ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହରେ ଜଣେ ଅଟକ, ପୋଲିସ ର ତଦନ୍ତ ଜାରି 

କୋକସରା,୪/୫- କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ଅନ୍ତର୍ଗତ କେନ୍ଦୁଡଙ୍ଗରି ଗ୍ରାମ ନିକଟରେ ଥିବା ଏକ ପୋଖରୀ ନିକଟରେ ଥିବା ଏକ ଶାଗୁଆନ ଗଛରେ ବୁଧବାର ସକାଳେ ଜଣେ ଯୁବକ ଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଗାଁ ର କିଛି ଲୋକ ଦେଖିଥିଲେ । ଝୁଲନ୍ତା ଶବ ଟି ସେହି ଗାଁ ର ଯୁବକ ଦ୍ୱାରିକା ଦାସ(୨୨) ବୋଲି ଚିହ୍ନଟ ହେବା ପରେ ପରିବାର ପକ୍ଷରୁ ଆମପାଣି ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ । ଅଭିଯୋଗ ପାଇ ଆମପାଣି ପୋଲିସ ଅଧିକାରୀ ଚତୁର୍ଭୁଜ ନାଏକ ସମେତ ପୋଲିସ ଟିମ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ପାରିପାର୍ଶ୍ବିକ ଅବସ୍ଥା ଅନୁଧ୍ୟାନ କରିବା ସହ ତଦନ୍ତ ଆରମ୍ଭ କରିଥିଲେ । ତେବେ ମୃତ ଯୁବକଙ୍କ ବାପା ଟିକେଶ୍ୱର ଦାସ ପୁଅକୁ ହତ୍ୟା କରିଥିବା ଅଭିଯୋଗ କରିଥିଲେ। ଅଭିଯୋଗ କୁ ଭିତ୍ତି କରି ଭବାନୀପାଟଣା ରୁ ୪ ଜଣିଆ ସାଇନ୍ଟିଫିକ ଟିମ ଆସି ତଦନ୍ତ କରିବା ପରେ ଯୁବକ ଙ୍କ ଶବ କୁ ବ୍ୟବଚ୍ଛେଦ ପାଇଁ କୋକସରା ହସ୍ପିଟାଲ କୁ ଆଣି ପରେ ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରିଥିବା ସୁଚନା ମିଲିଛି। ତେବେ ଏହି ଘଟଣାରେ ଜଣେ ଯୁବକଙ୍କୁ ଅଟକ ରଖି ତଦନ୍ତ କରୁଛି ଆମପାଣି ପୋଲିସ ।ଆମପାଣି ଥାନା କେଶ ନମ୍ବର ୪୮/୨୨ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ନେଇ ତଦନ୍ତକାରୀ ପୋଲିସ ଅଧିକାରୀ ଚତୁର୍ଭୁଜ ନାଏକ ସୂଚନା ଦେଇଛନ୍ତି। ମ ନି ସ 

Related posts

ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ ଙ୍କ କବିତା ଛାଇ

ମାମି ପାତ୍ର ଙ୍କ କବିତା ଶରତର ଆଗମାନ

Sunil Chandra Nayak

ଫରଚୁନ କାର୍ ଦୁର୍ଘଟଣା ରେ ଜଣେ ମୃତ ତିନି ଗୁରୁତର

Sunil Chandra Nayak

Leave a Comment

error: Content is protected !!