ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶହିଦଙ୍କ ପରିବାର ଲାଗି ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ସହାୟତା ରାଶି ୧୦ ଲକ୍ଷକୁ ବୃଦ୍ଧି

ରାଜ୍ୟ ସରକାର ଶହିଦଙ୍କ ପରିବାର ଲାଗି ବଡ଼ ଘୋଷଣା କରିଛନ୍ତି । ଶହିଦ ପରିବାରକୁ ମିଳୁଥିବା ସହାୟତା ରାଶି ବୃଦ୍ଧି କରିଛନ୍ତି । ୧୦ ଲକ୍ଷକୁ ବୃଦ୍ଧି କଲେ ରାଜ୍ୟ ସରକାର । ୫ ଲକ୍ଷ ପରିବର୍ତ୍ତେ ୧୦ ସହିଦଙ୍କ ପରିବାରକୁ ଏବେ ୧୦ ଲକ୍ଷ ଟଙ୍କା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।ଯୁଦ୍ଧ ତଥା ଉଗ୍ରବାଦର ମୁକାବିଲା ସମୟରେ ବୀରଗତି ପ୍ରାପ୍ତ ହେଉଥିବା ଶହୀଦ ଓଡ଼ିଆ ଯବାନଙ୍କ ଆତ୍ମୀୟଙ୍କ ପାଇଁ ସହାୟତା ରାଶି ପରିମାଣ ବୃଦ୍ଧି କରାଯାଇଛି । ସମାରିକ ତଥା ଅର୍ଦ୍ଧ ସମାରିକ ବାହିନୀରେ ରହି ଦେଶ ପାଇଁ ପ୍ରାଣବଳୀ ଦେଉଥିବା ଯବାନ ଓ ଅଫିସରଙ୍କ ପରିବାରର କଲ୍ୟାଣ ପାଇଁ ରାଜ୍ୟ ସରକାର କାର୍ଗିଲ ଯୁଦ୍ଧ ସମୟରୁ ଏହି ସହାୟତା ପାଣ୍ଠି ଗଠନ କରିଛନ୍ତି । ପ୍ରାଥମିକ ଭାବରେ ଏହି ସହାୟତା ରାଶି ଏକ ଲକ୍ଷ ଟଙ୍କା ଥିବାବେଳେ ୨୦୧୦ ଓ ୨୦୧୨ମସିହାରେ ଏହାକୁ ଯଥାକ୍ରମେ ଦୁଇ ଲକ୍ଷ ଓ ପାଞ୍ଚ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିଲା । ବର୍ତ୍ତମାନ ସହାୟତା ରାଶିରେ ଆଉ ୫ ଲକ୍ଷ ଯୋଡି ୧୦ ଲକ୍ଷ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବାନ ପଟ୍ଟନାୟକ।

ଵିଦ୍ୟାଧର ସାହୁଙ୍କ(ସଂଗୃହୀତ) ରିପୋର୍ଟ….

Related posts

କାମାକ୍ଷନଗରରେ ଜନ ଶୁଣାଣି ଶିବିର ଅନୁଷ୍ଠିତ 

କୋକସରା ବ୍ଲକର ବିଭିନ୍ନ ସ୍ଥାନରେ ଅହିଂସା ରଥକୁ ଭବ୍ୟ ସମ୍ବର୍ଦ୍ଧନା

Sunil Chandra Nayak

ଦାୟିତ୍ବ ନେଲେ ଅଧକ୍ଷ୍ୟ ମୁକେଶ ଅଗ୍ରୱାଲ

Sunil Chandra Nayak

Leave a Comment

error: Content is protected !!