ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନନ୍ଦିନୀ ରାଉତ ଙ୍କ କବିତା ଇନ୍ଦ୍ର ରାଜା ର ମୁଁ ଚଗଲି ଝିଅ

ଇନ୍ଦ୍ର ରାଜା ର ମୁଁ ଚଗଲି ଝିଅ

 

 ନନ୍ଦିନୀ ରାଉତ

 

ଇନ୍ଦ୍ର ରାଜାର ମୁଁ ଚଗଲି ଝିଅ

ଧରାକୁ ଆସିଛି ସବୁରି ପ୍ରିୟ

ଏଇଠି ଅଛି ମୁଁ ଏଇଠି ନାହିଁ

ଆସିଛି ଧରଣୀ ଦୁଃଖ ନ ସହି।1।

 

ଇନ୍ଦ୍ର ରାଜାଙ୍କର ମୁଁ ଅଲିଅଳୀ

ସମୟ ସାଥିରେ ଖେଳେ ମୁଁ ଦୋଳି

ଏ ଧରା ପୃଷ୍ଟ କୁ ଆସିଛି ଧାଇଁ

ସଭିଙ୍କ ମଙ୍ଗଳ କରିବା ପାଇଁ।2।

 

ଦେଖିଲି ଧରଣୀ ସୁଖୀ ଯାଇଛି

ବୃକ୍ଷ ଲତା ହା ହା କାର କରୁଛି

ନଦୀ ନାଳ ସବୁ ଆଁ କରିଛି

ବିକଳରେ ମୋତେ ଡାକ ଛାଡ଼ୁଛି।3।

 

ଚଗଲି ଝିଅ ମୁଁ ଚପଳ ଛନ୍ଦା

ସମୟ ନିକଟେ ମୁଁ ନୁହେଁ ବନ୍ଧା

ମନ ହେଲେ ଆସେ ଇଚ୍ଛାରେ ଯାଏ

ମୋ ପରି ମନୋଇ ନାଁହାନ୍ତି କିଏ।4।

 

ଦେଖି ପୃଥିବୀର ଲୁହର ଧାର

ବଦଳି ଗଲା ଯେ ଏ ମନ ମୋର

ଢାଳି ଦେବି ଏବେ ଜଳ ର ଧାର

ଭରିଯିବ ସବୁ ଶସ୍ୟ ଭଣ୍ଡାର।5।

 

ମଉସୁମୀ ମୁହିଁ ସଭିଙ୍କ ପ୍ରିୟ

ଏବେ ମୋତେ ଟିକେ ମମତା ଦିଅ

କଅଁଳ କଥାରେ ମୁଁ ଖୁସି ହୁଏ

ରାଗିଗଲେ ପୁଣି ମୁଁ ଲୁଚି ଯାଏ।6।

 

ପୃଥିବୀ ରେ ଖୁସି ମୁଁ ଭରିଦେବି

ଶସ୍ୟ ସମ୍ପଦରେ ହସାଉ ଥିବି

ହସି ଖେଳି ମୁଁ ଯେ ବରସି ଯିବି

ରୁମ ଝୁମପାଦେ ମୁହିଁ ନାଚିବି।7।

Related posts

ଟିପର – ମୋଟରସାଇକେଲ ଧକ୍କା,୧ ଆହତ

Sunil Chandra Nayak

ତଦାରଖ କରୁନି ପୂର୍ତ୍ତ ବିଭାଗ , ଛତିଶଗଡ ସୀମାନ୍ତ ୪୦ ନମ୍ବର ରାଜ୍ୟ ରାଜପଥ ବିପର୍ଯ୍ୟସ୍ତ , ବାରମ୍ବାର ମରାମତି ପରେ ବି ସମାନ ସ୍ଥିତି ରାଇଘର -କୁନ୍ଦେଇ ମୁଖ୍ୟ ରାସ୍ତା 

Sunil Chandra Nayak

ଦୁସ୍ଥ ଅସହାୟ ମଣିଷ ର ସାହାରା ପାଲଟିଛନ୍ତି ବ୍ଲକ୍ ଅଧ୍ୟକ୍ଷା ସସ୍ମିତା ରାଣୀ

Sunil Chandra Nayak

Leave a Comment

error: Content is protected !!