ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବ୍ଲକ ସାମ୍ନାରେ ଜାତୀୟ କଂଗ୍ରେସର ବିକ୍ଷୋଭ ଓ ପ୍ରତିବାଦ ସଭା

ବାଲେଶ୍ବର,୨୧/୬/୨୨- ସିମୁଳିଆ ନିର୍ବାଚନ ମଣ୍ଡଳୀର ଯୁବ କଂଗ୍ରେସ ସଭାପତି ନିରଞ୍ଜନ ପରିଡାଙ୍କ ନେତୃତ୍ୱରେ ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ସାମ୍ନାରେ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଖଇରା କଲେଜ ନିକଟ ବଣପାରିଆ ଛକଠାରୁ ଜାତୀୟ କଂଗ୍ରେସର କର୍ମୀମାନେ କେନ୍ଦ୍ର ରାଜ୍ୟ ବିରୋଧରେ ବିଭିନ୍ନ ପ୍ରକାର ସ୍ଲୋଗାନ ଦେଇ ବିରାଟ ଶୋଭାଯାତ୍ରାରେ ବଜାର ପରିକ୍ରମା କରି ବ୍ଲକ ଫାଟକ ସମ୍ମୁଖରେ ପହଞ୍ଚିଥିଲେ । ମୁଖ୍ୟତଃ କଂଗ୍ରେସ ଅଫିସରେ ଆକ୍ରମଣ, ରାହୁଳ ଗାନ୍ଧୀଙ୍କୁ ଇଡିର ସମନ, ବେକାରୀ ସମସ୍ୟା ଓ ଦରଦାମ ବୃଦ୍ଧି ବିରୋଧରେ ଏହି ବିକ୍ଷୋଭ ଓ ପ୍ରତିବାଦ ସଭା ହୋଇଥିଲା । ଏଥିରେ ପ୍ରଶାନ୍ତ ପାତ୍ର, ବସନ୍ତ ପାତ୍ର, ତାପସ ରାୟ, ଶୂନ୍ୟବାସୀ ଜେନା, ଦେବାଶିଷ ସାହୁ, ମମିତା ମହାପାତ୍ର, ଅଶୋକ ଜେନା, ଗୋବିନ୍ଦ ବେହେରା, ପରେଶ ସାମଲ, ନରହରୀ ମହାକୁଡ଼, ସୁରେନ୍ଦ୍ର ପ୍ରସାଦ ରଣା, କୈଳାସ ଚନ୍ଦ୍ର ନାୟକ, ଗଜେନ୍ଦ୍ର ସେଠୀଙ୍କ ସମେତ ବହୁ କଂଗ୍ରେସ କର୍ମୀମାନେ ଯୋଗ ଦେଇ କେନ୍ଦ୍ର ଓ ରାଜ୍ୟ ସରକାର ବିରୋଧରେ ବକ୍ତବ୍ୟ ରଖିଥିଲେ ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

କଳାହାଣ୍ଡି ଜିଲ୍ଲାରେ ଭାରତ ମୁକ୍ତି ମୋର୍ଚ୍ଚା ଓ ବହୁଜନ ମୁକ୍ତି ମୋର୍ଚ୍ଚା ପକ୍ଷରୁ ତୃତୀୟ ପର୍ଯ୍ୟାୟ ଜିଲ୍ଲା ସ୍ତରୀୟ ବିକ୍ଷୋଭ ଅନୁଷ୍ଠିତ

Sunil Chandra Nayak

କାଦମ୍ବରୀ ମହାଖୁଡ଼ ଙ୍କ କବିତା ଜନ୍ମଦାତ୍ରୀ ମା 

Sunil Chandra Nayak

Leave a Comment

error: Content is protected !!