍ମାନିତ ଅତିଥିଭାବେ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ। ଶାମୁକା କୁମାର ,ନାରୀ ନେତ୍ରୀ ସବିତା କୈବର୍ତ୍ତ ,ଭୂମିସୁତା ମହାନ୍ତି ,ରିଙ୍କି ବାରିକ ,ଜୁନାଗଡ଼ ବନାଞ୍ଚଳ ଅଧିକାରୀ ମୁରାରୀ ପ୍ରସାଦ ପଣ୍ଡା ,ଓଡିଶା ଜୀବିକା ମିଶନ ଡି ପି ଏ ମ ପ୍ରଶାନ୍ତ କୁମାର ମିଶ୍ର ,ଜିଲ୍ଲା ଶିଳ୍ପ କେନ୍ଦ୍ର ସହ ପ୍ରବନ୍ଧକ ଦିନେଶ ଅଗ୍ରୱାଲ ,ସମାଜସେବୀ ଚନ୍ଦ୍ର ଭାନୁ କୈବର୍ତ୍ତ ପ୍ରମୁଖ ଯୋଗଦାନ କରି ବାବା ସାହେବଙ୍କ ଅମ୍ଳାନ ସୃତି ଚାରଣ କରିବା ସହ ଆଧୁନିକ ଭାରତ ଗଠନର ସୁଦକ୍ଷ ବିନ୍ଧାଣି ବୋଲି ଆମ୍ବେଦକର ଙ୍କୁ ବର୍ଣ୍ଣନା କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ହାବସପୁର ,ଅନ୍ତର୍ଲା ,ଅମ୍ବାଦୋଳା ,କରଚଳା ,କଛିମଡୋଳା ଗ୍ରାମର ଶତାଧିକ ମହିଳା ଓ ବୁଦ୍ଧି ଜୀବୀ ଯୋଗଦାନ କରିଥିଲେ ।୧୫ ଦିନ ବ୍ୟାପି ଏହି କାର୍ଯ୍ୟକ୍ରମ ଝାର ବନ୍ଧ ,କାର୍ଲି ଖସିଗୁଡା ,ପଦମ ପୁର ,ଗୌଡ଼ଛେଣ୍ଡିଆ ପ୍ରଭୁତି ଗ୍ରାମରେ ପାଳିତ ହୋଇ ୧୪ ତାରିଖ ଦିନ ମୁଣ୍ଡରା ଗୁଡା ବରିଷ୍ଠ ଶିକ୍ଷାବିତ ବସନ୍ତ ନ।ଏକ ଙ୍କ ସଭାପତିତ୍ୱରେ ବାବା ସାହେବଙ୍କ ୧୩୧ ତମ ଜୟନ୍ତୀ ସ୍ଥାନୀୟ ଯୁବ ସଂଗଠନ ପରିସର ଠାରେ ପାଳିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ସରପଞ୍ଚ ତାରା ଶଙ୍କର ରାୟଗୁରୁ ,ସମ୍ମାନିତ ଅତିଥିଭାବେ ଜିଲ୍ଲା ପରିଷଦ ସଭ୍ୟ। ସଂଗୀତା ଖର୍ସେଲ ,ସମିତି ସଭ୍ୟ ଖଲିଲ ନ।ଏକ ଯୋଗଦ।ନ କରିଥିଲେ ।ଏହିଅବସରରେ ଅନୁଷ୍ଠାନ ତରଫରୁ ସରପଞ୍ଚ ,ଜିଲ୍ଲା ପରିଷଦ ସଭ୍ୟ। ,ସମିତି ସଭ୍ୟ ଏବଂ ୱାର୍ଡ ମେମ୍ବର ମାନଙ୍କୁ  ସମ୍ମାନିତ କରାଯାଇଥିଲା ।ସ୍ଥାନୀୟ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବକୃତା ଓ ରଚନା ପ୍ରତିଯୋଗିତା କରାଯାଇ କୃତି ମାନଙ୍କୁ ପୁରସ୍କୃତ କର।ଗଲା ।ସଂଗଠକ ସମ୍ପାଦକ ଅବିନାଶ ମୁଣ୍ଡ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ମନୋଜ ମାଝି ଧନ୍ୟବାଦ ଅର୍ପଣ କରିଥିଲେ ।ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

 

 

 

 

Related posts

ବିଧାୟକ ଙ୍କ ଦ୍ଵାରା କାଣିଗୁମା ଗ୍ରାମପଞ୍ଚାୟତ କାର୍ଯ୍ଯାଳୟ ଉଦଘାଟନ 

Sunil Chandra Nayak

ବିଦ୍ୟାଧର ସାହୁଙ୍କ ଉପସ୍ଥାପନା.. ଓଡ଼ିଶାରେ ପାଳିତ ଏକ କୃଷିଭିତ୍ତିକ ପର୍ବ ମାଣବସା ଗୁରୁବାର

Sunil Chandra Nayak

ପ୍ରସନ୍ନ କୁମାର ସାହୁ ଙ୍କ କବିତା ଏମିତି କାହିଁକି ହୁଏ?

Sunil Chandra Nayak

Leave a Comment

error: Content is protected !!