ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା ହଜିଲା ଦରବ

 ହଜିଲା ଦରବ

(ଅଧ୍ୟୟ–୧୦)

ଦିଲ୍ଲୀପ କୁମାର ନନ୍ଦୀ 

ଡାକବାଲା ଡାକ ଦୁଆରେ ଶୁଭୁନି
ଡମ୍ବରୁ ଶବ୍ଦ ଶୁଭୁନି
ବରଫ ବାଲାର ହାଲ୍କା ତ ଶୁଭୁନି
ସବୁ ତ ଅନଲାଇନ।୧।
ଦରଜୀ ବାପୁଡ଼ା ଆସୁନି ଗାଆଁକୁ
ଫେରିବାଲା ବି ଆସୁନି
କ୍ଷୀରବାଲାଟାର ଡାକ ତ ଶୁଭୁନି
ଡବାରେ ଛୁଆ ତ ତୁନି।୨।
ମାଛବାଲା ପାଟି ଶୁଭୁନାହିଁ ଆଉ
ଗୁଡ଼ିଆ ଆଉ ଡାକୁନି
ଚୁଡ଼ାବାଲିଟାକୁ କେହି ବି ଦେଖୁନି
ସକାଳେ ତ ଚାଉମିନ୍।୩।
ଅଖା ଦୋଉଡ଼ କି ଜିଲାପି ଡିଆଁବି
କବାଡ଼ି ଖେଳର ଧୂଳି
ମୁଣ୍ଡପୋତା ଖେଳ ସାପୁଆକେଳା କି
କି ଅବା ବାଉଁଶ ରାଣୀ।୪।
କାଏମା, ଧର୍ମଶାଳା, ଯାଜପୁର

Related posts

ଧର୍ମ ପରାୟଣା ମହିଳାଙ୍କ ପରଲୋକ

Sunil Chandra Nayak

ଯୁକ୍ତ ୨ କଳା ପରିକ୍ଷା ରେ ଛାତ୍ରୀଛାତ୍ର ମାନଙ୍କ ସଫଳତା

Sunil Chandra Nayak

ରାଜ୍ୟ ଭଲିବଲ ରେଫରୀ ପରୀକ୍ଷାରେ କଳାହାଣ୍ଡି ଜିଲ୍ଲାର କୃତିତ୍ୱ ପରୀକ୍ଷାର୍ଥୀଙ୍କୁ ପ୍ରଶଂସା

Sunil Chandra Nayak

Leave a Comment

error: Content is protected !!