ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶିକ୍ଷକ ବାସୁଦେବଙ୍କ ଶୋକସଭାରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଯୋଗଦାନ 

ରୁପ୍ରା, ୨/୧୦ (ମ ନି ସ) : କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ୍ ଅଧିନ ରୁପ୍ରା ଗ୍ରାମର ପୂର୍ବ ସରପଞ୍ଚ ତଥା ରୁପ୍ରା ଗ୍ରାମ୍ୟ ଉନ୍ନୟନ କମିଟିର ସଭାପତି ଶ୍ୟାମ ସୁନ୍ଦର ସେନାପତିଙ୍କ ବଡପୁଅ ବାସୁଦେବ ସେନାପତି ନର୍ଲାରୋଡ୍ ସ୍ଥିତ ଜୟଦୁର୍ଗା ହାଇସ୍କୁଲର ହିନ୍ଦୀ ଶିକ୍ଷକଙ୍କ ଗତ ୨୨ ତାରିଖ ଦିନ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ହୋଇଥିଲା । ଏଥିପାଇଁ ଆଜି ଏକ ଶୋକାକୂଳ ପରିବେଶ ମଧ୍ୟରେ ଏକାଦଶାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଉକ୍ତ ଶୋକସଭା କାର୍ଯ୍ୟକ୍ରମରେ ନର୍ଲା ବିଧାୟକ ଭୂପିନ୍ଦର ସିଂହ, ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳ ସଚିବ ଡା. ନୃପରାଜ ସାହୁ, କଳାହାଣ୍ଡି ଜିଲ୍ଲା ପରିଷଦ ପୂର୍ବ ଅଧ୍ୟକ୍ଷା ନମିତାରାଣି ସାହୁ, ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ଅଧ୍ୟକ୍ଷା ରଞ୍ଜୁବାଳା ବେହେରା, ନର୍ଲା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ନର୍ଲା ଜୋନ୍ ନଂ ୧ ଜିଲ୍ଲା ପରିଷଦ ସଭ୍ୟା ନମ୍ରତା ସାହୁ, ବରିଷ୍ଠ ଆଇନଜୀବୀ କୁବେର ଚନ୍ଦ୍ର ସାହୁ, ଜୁନାଗଡ ବ୍ଲକର ଅବସରପ୍ରାପ୍ତ ବିଇଓ ବିଜୟ ସେନାପତି, ଶିକ୍ଷାବିତ ଗୋପାଳ କୃଷ୍ଣ ବେହେରା, ବୁଡୁ ମହାଲିଙ୍ଗ, କୁମୁଦ ଚନ୍ଦ୍ର ସେନାପତି, ରୁପ୍ରା ସରପଞ୍ଚ ଡଲି ବେହେରା, ନର୍ଲା କଂଗ୍ରେସ ଦଳର ବରିଷ୍ଠ ନେତା ଦେବୀଦେବ ଶର୍ମା, ବରିଷ୍ଠ ସାମ୍ବାଦିକ ଶଶିଭୂଷଣ ପ୍ରହରାଜ, ମନୋଜ ଷଡ଼ଙ୍ଗୀ, ଅଜୟ ପଣ୍ଡା, କର୍ଲାମୁଣ୍ଡା ବ୍ଲକ ସାମ୍ବାଦିକ ଭଜଶ୍ୟାମ ସାହୁ, ଉତ୍କେଲା ସାମ୍ବାଦିକ ଲିପୁ ବାଗ, ନର୍ଲା ବ୍ଲକ ବିଜେଡି ସଭାପତି ପରେଶ ପଧାନ, ପୂର୍ବ ସରପଞ୍ଚ ରକ୍ଷାକର ଭୋଇ, ନର୍ଲାରୋଡ୍ ଜୟଦୁର୍ଗା ହାଇସ୍କୁଲର ସମସ୍ତ ଶିକ୍ଷକଙ୍କ ସମେତ ଅନେକ ଶିକ୍ଷକ, ବିଭିନ୍ନ ରାଜନୈତିକ ଦଳର ଅନେକ କର୍ମୀ ଓ ଶତାଧିକ ମାନ୍ୟଗଣ୍ୟ ବ୍ୟକ୍ତି ଶୋକସଭା କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ତାଙ୍କ ଶୃତି ଚାରଣ କରିଥିଲେ। ସୂଚନା ଯୋଗ୍ୟ ସ୍ୱର୍ଗତ ବାସୁଦେବଙ୍କ ଜନ୍ମଭୂମି ରୁପ୍ରା ଥିବାବେଳେ କର୍ମଭୂମି ନର୍ଲାରୋଡ୍ ଥିଲା।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ ବ୍ୟଙ୍ଗ କବିତା ନାଆଁଟି ମୋର ମାଛି

ବାବା ସାହେବଙ୍କ ୧୩୨ତମ ଜନ୍ମ ଜୟନ୍ତୀ ପାଳନ

Sunil Chandra Nayak

ଉମାକାନ୍ତ ଦାସ ଙ୍କ କବିତା ଆଶିଷ ଭିକ୍ଷା

Leave a Comment

error: Content is protected !!