ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସଡକ ଦୁର୍ଘଟଣାରେ ଜଣେ ସାମ୍ବାଦିକ ମୃତ୍ୟୁ ଜଣେ ଗୁରୁତର । ମୃତ ସାମ୍ବାଦିକ ଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ

ମଙ୍ଗଳବାର ଦିନ ସନ୍ଧ୍ୟା ୫.୩୦ ମିନିଟ ସମୟରେ ହୋଇଥିବା ସଡକ ଦୁର୍ଘଟଣାରେ ଦୈନିକ ଖବର କାଗଜ ପୃଷ୍ଠଭୂମି ଓ ପିପିଏଲ ୱେବ ଚାନେଲ ର ଜିଲ୍ଲା ପ୍ରତିନିଧି ଯୁବ ସାମ୍ବାଦିକ ବିକାଶ ମିଶ୍ର ଙ୍କର ମୃତ୍ୟୁ ହୋଇଥିବା ବେଳେ ସମାଜ ଖବରକାଗଜ ଖଜୁରିପଡା ବ୍ଲକ ପ୍ରତିନିଧି ଅନ୍ୟତମ ସାମ୍ବାଦିକ ବିକାଶ ଦିଗାଲ ଦୁର୍ଘଟଣା ରେ ଗୁରୁତର ହୋଇ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ରେ ଚିକିତ୍ସିତ ହେଉଥିବା ଜଣାପଡିଛି। ସୂଚନାଯୋଗ୍ୟ ଗତକାଲି ଏହି ଦୁଇଜଣ ସାମ୍ବାଦିକ ଦୁଇ ସଙ୍ଗାତ ମୃତ ବିକାଶ ମିଶ୍ର ଓ ଆହତ ବିକାଶ ଦିଗାଲ ଖଜୁରିପଡା ଅଞ୍ଚଳ କୁ ଖବର ସଂଗ୍ରହ କରିବାକୁ ଯାଇ ମଟର ସାଇକେଲ ଯୋଗେ ଫୁଲବାଣୀ ଫେରୁଥିବା ବେଳେ ଖଜୁରିପଡା ଫୁଲବାଣୀ ରାସ୍ତା ଖଜୁରିପଡା ଥାନା ଅନ୍ତର୍ଗତ ସମେପଦର ଠାରେ ଏକ ବୋଲେର ଗାଡି ପଛ ପଟରୁ ଆସି ତାଙ୍କ ବାଇକ କୁ ବହୁତ ଜୋର ରେ ଧକ୍କା ଦେବାରୁ ଦୁର୍ଘଟଣା ଗ୍ରସ୍ତ ହୋଇ ଦୁଇ ସାମ୍ବାଦିକ ଗୁରୁତର ଆହତ ହୋଇଥିଲେ । ଦୁର୍ଘଟଣା ର ଖବରପାଇ ଖଜୁରିପଡା ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଆହତ ସାମ୍ବାଦିକ ଦ୍ୱୟ ଙ୍କୁ ପ୍ରଥମେ ଚିକିତ୍ସା ନିମନ୍ତେ ଖଜୁରିପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ସାମ୍ବାଦିକ ବିକାଶ ମିଶ୍ର ଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ଦୁଇ ସାମ୍ବାଦିକ ଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଥିଲା। ଗୁରୁତର ଆହତ ହୋଇଥିବା ସାମ୍ବାଦିକ ବିକାଶ ମିଶ୍ର ଙ୍କର ଚିକିତ୍ସିତ ଅବସ୍ଥାରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ରେ ମୃତ୍ୟୁ ହୋଇଥିଲା। ଡାକ୍ତର ବିକାଶ ମିଶ୍ର ଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ବିକାଶ ର ମୃତ୍ୟୁ ଖବର ରେ ଜିଲ୍ଲା ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି। ସ୍ୱର୍ଗତଃ ବିକାଶ ମିଶ୍ର ର ମୃତ ଦେହ କୁ ଖଜୁରିପଡା ଥାନା ପୋଲିସ ଜବତ କରିବା ସହ ଏକ ଅପମୃତ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ଶବ ବ୍ୟବଛେଦ ପରେ ପୋଲିସ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଥିଲେ । ବିକାଶ ଜଣେ ମିଷ୍ଟଭାସି,ସରଳ ହୃଦୟ ର ବ୍ୟକ୍ତିତ୍ୱ ଥିଲେ। ଫୁଲବାଣୀ ସହର ସ୍ଥିତ ଫୁଲବାଣୀ ସାହି ନିଜ ଘରୁ ସାମ୍ବାଦିକ ବିକାଶ ମିଶ୍ର ଙ୍କର ଶବ ସତ୍କାର ନିମନ୍ତେ ଉଠିଥିଲା। ବିକାଶ ର ମାଆ ବାପା ଭାଇ ଭଉଣୀ ଙ୍କର ବୁକୁଫଟା କ୍ରନ୍ଦନରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ବିକାଶ ର ଶେଷ ଦର୍ଶନ ପାଇଁ ସମସ୍ତ ସାମ୍ବାଦିକ ଉପସ୍ଥିତ ରହିଥିବା ବେଳେ ବିଜୁ ଜନତା ଦଳ ପର୍ଯ୍ୟବେକ୍ଷକ ବିଜୟ ନାୟକ, ଫୁଲବାଣୀ ବିଧାୟକ ଅଙ୍ଗଦ କଁହର,ଜିଲ୍ଲାପରିଷଦ ଅଧ୍ୟକ୍ଷା ସୁଶ୍ରୀ ନନ୍ଦିନୀ ମଲ୍ଲିକ, ବିଜୁ ଜନତା ଦଳ ଜିଲ୍ଲା ସଭାପତି ସରୋଜ କର୍ଣ୍ଣ,ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ଵିଷ୍ଣୁ ଚରଣ ମଲ୍ଲିକ, ବିଜୁ ଜନତା ଦଳ ଜିଲ୍ଲା ମହିଳା ସଭାନେତ୍ରୀ ପୁନମ କଁହର,ବିଜୁଛାତ୍ର ଜନତା ଦଳ ସଭାପତି ସୁନିଲ ସେଠୀ,ଫୁଲବାଣୀ ବିଜୁ ଜନତା ଦଳ ଯୁବ ନଗର ସଭାପତି ପାର୍ଥ ସାରଥୀ ବିଶ୍ୱାଳ,ଲୁଇସିଂ ସରପଞ୍ଚ ସୁଦର୍ଶନ କଁହର, ଜାତୀୟ କଂଗ୍ରେସ ଯୁବନେତା ରଜତ ମହାନ୍ତି, ଫୁଲବାଣୀ ପ୍ରେସକ୍ଳବ ସଭାପତି ସୁନିଲ ପଟ୍ଟନାୟକ ,କନ୍ଧମାଳ ମିଡ଼ିଆ ଫରୋମ ସଭାପତି ସୁନିଲ ବିଶ୍ୱାଳ,ଅନ୍ୟ ସାମ୍ବାଦିକ ସନ୍ତୋଷ କୁମାର ଦିଗାଲ, ଅଶୋକ ପରିଡା,ବୈଦ୍ୟନାଥ ନାୟକ, ସୁଧୀର ମହାରଣା, ସନ୍ତୋଷ କୁମାର ବେହେରା, ଅଚ୍ୟୁତାନନ୍ଦ ସେଠୀ, ସୁନିଲ ଦିଗାଲ, କ୍ଷୀତିସ ମଲ୍ଲିକ, ଆଦିତ୍ୟ ପ୍ରସାଦ ତ୍ରିପାଠୀ,ରମେଶଚନ୍ଦ୍ର ପ୍ରଧାନ, ଶିବରାମ ନାୟକ, ଲଳିତ ମଲ୍ଲିକ,ବିଶ୍ୱରଞ୍ଜନ ସାମନ୍ତରାୟ,କାହ୍ନା ପଟ୍ଟନାୟକ, କାହ୍ନା ଦିଗାଲ, ପ୍ରମୁଖ ସାମ୍ବାଦିକ ବିକାଶ ମିଶ୍ର ଙ୍କର ପାର୍ଥବ ଶରୀରରେ ଶ୍ରଦ୍ଧା ସୁମନ ଦେଇ ଶେଷ ଦର୍ଶନ କରିଥିବା ବେଳେ ବିକାଶର ଅମର ଆତ୍ମାର ସଦଗତି କାମନା କରିଥିଲେ ଏବଂ ତାଙ୍କର ଶୋକ ସନ୍ତପ୍ତ ପରିବାର କୁ ସମବେଦନା ଜଣାଇଥିଲେ। ତାଙ୍କର ପାର୍ଥିବ ଶରୀରକୁ ପଟାବାଲି ସାହି ସ୍ମଶାନ ରେ ଶେଷ କୃତ୍ୟ ସମ୍ପର୍ଣ୍ଣ କରାଯାଇଥିଲା।

ଫୁଲବାଣୀ ରୁ ବୈଦ୍ୟନାଥ ନାଏକ ଙ୍କ ରିପୋର୍ଟ 

Related posts

ଲାଠିକଟା ବ୍ଲକସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ମେଳା ଅନୁଷ୍ଠିତ

Sunil Chandra Nayak

ବିଶ୍ବ ପୋଲିଓ ଦିବସ ପାଳନ

Sunil Chandra Nayak

ଦୁଇ ବାଇକ୍ ମୁହାଁମୁହିଁ ଜଣେ ଗୁରୁତର

Sunil Chandra Nayak

Leave a Comment

error: Content is protected !!