ବାଲେଶ୍ବର,୧୨/୬/୨୨- ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଡଗରପଡା ସ୍ଥିତ ବିବେକ ଭାରତୀ ସେବାଶ୍ରମ ପରିସରରେ ଗତ ତା ୦୮/୬/୨୨ରିଖରୁ ଆରମ୍ଭ ହୋଇଥିବା ସଂସ୍କୃତ ସମ୍ଭାଷଣ ଶିବିର ଅଦ୍ଯ ତା ୧୨/୬/୨୨ରିଖରେ ଉଦଯାପିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଉଦଯାପନି ସଭାରେ ଅଧ୍ଯକ୍ଷତା କରିଥିଲେ ଆଶ୍ରମର ସ୍ବାମୀଜୀ ଗଣେଶାନନ୍ଦ ପୁରୀ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସମାଜସେବୀ ଉପେନ୍ଦ୍ର ଦାସ ଯୋଗଦେଇ ଆଧୁନିକ ସମାଜରେ ସଂସ୍କୃତର ମହତ୍ତ୍ଵ ବର୍ତ୍ତମାନ ପର୍ଯ୍ୟନ୍ତ ରହିଆସିଛି ସେଵିଷୟରେ ଆଲୋକପାତ କରିଥିଲେ । ସେହିପରି ମୁଖ୍ୟ ଅତିଥି ଭାବେ ନରେନ୍ଦ୍ର ବେହେରା ଯୋଗଦେଇ ସଂସ୍କୃତ କିପରି ଭାରତର ଆତ୍ମା ଏବଂ ବିଶ୍ବଗୁରୁ ସେବିଷୟରେ ଆଲୋଚନା କରିଥିଲେ । ଅଖିଳ ଭାରତ ଅମୃତବାଣୀ ସେବା ପ୍ରତିଷ୍ଠାନର ପ୍ରଚାରକ ଦୁଲାଲ କୁମାର ମିଶ୍ର ପ୍ରଶିକ୍ଷଣ ଦେଇଥିଲେ । ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ସଂସ୍କୃତ ଗୀତ, ନୃତ୍ୟ, ନାଟକ ଓ ହାସ୍ୟକବିତା ପରିବେଷଣ କରାଯାଇଥିଲା । ଅନୁଷ୍ଠାନର କର୍ମକର୍ତ୍ତା ଅଜୟ ପ୍ରଧାନ, ଗୁରୁ ଜୟନ୍ତ ମଲ୍ଲିକ, ଗୁରୁମା ଭାଗ୍ଯଶ୍ରୀ ଦଳାଇ, ପ୍ରଜ୍ଞାଭାରତୀ ପାକଳ, ସଦାନନ୍ଦ ଭାରତ ଶିଅଳ ଓ ଅନ୍ୟମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକୁ ସୁଚାରୁ ରୂପେ ତୁଲାଇବାରେ ସକ୍ଷମ ହୋଇଥିଲେ । ଶେଷରେ ଗୁରୁଜୀ ପରମେଶ୍ବର ଅଗସ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।।
ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ