ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜନ ରଞ୍ଜନ ପ୍ରଧାନ ଙ୍କ କବିତା ପଦ୍ମ

ପଦ୍ମ

 

କୋଟି ଲାବଣ୍ୟ ନିଧି ରେ ପଦ୍ମ ତୁହି

କି ଅମୃତେ ତୋ ତନୁ ଗଢିଲା ବିହି।

 

ପଙ୍କରୁ ଜାତ ତୁ ହୋଇଲୁ ତୁହି କେତେ ସୁନ୍ଦର

ପଙ୍କଜିନୀ ନାମ ବହିଲୁ ନାହିଁ ତୋ ପଟାନ୍ତର।

 

ସୁରୁଜ ଆସିଲେ ମୁରୁଜ ଶୁଣିଲେ ଜଳେ ହେଉ ଢଳଢଳ

ଓଢିଣୀ ଟେକି ତୁ ନିରେଖି ଦେଖୁ ତୁ ମୁଖେ ହସ କର କର।

 

ଚାହିଁ ରହିଥାଉ ଆଖି ପଲକରେ ନ ହେଉ ତୁ ଆନମନା

ସୁରୁଜ ଦେବତା ତୋର ପ୍ରାଣ ପତି ମନେ ତୋ କେତେ ଭାବନା।

 

ତୋତେ ଦେଖି କବି ଲେଖଇ କବିତା ଲେଖନୀ ରେ ରୂପ ଦେଇ

ଆଖି ମୁଖ ପାଦ ତୋ ସଙ୍ଗେ ସମାନ ଚରଣ ତୋ ଦେହେ ଥାଇ।

 

ମାଆ ଲକ୍ଷ୍ମୀଙ୍କ ର ଅତି ପ୍ରିୟ ତୁହିଶ୍ରୀୟା ଦେଲା ଉପହାର

ପଦ୍ମାଳୟା ବୋଲି କହନ୍ତି ମାଆ ଙ୍କୁ ତାର ଲାଗି ଏ ସଂସାର।

 

କେତେ ନିତି ଶିକ୍ଷା ଦେଉଅଛି ସିଏ ଶିଖାଉଛି ଏକା ଗ୍ରତା

ଏକାଗ୍ରତା ନେଇ କାମ କରି ଗଲେ ହୋଇବ ଜଗତ ଜିତା।

 

ବ୍ରହ୍ମା ତୋ ଶରୀରେ ଉପବିଷ୍ଟ ହେଲେ ନାମ ପଦ୍ମଯୋନି

ତୋର ଶରୀର କୁ ଆଖିରେ ଦେଖିଲେ

ଦୁଃଖ କଷ୍ଟ ଯିବା ଭୁଲି।

 

ଜନରଞ୍ଜନପ୍ରଧାନ

ଆଳୋଇ

ଖୋର୍ଦ୍ଧା

ବାଲିପାଟଣା।

Related posts

ବେଣୁଧର ସୂତାର ଙ୍କ କବିତା ଆଖିରୁ ସପନ ଅନେକ ଦୂର

Sunil Chandra Nayak

ଚୋରୀ ଅଭିଯୋଗରେ ୪ ଗିରଫ

Sunil Chandra Nayak

ବିଶିଷ୍ଟ ଶ୍ରମିକନେତା ଶିବଚରଣ ବୋଇତିଙ୍କ ବିୟୋଗରେ ..

Sunil Chandra Nayak

Leave a Comment

error: Content is protected !!