ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦପଲା ୨ ପ୍ରାଥମିକ ବିଦ୍ୟାଳୟ ରୁ ଚୋରି ଘଟଣାର ଉଚିତ୍ ତଦନ୍ତ କରିବାକୁ ଏସପି ଙ୍କୁ ଗୁହାରି କଲେ ସ୍ଥାନୀୟ ଅଞ୍ଚଳବାସୀ

ବୌଦ୍ଧ -17/10 : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଳସାଗୋରା ପଞ୍ଚାୟତ ଦପଲା ୨ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଗତ ତା ୮/୧୦/୨୨ ରେ ଚୋରି ହୋଇଥିବା ଜିନିଷ ପତ୍ର ଆଜକୁ ଦଶଦିନ ବିତିଯାଇଥିଲେ ମଧ୍ୟ କୌଣସି ପତ୍ତା ମିଳିନାହିଁ। ମିଳିଥିବା ସୂଚନା ଅନୁଯାୟୀ ଆଜକୁ ଦଶ ଦିନ ହେବ ଉକ୍ତ ସ୍କୁଲର କବାଟ ଭାଙ୍ଗି ଦୁର୍ବୃତ୍ତ ମାନେ ଉକ୍ତ ଅଫିସରେ ଥିବା କମ୍ପ୍ୟୁଟର ସେଟ୍ ସ୍କାନ କମ ପ୍ରିଣ୍ଟର ଏକଟେନ୍ସଂ ବୋର୍ଡ ତଥା ଟେବୁଲ୍ ଉପରେ ଥିବା ଆବଶ୍ୟକୀୟ କାଗଜ ପତ୍ର ଚୋରି କରିନେଇଥିବା ମନ ମୁଣ୍ଡା ଥାନାରେ ତା ୯/୧୦/୨୨ ରେ ଏକ ଅଭିଯୋଗ ହୋଇଥିଲା।ହେଲେ ଦଶ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସର ହାତ ଖାଲି କି କୌଣସି ସୁରାକ ମଧ୍ୟ ମିଳିନଥିବା ହେତୁ ଆଜି ଉକ୍ତ ଅଞ୍ଚଳର କୋଡ଼ିଏ ରୁ ପଚିଶ ଜଣ ଆସି ମନମୁଣ୍ଡା ଥାନାରେ ଶୀଘ୍ର ଉକ୍ତ ଘଟଣାର ତଦନ୍ତ କରି ଅଭିଯୁକ୍ତ ଙ୍କୁ ଗିରଫ କରିବାକୁ ଦାବି କରିବାକୁ ଆସିଥିବା ବେଳେ ଠିକ୍ ସେହି ସମୟରେ ବୌଦ୍ଧ ଏସପି ପ୍ରହଲ୍ଲାଦ ସହାଈ ମିନା କୌଣଷି କାର୍ଯ୍ୟରେ ମନମୁଣ୍ଡା ଥାନାରେ ପହଞ୍ଚିଥିଲେ ଉକ୍ତ ସମୟରେ ଅଭିଯୋଗ କାରୀଙ୍କୁ ଦେଖି କଣ ପାଇଁ ଆସିଛନ୍ତି ବୋଲି ପଚାରିବାରୁ ଉକ୍ତ ଘଟଣାର ସମସ୍ୟା ଉପରେ କହିବାରୁ ଖୁବ୍ ଶୀଘ୍ର ଉଚିତ୍ ତଦନ୍ତ କରି ଅଭିଯୁକ୍ତ ଙ୍କୁ ଗିରଫ କରାଯିବ ବୋଲି ଏସପି କହିଥିବା ବେଳେ ସ୍ଥାନୀୟ ଲୋକେ ଏସପିଙ୍କ କଥାରେ ରାଜି ହୋଇ ଫେରିଯାଇଥିବା ଦେଖିବାକୁ ମିଳିଥିଲା।ଏଠାରେ ଦେଖିବାକୁ ବାକି ରହିଲା କେବେ ଧରାପଡୁଛନ୍ତି ଚୋର ।

ବୌଦ୍ଧ ରୁ ହୃଦାନନ୍ଦ ମେହେରଙ୍କ ରିପୋର୍ଟ ମସିହା ନିୟୁଜ

Related posts

ନୂତନ ରାଜସ୍ୱ ଗ୍ରାମ ସକାଶେ ପ୍ରସ୍ତୁତି ବୈଠକ

Sunil Chandra Nayak

ଉଠାଦୋକାନିଙ୍କୁ ଥଇଥାନ ଦାବି

Sunil Chandra Nayak

ଯୁବକଙ୍କ ଚୁଟି କାଟି ଗାଁଦାଣ୍ଡରେ ମାଡ ମାରିବା ଭିଡିଓ ଭାଇରାଲ, ପୀଡିତଙ୍କ ଭାଇଙ୍କ ଅଭିଯୋଗ କ୍ରମେ ୩ ଗିରଫ

Sunil Chandra Nayak

Leave a Comment

error: Content is protected !!