ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଶ୍ଵ ହିନ୍ଦୁ ପରିଷଦ, ଦୂର୍ଗା ବାହିନୀ ର ନାରୀ ସଶକ୍ତିକରଣ ପଦଯାତ୍ରା

କୋଷାଗୁମୁଡ଼ା ୦୨/୧୦(ମନିସ ) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ସ୍ଥାନିୟ ହିଙ୍ଗୁଳାଲିଜିନି ମନ୍ଦିର ପରିସର ନାରୀ ସଶକ୍ତିକରଣ ର ଏକ ସ୍ଵତନ୍ତ୍ର ବୈଠକ ଓ ନଗର ପରିକ୍ରମା କରାଯାଇଥିଲା I ଏହି କାର୍ଯ୍ୟକ୍ରମରେ ରେ ବି ହେଚ୍ ପି ଜିଲ୍ଲା ସଭାପତି କୃପାରାମ ସାହୁ, ଉପ ସଭାପତି ଶ୍ରୀମତୀ ପ୍ରଭାତି ଦେ ବନଥା, ସମ୍ପାଦକ ବାଳକୃଷ୍ଣ ପଟ୍ଟନାୟକ, ଗୋସେବା ପ୍ରମୁଖ ସୁବାସ ଚନ୍ଦ୍ର ବିଶୋଇ, ଅଶୋକ କୁମାର ପ୍ରଧାନ ଯୋଗଦାନ କରିଥିଲେ I କାର୍ଯ୍ୟକ୍ରମ ରେ କୋଷାଗୁମୁଡ଼ା ବ୍ଳକ ଶତାଧିକ ଦୂର୍ଗା ବାହିନୀ ର ସଦସ୍ୟା ମାନେ ଉପସ୍ଥିତ ରହି ଥିଲେ I ମନ୍ଦିର ପରିସର ରେ ମାଁ ଦୂର୍ଗା ଙ୍କୁ ମନ୍ତ୍ର ଓ ଭଜନ, ପ୍ରାର୍ଥନା କରାଯାଇଥିଲାI ନଗର ପରିକ୍ରମା ରେ ବାହିନୀ ର ସଦସ୍ୟା ମାନେ ମା ଦୂର୍ଗା ଙ୍କ ବେଶରେ ସୁସଜ୍ଜିତ ହୋଇ ରହିଥିଲେ I ନାରୀ ସଶକ୍ତିକରଣ ର ନାରା , ଶ୍ରୀ ରାମ ଙ୍କ ନାରା ଓ ମା ଦୂର୍ଗା ଙ୍କ ଜୟ କାରା ର ନାରା ଦେଇ ଶୋଭା ଯାତ୍ରା କୁ ସମାପନ କରିଥିଲେ I କାର୍ଯ୍ୟକ୍ରମରେ ପରିଶେଷରେ ଭୋଜନ କରାଯାଇଥିଲା I ଏଥିରେ ବ୍ଲକ ବଜରଙ୍ଗ ଦଳ ଯୁବ ସଭାପତି ମହେଶ୍ ନାୟକ, ସ୍ଵେଚ୍ଛାସେବୀ ଭାବେ ପର୍ଶୁରାମ୍ ଗୌଡ ,ବିଷ୍ନୁ ଦଲେଇ, ତୁଳା ମାଳି, ବିଶ୍ଵଜିତ ସାମନ୍ତ, ପପୀ ପ୍ରଧାନ, ପିଣ୍ଟୁ ପଟ୍ଟନାୟକ, ସନ୍ତୁନ ଚାନ୍ଦ, କୃଷ୍ଣ କୁମ୍ଭାର, ପପୁ ପଟ୍ଟନାୟକ ଆଦି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ I କାର୍ଯ୍ୟକ୍ରମ ରେ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ କୋଷାଗୁମୁଡ଼ା ପୋଲିସ ଉପସ୍ଥିତ ରହିଥିଲେ I

କୋଷାଗୁମୁଡ଼ା ରୁ ମହେନ୍ଦ୍ର ବିଶୋଇ ଙ୍କ ରିପୋର୍ଟ 

Related posts

ନର୍ଲା: ଉତ୍ତର ବନଖଣ୍ଡରେ ହାତୀ ଉପଦ୍ରବ,ଧାନ ଫସଲ ନଷ୍ଟ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ଗୋଡମୋଡା ଯନ୍ତ୍ର

ଚନ୍ଦାହାଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ “ସ୍ୱଚ୍ଛତା ହିଁ ସେବା”କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!