ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଇଣ୍ଟିଗ୍ରେଟେଡ ବିଏ,ବିଇଡି (ଇଂରାଜୀ ବିଭାଗ) ରେ ଅନନ୍ୟା ଅଭିଲିପ୍ସସା ଟପ୍ପର

ମୟୂରଭଞ୍ଜ -୨୧/୮/୨୨(ମସିହା) ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ବୟଂ ଶାସିତ ମହାବିଦ୍ୟାଳୟର ୟୁଜି ଶେଷ ବର୍ଷ ନିୟମିତ ୨୦୨୨ପରୀକ୍ଷା ଫଳ ଇତି ମଧ୍ୟରେ ପ୍ରକାଶ ପାଇସାରିଛି। ଏଥିରେ ଇଣ୍ଟିଗ୍ରେଟେଡ ବିଇଡିରେ ୯୬ ଜଣ ପରୀକ୍ଷାର୍ଥୀ ମଧ୍ୟରୁ ୯୪ ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ତନ୍ମଧ୍ୟରୁ ୮୦ ଜଣ ପ୍ରଥମ ଶ୍ରେଣୀ ଡିଷ୍ଟିନ୍କସନ,୧୦ ଜଣ ପ୍ରଥମ ଶ୍ରେଣୀ,୪ ଜଣ ଦିତୀୟ ଶ୍ରେଣୀରେ କୃତିତ୍ଵର ସହ ଉତ୍ତିର୍ଣ ହୋଇଛନ୍ତି ।ଏଥିରେ ଇଣ୍ଟିଗ୍ରେଟେଡ ବିଏ ବିଇଡି (ଇଂରାଜୀ ବିଭାଗର)ର ଛାତ୍ରୀ ଅନନ୍ୟା ଅଭିଲିପ୍ସା ବିଏ‌ରେ ୭୫.୩୦ ପ୍ରତିଶତ ନମ୍ବର,ବିଇଡିରେ ୯୦.୬୦ ପ୍ରତିଶତ ନମ୍ବର ଏବଂ ସମୁଦାୟ ବିଏବିଇଡି (ଇଂରାଜୀ ବିଭାଗରେ)ରେ ୮୦.୯୦ପ୍ରତିଶତ ନମ୍ବର ରଖି ଟପ୍ପର ହୋଇଛନ୍ତି ।ସେ ଆଗକୁ ପ୍ରଶାସନିକ ସେବାରେ ଯୋଗଦେବାପାଇଁ ଲକ୍ଷ୍ୟ ରଖିଛନ୍ତି ।ସେ ରାଇରଙ୍ଗପୁର ସହର‌ର ବିକାଶ ନଗର ବାସୀ ସାମ୍ବାଦିକ ଅକ୍ଷୟ କୁମାର ବିଶ୍ବାଳ ଏବଂ ବିଜାତଳା ବ୍ଲକର ଲୁହାଶିଳା କନ୍ୟାକୁମାରୀ ଉଚ୍ଚ ବାଳିକା ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟତ୍ରୀ ଅଂଜିତା ମହାପାତ୍ରଙ୍କ ଏକମାତ୍ର କନ୍ଯା ଅଟନ୍ତି ।ଖବର ପାଇ ହିନ୍ଦୁ ଜାଗରଣ ମଂଚ ତରଫରୁ ମୋ ବୀରେନ୍ଦ୍ର ଆଚାର୍ଯ୍ୟ,ପୃଥୀରାଜ ଗିରି,ତୁଷାର,ଆର୍ଯ୍ଯରତ୍ନ,ଆକାଶ ବାରିକ, ବିଶ୍ବଜିତ ପ୍ରମୁଖ ଅନନ୍ଯାଙ୍କ ବାସଭବନକୁ ଯାଇ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିବା ସହ ଉଜ୍ବଳ ଭବିଷ୍ୟତ କାମନା କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ବରସାହି ସ୍କୁଲକୁ ପାଠପଢି ଯାଇଥିବା ପିଲା କୂଅରେ ପଡି ମୃତ 

Sunil Chandra Nayak

ନବରଙ୍ଗପୁର ରେ ସହୀଦ ଲକ୍ଷ୍ମଣ ନାୟକ ଜୟନ୍ତୀ ପାଳିତ

Sunil Chandra Nayak

ଢେଙ୍କାନାଳ ଥିଙ୍କର୍ସ ଫୋରମ ର ସାହିତ୍ୟ ଆସର

Sunil Chandra Nayak

Leave a Comment

error: Content is protected !!