ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୂଜା ବାଦୀ ଙ୍କ କବିତା ଏଇ ତ ପ୍ରେମ….

ଏଇ ତ ପ୍ରେମ….

 

ପ୍ରିୟର ପରସ ଲାଗେ ପ୍ରୀତିର ସ୍ପନ୍ଦନ

କେବେ ପୁଣି ଲାଗେ ସେତ ଚନ୍ଦ୍ରଭାଗାର ପହିଲି କିରଣ |

 

ଦେଖିଲେ ତାକୁ ଲାଗେ ଯେ ପ୍ରଣୟର ଗୀତି

ତା ଶବ୍ଦ ସବୁ ମିଠା ମିଠା ସ୍ୱପ୍ନ ର ସୁମତି |

 

ମୋ ଅନ୍ତଃ ହୃଦୟେ ସ୍ପନ୍ଦନ ର ସ୍ପର୍ଶେ

ଛୁଇଁ ଦେଇ ଗଲା ପ୍ରିୟ ମିନତିର ପାଶେ |

 

ସୁନ୍ଦର ତୃପ୍ତି ର ଅବସାଦ ପଛେ

ପ୍ରେମର ନୁଆଁ ନୁଆଁ ହୃଦୟ ଯେ ସାଜେ |

 

ନବ ସକାଳ ର ପହିଲି କିରଣ ସୌନ୍ଦର୍ଯ୍ୟ

ନୁଆଁ ନୁଆଁ ଲାଗେ ହସ ଖୁସିର ମନ୍ତବ୍ୟ |

 

କେବେ ପୁଣି କୋଣାର୍କ ର ଅମ୍ଲାନ ଭାସ୍କର୍ଯ୍ୟ

ଆଉ କେବେ କେବେ ସ୍ରୋତସ୍ପିନୀ ସୁଧାର ମାଧୁର୍ଯ୍ୟ |

 

କେବେ କାହା ସାଙ୍ଗେ ନ ପଡି ଆକର୍ଷଣେ

ହୃଦୟେ କିଣିଛି ମୋ ସମୁଦ୍ର ମୁହାଣେ |

 

ପ୍ରେମ ଶାଶ୍ୱତ ଚରିତ୍ର ସ୍ୱତନ୍ତ୍ର ପରିକଳ୍ପନା

ପ୍ରେମ ଚିର ଶାଶ୍ୱତ ମନର ଆକାଂକ୍ଷା |

                       ପୂଜା ବାଦୀ

                              ସୁନ୍ଦରଗଡ
                              ହେମଗିର, କନକତୁରା

Related posts

ଆନ୍ଦୋଳନ ରେ ଯୋଗ ଦେବାକୁ ଆସିବା ବେଳେ ବାଇକ ଧକ୍କାରେ ପାଚିକା ଗୁରୁତର

Sunil Chandra Nayak

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମିଳିବ ‘ଜୀବନବ୍ୟାପୀ ସାଧନା ସମ୍ମାନ’

Sunil Chandra Nayak

ଶ୍ରୀ ଶ୍ରୀ ବିଶ୍ୱେଶ୍ୱର ମହାଦେବଙ୍କ ମନ୍ଦିର ପରିସରରେ ଦୋଳଯାତ୍ରା ଅବସରରେ ପୁରାଣ ପାଠ ଓ ନାମଯଗ୍ୟଁ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!