ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଣୁଧର ସୂତାର ଙ୍କ କବିତା ଅନାହୂତ ଅଭିଳାଷ 

ଅନାହୂତ ଅଭିଳାଷ 

     ବେଣୁଧର ସୂତାର

 

ପ୍ରୀତି ଭିଜା ଏଇ ଗୋଧୂଳି ଲଗନେ

ଖୋଜେ ମୁଁ ତୁମକୁ ବନ୍ଧୁ

ତନୁ ତନିମାରେ ଲହଡ଼ି ମାରୁଛି

ଝରା ଅସ୍ତରାଗ ବିନ୍ଦୁ ।।

 

ପ୍ରୀତିଛନ୍ଦମୟୀ କୁମୁଦବତୀ ମୁଁ

ତୁମେ ମୋ ସପନ ଇନ୍ଦୁ

ମୁଁ ନଶ୍ବର ଦେହୀ ତୁମେ ଚିରନ୍ତନ

ନୀଳାମ୍ବର ବିମଳେନ୍ଦୁ ।।

 

ତୁମେ ମୋ ମନର ସ୍ବପ୍ନ କୁମାର ମୁଁ

ଅନୁରଗୀ ପ୍ରଣୟିନୀ

ପ୍ରୀତି ଜୋଛନାର ପ୍ରଣୟ ସୁଧାର

ମୁଁ ଯେ ଚିର ଚାତକିନୀ ।।

 

ସ୍ବପ୍ନସୁଧା ଝରା ଜୋଛନା ମଦିରା

ନୀଳ ଆକାଶର ତଳେ

ମୋ ତନୁତୀର୍ଥରେ     

                   ପ୍ରୀତିରୋମାଞ୍ଚରେ

ଉଦ୍ଦାମ ଲହରୀ ତୋଳେ ।।

 

ତୁମେକି ବୁଝନା ପିଆସୀ ପ୍ରାଣର

ଗହନ ଗୋପନ ଭାଷା

ମୁଁ ଯେ ନବନୀତା ପ୍ରୀତି ନିବେଦିତା

ପ୍ରତୀକ୍ଷିତ ମନ ଆଶା ।।

 

ବଢ଼ି ବଢ଼ି ଯାଏ ଛାତିର ଉଷ୍ମତା

ତନୁରେ ମଦନ ଭାର

ପ୍ରଣୟ ଶୃଙ୍ଗାରେ ରଚିଯାଅ ଥରେ

ନୈଶ୍ୟ ପ୍ରୀତି ଅଭିସାର ।।

    

ତୁମେନୀଳନଭ ସୌମ୍ୟ କୁମାର ମୁଁ

ଏମାଟିର ମଦାଳସା

ବିଧୁରା ହୃଦେମୋ ଅଧୁରା ସ୍ବପ୍ନର 

ପ୍ରଣୟର ପରିଭାଷା ।।

 

ପ୍ରୀତି ଆକାଶର ଚନ୍ଦ୍ରମା ତୁମେଗୋ

ଜୋଛନା ଝରାଇ ଆସ

ଭିଜା ନିଶୀଥରେ ଅମିୟ ରାସରେ

ପୂର୍ଣ୍ଣ ହେଉ ଅଭିଳାଷ ।।

 

କେଶଦୁରାପାଳ କେନ୍ଦୁଝର

 

Related posts

ବଡଫୁର୍ଲା ମହାତ୍ମାଗନ୍ଧୀ ଉଚ୍ଚ ବିଦ୍ୟାଳୟ ରେ ଶିଶୁ ଦିବସ

Sunil Chandra Nayak

ଜୁନାଗଡ଼ ପୋୖର ନିର୍ବାଚନ : ସ୍ୱାଧୀନ ପ୍ରାର୍ଥୀ ଙ୍କ ଜୋରଦାର ପ୍ରଚାର

Sunil Chandra Nayak

ବ୍ୟାଙ୍କ ରୁ ତାଲା ଭାଙ୍ଗି ଚୋରି

Sunil Chandra Nayak

Leave a Comment

error: Content is protected !!