ଏଇ ତ ପ୍ରେମ….
ପ୍ରିୟର ପରସ ଲାଗେ ପ୍ରୀତିର ସ୍ପନ୍ଦନ
କେବେ ପୁଣି ଲାଗେ ସେତ ଚନ୍ଦ୍ରଭାଗାର ପହିଲି କିରଣ |
ଦେଖିଲେ ତାକୁ ଲାଗେ ଯେ ପ୍ରଣୟର ଗୀତି
ତା ଶବ୍ଦ ସବୁ ମିଠା ମିଠା ସ୍ୱପ୍ନ ର ସୁମତି |
ମୋ ଅନ୍ତଃ ହୃଦୟେ ସ୍ପନ୍ଦନ ର ସ୍ପର୍ଶେ
ଛୁଇଁ ଦେଇ ଗଲା ପ୍ରିୟ ମିନତିର ପାଶେ |
ସୁନ୍ଦର ତୃପ୍ତି ର ଅବସାଦ ପଛେ
ପ୍ରେମର ନୁଆଁ ନୁଆଁ ହୃଦୟ ଯେ ସାଜେ |
ନବ ସକାଳ ର ପହିଲି କିରଣ ସୌନ୍ଦର୍ଯ୍ୟ
ନୁଆଁ ନୁଆଁ ଲାଗେ ହସ ଖୁସିର ମନ୍ତବ୍ୟ |
କେବେ ପୁଣି କୋଣାର୍କ ର ଅମ୍ଲାନ ଭାସ୍କର୍ଯ୍ୟ
ଆଉ କେବେ କେବେ ସ୍ରୋତସ୍ପିନୀ ସୁଧାର ମାଧୁର୍ଯ୍ୟ |
କେବେ କାହା ସାଙ୍ଗେ ନ ପଡି ଆକର୍ଷଣେ
ହୃଦୟେ କିଣିଛି ମୋ ସମୁଦ୍ର ମୁହାଣେ |
ପ୍ରେମ ଶାଶ୍ୱତ ଚରିତ୍ର ସ୍ୱତନ୍ତ୍ର ପରିକଳ୍ପନା
ପ୍ରେମ ଚିର ଶାଶ୍ୱତ ମନର ଆକାଂକ୍ଷା |