ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଇକ ଧକ୍କାରେ ପଥଚାରୀର ମୃତ୍ୟୁ 

ପାପଡାହାଣ୍ଡି,12/08, ମନିସ —ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ଅନ୍ତର୍ଗତ ଚିକିଲି ଛକ ଠାରେ ବୁଧବାର ବାଇକ ଧକ୍କାରେ ଜଣେ ପଥଚାରୀଙ୍କ ମୃତ୍ୟୁ ହୋଇଛି | ତାଙ୍କ ନାମ ଜଗନ୍ନାଥ ମାଝୀ (60) ଘର ନବରଙ୍ଗପୁର ବ୍ଲକ ମନ୍ତ୍ରୀଗୁଡା ପଞ୍ଚାୟତ ଶରଣପୁର ମାଝୀଗୁଡା | ଜଗନ୍ନାଥ ନିଜ ଆଖି ଅସ୍ତ୍ରପ୍ରଚାର ପାଇଁ କିଛି ଦିନ ତଳେ ଭବାନୀପାଟଣା ଯାଇଥିଲେ, ଭବାନୀପାଟଣା ରୁ ଫେରି ଦିନ 11 ଟା ସମୟରେ ଚିକିଲି ଛକ ରେ ଓଲ୍ଲାଇ ରାସ୍ତା ପାର ହେଉଥିଲେ | ଏହି ସମୟରେ ଏକ ବୁଲେଟ OD08M3529 ପାପଡାହାଣ୍ଡି ରୁ ନବରଙ୍ଗପୁର ଯିବା ସମୟରେ ଚିକିଲି ଛକ ଠାରେ ଜଗନ୍ନାଥକୁ ଧକ୍କା ଦେବାରୁ ସେ ରାସ୍ତା କଡ଼ରେ ଛିଟିକି ପଡିଥିଲେ | ଗ୍ରାମବାସୀ ଜଗନ୍ନାଥ କୁ ଉଦ୍ଧାର କରି ପାପଡାହାଣ୍ଡି ପୋଲିସ କୁ ଖବର ଦେବା ପରେ ପୋଲିସ ତୁରନ୍ତ ଘଟଣା ସ୍ଥଳ ପହଞ୍ଚି ଉଦ୍ଧାର କରି ପାପଡାହାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ | ପରେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର ସମୟରେ ତାଙ୍କର ବାଟରେ ମୃତ୍ୟୁ ହୋଇଥିଲା | ଏନେଇ ମୃତ ଜଗନ୍ନାଥ ଙ୍କ ପୁଅ ପୂର୍ଣ୍ଣଚନ୍ଦ୍ର ମାଝୀ ପାପଡାହାଣ୍ଡି ଥାନା ରେ ଏତଲା ଦେବା ପରେ ପୋଲିସ ଶବ ଜବତ କରି କେଶ ନ 164/22 ମାମଲା ରୁଜୁ କରି ଶବକୁ ନବରଙ୍ଗପୁର ଶବ ଗୃହ ରେ ରଖାଯାଇଛି |ଗୁରୁବାର ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ତଦନ୍ତ ଅଧିକାରୀ ଲାଇବାନ ବେମଲ ସୂଚନା ଦେଇଛନ୍ତି. ପୋଲିସ ବୁଲେଟ କୁ ଜବତ କରି ପାପଡାହାଣ୍ଡି ଥାନା ରେ ରଖିଥିବା ବେଳେ ବୁଲେଟ ଚଲାକ ଫେରାର ରହିଥିବା ସୂଚନା ମିଳିଛି |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ରାଇକିଆ ବ୍ଲକର କରଡ଼ା ରଣବା ଇନ୍ଦ୍ରଗଡ଼ ଦୁର୍ଗମ ଅଞ୍ଚଳ ଗସ୍ତ କରି ଲୋକଙ୍କର ସମସ୍ୟା ବୁଝିଲେ ଜିଲ୍ଲାପାଳ

Sunil Chandra Nayak

କାଳାହାଣ୍ଡି ଜିଲ୍ଲାପାଳଙ୍କ ଅଭିଯୋଗ ସମାଧାନ ଶିବିର

Sunil Chandra Nayak

ଚତୁର୍ଥ ଶ୍ରେଣୀ କର୍ମଚାରୀ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!