ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମହାମହିମ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତୀ ପଦରେ ଅଳଙ୍କୃତ , ବିଜେପି ର ବିଜୟ ଉତ୍ସବ

ଭବାନୀପାଟଣା:୨୫/୭- ମ.ନୀ.ସ:– ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତୀ ପଦ ପାଇଛନ୍ତି ସେ ହେଉଛନ୍ତି ଓଡିଶାର ଦ୍ରୌପଦୀ ମୁର୍ମୁ। ଏନଡିଏ ରାଷ୍ଟ୍ରପତୀ ପ୍ରାର୍ଥୀ ଭାବେ ଦୌପଦୀ ମୁର୍ମୁଙ୍କ ନାଁରେ ମୋହର ଲାଗିଛି। ବିଜେପି ସଂସଦୀୟ ବୈଠକରେ ଦ୍ରୌପଦୀ ମୁର୍ମୁ ଙ୍କ ନାଁକୁ ନେଇ ଚର୍ଚ୍ଚା ପରେ ମୋହର ଲାଗିଛି। ଓଡିଶାର ମୟୂରଭଞ୍ଜ ଜିଲ୍ଲାରେ ଦ୍ରୌପଦୀ ମୁର୍ମୁ ଙ୍କ ଘର। ସେ ଝାରଖଣ୍ତର ରାଜ୍ଯପାଳ ଭାବେ ଦାୟିତ୍ବ ମଧ୍ୟ ତୁଲାଇଥିଲେ। ପୁଣି ମୁର୍ମୁ ଓଡିଶାରେ ମନ୍ତ୍ରୀ ଦାୟିତ୍ୱ ମଧ୍ୟ ତୁଲାଇ ସାରିଛନ୍ତି । ଓଡିଶାରେ ୨୦୦୦ ରୁ ୨୦୦୪ ଯାଏଁ ମନ୍ତ୍ରୀ ହୋଇଥିଲେ। ନବୀନ ସରକାରରେ ଦ୍ରୌପଦୀ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଥିଲେ । ୨୦୦୦ ରୁ ୨୦୦୯ ପର୍ଯ୍ୟନ୍ତ ରାଇରଙ୍ଗପୁର ବିଧାୟିକା ଥିଲେ। ୨ ଥର ବିଜେପି ବିଧାୟିକା ଭାବରେ ନିର୍ବାଚିତ ହୋଇଥିଲେ। ପ୍ରଥମ ଆଦିବାସୀ ମହିଳା ଭାବେ ରାଷ୍ଟ୍ରପତି ପଦ ହାସଲ କରିଛନ୍ତି । ଯାହାକି ସେ ଭାରତର ଦ୍ୱିତୀୟ ମହିଳା ରାଷ୍ଟ୍ରପତି ହୋଇପାରିଛନ୍ତି। ଦ୍ରୌପଦୀ ମୁର୍ମୁ ବିପୁଳ ଭୋଟରେ ଜିତିବା ଅବସରରେ ୨୫/୭ ତାରିଖ ଆଜିର ଦିନରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରେ ବିଜେପି ଦଳ  ପକ୍ଷରୁ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଙ୍କଏହି ବିଜୟ କୁ ନେଇ ଦଳ ତରଫରୁ ବିଜୟ ଉତ୍ସବ ଅବସରରେ ଏକ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ବିଜୟ ଉତ୍ସବରେ ବିଜେପି ଜିଲ୍ଲା ସଭାପତି ଶ୍ରୀ ଦେବେନ୍ଦ୍ର ମହାନ୍ତି, ଆଦିବାସୀ ମୋର୍ଚ୍ଛା ର ଜିଲ୍ଲା ସଭାପତି ଶ୍ରୀ ସାଗର ମାଝୀ, ରାଜ୍ଯ କାର୍ଯ୍ଯକାରିଣୀ ସଦସ୍ୟ ଶ୍ରୀ ରମେଶ ମାଝୀ, ସୋନପୁର ପ୍ରଭାରୀ    ଶ୍ରୀ ଭୋବେନ୍ଦ୍ର ପଣ୍ତା, ମହିଳା ମୋର୍ଚ୍ଛା ସଭାନେତ୍ରୀ ନୀରୁପମା ନାଏକ, ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ଯୁଗଳ ପୋଡ,ଶ୍ରୀ ଜୟ ଶଙ୍କର ନାଏକ ଓ ବରିଷ୍ଠ ଭାରତ ଦେଓ, ଶ୍ରୀ ମନୁଜ ମେହେର,ଶ୍ରୀ ଅକୃର ହରପାଲ, ଶ୍ରୀ ସନ୍ତୋଷ ବିଷୀ,ଶ୍ରୀ ନରହରି ପର୍ଟ୍ଟନାୟକ,ମେଡିଆ ସେଲର ଶ୍ରୀ ପ୍ରେମନାଥ ନାଏକ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ବହୁପରିମାଣରେ ବିଜେପି କର୍ମୀ ସାମିଲ ହୋଇଥିଲେ।

ଭବାନୀପାଟଣା ରୁ କିଷନ୍ କୁମାର ଶର୍ମାଙ୍କ ରିପୋର୍ଟ

Related posts

କର୍କଟ ରୋଗୀ ଙ୍କୁ ସହାୟତା ସହ ଚିକିତ୍ସା ପାଇଁ ହାତ ବଢ଼ାଇଲେ ମାରୱାଡି ଯୁବାମଞ୍ଚ କର୍ମକର୍ତ୍ତା

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା କଳଙ୍କ

Sunil Chandra Nayak

କବି ରାମଚନ୍ଦ୍ର ମହାନ୍ତି ଙ୍କ କବିତା ବିଶ୍ଵ ହସ ଦିବସ

Leave a Comment

error: Content is protected !!