ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାଙ୍ଗାଳୀଚରଣ ସେଠୀ ଙ୍କ କବିତା ଭାବିନୀ ଭାବନା

ଭାବିନୀ ଭାବନା

ଅସ୍ତରାଗର ପୂର୍ବାଭାସରେ

    ଗୋଳା ଗୋଧୂଳିର ଛାଇ

ମନେପଡି ପ୍ରିୟା ବିରହ ମୂର୍ଚ୍ଛନା

    ହୃଦୟ ଦେଉଛି ଦହି ।

ଚପଳ ନଈର ଚହଲା ପାଣିକୁ

     ଫିଙ୍ଗୁଥିବ ହେମଦେହୀ

ଅଳସୀ କନ୍ୟାର କାଖରେ କଳସୀ

    ପାଣି ଆଣିବାର ଛଇ ।

ଅଧା ଓଢ଼ଣାରେ ଉଚ୍ଛୁଳୁ ଥିବ ତା

   ଅଧରେ ମଧୁର ମଧୁ

ରୂପା ତାରକାର ତାରକସି ଟିଏ

    ଇନ୍ଦୁ ପୁନେଇର ଇନ୍ଦୁ।

ଚଉରା ମୂଳରେ ଚାରୁ ଚନ୍ଦ୍ରା

ନନୀ

    ସଂଜ ଦିପାଳୀ ଜାଳି

ପ୍ରଣତୀ ଢାଳିବ ପ୍ରାଣ ଆକୁଳରେ

    ହେଉଥିବ ନିଉଛାଳି ।

ଅଟକି ଥିବଟି ଫଗୁଣ ସେଇଠି

    ରାଗେ ଜଳୁଥିବ ଜହ୍ନ

ମାଡି ଆସୁଥିବ ମାୟାବିନୀ ରାତି

    କମ୍ପୁ ଥିବ ତନୁ ମନ ।

ରଙ୍ଗ ରସିଆ ମୁଁ ପରଦେଶିଆ ଗୋ !

     ଜିଉଁଛି ମୁଁ ଜଳି ଜଳି

କାନ୍ଦୁଥିବ ତୁମକୁଆଁରୀ କାମନା

    ମୋ କଥା ଭାଳି ଭାଳି । .

 

 
 କାଙ୍ଗାଳୀଚରଣ ସେଠୀ

        ଯାଜପୁର 

Related posts

ବେହେରା ଗୁଡା ସ୍କୁଲ ରେ ତାଲା ବନ୍ଦ ଆନ୍ଦୋଳନ

Sunil Chandra Nayak

ନର୍ଲା – ସାପ୍ତାହିକ ବଜାର ଦିନ ବିଜେଡ଼ିର ଜଳସେବା

ଜାଳେଣି କାଠ ଆଣିବାକୁ ଯାଇ ବଳଦ ଆକ୍ରମଣରେ ଗୁରୁତର ଆହତ ହୋଇଥିବା ଜଳନ୍ଧରଙ୍କ ମୃତ୍ୟୁ 

Sunil Chandra Nayak

Leave a Comment

error: Content is protected !!