ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନନ୍ଦିନୀ ରାଉତ ଙ୍କ କବିତା ଇନ୍ଦ୍ର ରାଜା ର ମୁଁ ଚଗଲି ଝିଅ

ଇନ୍ଦ୍ର ରାଜା ର ମୁଁ ଚଗଲି ଝିଅ

 

 ନନ୍ଦିନୀ ରାଉତ

 

ଇନ୍ଦ୍ର ରାଜାର ମୁଁ ଚଗଲି ଝିଅ

ଧରାକୁ ଆସିଛି ସବୁରି ପ୍ରିୟ

ଏଇଠି ଅଛି ମୁଁ ଏଇଠି ନାହିଁ

ଆସିଛି ଧରଣୀ ଦୁଃଖ ନ ସହି।1।

 

ଇନ୍ଦ୍ର ରାଜାଙ୍କର ମୁଁ ଅଲିଅଳୀ

ସମୟ ସାଥିରେ ଖେଳେ ମୁଁ ଦୋଳି

ଏ ଧରା ପୃଷ୍ଟ କୁ ଆସିଛି ଧାଇଁ

ସଭିଙ୍କ ମଙ୍ଗଳ କରିବା ପାଇଁ।2।

 

ଦେଖିଲି ଧରଣୀ ସୁଖୀ ଯାଇଛି

ବୃକ୍ଷ ଲତା ହା ହା କାର କରୁଛି

ନଦୀ ନାଳ ସବୁ ଆଁ କରିଛି

ବିକଳରେ ମୋତେ ଡାକ ଛାଡ଼ୁଛି।3।

 

ଚଗଲି ଝିଅ ମୁଁ ଚପଳ ଛନ୍ଦା

ସମୟ ନିକଟେ ମୁଁ ନୁହେଁ ବନ୍ଧା

ମନ ହେଲେ ଆସେ ଇଚ୍ଛାରେ ଯାଏ

ମୋ ପରି ମନୋଇ ନାଁହାନ୍ତି କିଏ।4।

 

ଦେଖି ପୃଥିବୀର ଲୁହର ଧାର

ବଦଳି ଗଲା ଯେ ଏ ମନ ମୋର

ଢାଳି ଦେବି ଏବେ ଜଳ ର ଧାର

ଭରିଯିବ ସବୁ ଶସ୍ୟ ଭଣ୍ଡାର।5।

 

ମଉସୁମୀ ମୁହିଁ ସଭିଙ୍କ ପ୍ରିୟ

ଏବେ ମୋତେ ଟିକେ ମମତା ଦିଅ

କଅଁଳ କଥାରେ ମୁଁ ଖୁସି ହୁଏ

ରାଗିଗଲେ ପୁଣି ମୁଁ ଲୁଚି ଯାଏ।6।

 

ପୃଥିବୀ ରେ ଖୁସି ମୁଁ ଭରିଦେବି

ଶସ୍ୟ ସମ୍ପଦରେ ହସାଉ ଥିବି

ହସି ଖେଳି ମୁଁ ଯେ ବରସି ଯିବି

ରୁମ ଝୁମପାଦେ ମୁହିଁ ନାଚିବି।7।

Related posts

ଏକ୍ସ କ୍ୟାଡ଼ର ଶିକ୍ଷକ ସଂଘ ପକ୍ଷରୁ କଳାହାଣ୍ଡି ସାଂସଦ ଙ୍କୁ ସାକ୍ଷତ

ପୋଲିସ ଈନଫର୍ମର ସନ୍ଦେହ ରେ ଯୁବକ କୁ ମାଓ ବାଦୀ ଙ୍କ ହତ୍ୟା

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ତୁଣ୍ଡୀ ବନ୍ଧା ବର

Leave a Comment

error: Content is protected !!