ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମହାମହିମ ରାଷ୍ଟ୍ରପତି ଙ୍କ ଶପଥ ପାଠ ମହୋତ୍ସଵକୁ ସ୍ମରଣୀୟ କରିବା ପାଇଁ ବିଦ୍ୟାଳୟ ମାନଙ୍କରେ ବିଭିନ୍ନ କାର୍ଜ୍ୟକ୍ରମ

ନବରଙ୍ଗପୁର — ନବରଙ୍ଗପୁର ଜିଲ୍ଲାରେ ଅନୁସୁଚୀତ ଜାତି ଓ ଜନଜାତି ବିଦ୍ୟାଳୟ ମାନଙ୍କରେ ଆଜି ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଙ୍କ ଶପଥପାଠ ମହୋତ୍ସବ କୁ ସ୍ମରଣୀୟ କରିବାପାଇଁ ନବରଙ୍ଗପୁର ଜିଲ୍ଲାରେ ଥିବା ୭୨ ଟି ବିଦ୍ୟାଳୟରେ ବିଭିନ୍ନ କାର୍ଜ୍ୟକ୍ରମ ଦିନ ତମାମ ଅନୁଷ୍ଟିତ ହେଉଛି। କାର୍ଜ୍ୟକ୍ରମ ମଧ୍ଯ ରେ ଭାଷଣ ପ୍ରତିଜୋଗିତା- ଆମର ଗର୍ବ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ,ପ୍ରବନ୍ଧ ଲିଖନ–ସ୍ଵାଧିନ ଭାରତର ଜନଜାତିର କଳା ପ୍ରଦର୍ଶନ,ଚିତ୍ରାଙ୍କନ–ଆମ ଜନଜାତି ସଙ୍କ୍ରୁତି,ସଙ୍ଗିତ–ଲୋକଗୀତ, ନ୍ରୁତ୍ୟ,ଓଡିଶାର ଆଦିବାସୀ ସ୍ଵାଧିନତା ସଙ୍ଗ୍ରାମୀମାନଙ୍କ ଭିଡିଓ ପ୍ରଦର୍ଶନ କରାଯାଇଥିଲା। ପ୍ରତ୍ୟେକ ଅନୁସୁଚୀତ ଜାତି ଓ ଜନଜାତି ବିଦ୍ୟାଳୟ(ମଙ୍ଗଳ ବିଭାଗ ଦ୍ଵାରା ପରିଚାଳିତ)ଗୁଡିକରେ ଏପରି କାର୍ଜ୍ୟକ୍ରମ କରାଜାଇ ପ୍ରତ୍ୟେକ ଇଭେଣ୍ଟରେ ପ୍ରଥମ,ଦ୍ଵିତୀୟ,ତ୍ରୁତୀୟ ସ୍ଥାନ ଅଧିକାର କରିଥିବା କ୍ରୁତୀ ଛାତ୍ର/ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଜାଇଥିଲା।୭୨ ଟି ମଙ୍ଗଳ ବିଭାଗ ଦ୍ଵାରା ପରିଚାଳିତ ବିଦ୍ୟାଳୟ ମାନଙ୍କର ପ୍ରଧାନ ଶିକ୍ଷକଙ୍କ ପ୍ରତ୍ୟେକ୍ଷ ତତ୍ଵାବଧାନରେ ସହକାରୀ ଶିକ୍ଷକ/ଶିକ୍ଷୟତ୍ରୀ ଓ ଅନ୍ୟ କର୍ମଚାରୀ ମାନଙ୍କ ସହଜୋଗରେ ଆଜି ଦିନଟିକୁ ବେଶ୍ ସୁନ୍ଦରଭାବେ ପାଳନ କରି ଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସୀହା ନିଉଜ୍।

Related posts

କଂଗ୍ରେସ ନେତାଙ୍କ କୁଶପୂତଳିକା ଦାହ

Sunil Chandra Nayak

ଆଶା କର୍ମୀଙ୍କ ସମନ୍ୱିତ ରୋଗ ସର୍ଭେକ୍ଷଣ ଅଭିଯାନ କାର୍ଯ୍ୟକ୍ରମ

Sunil Chandra Nayak

ରାଉରକେଲା – ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ତିରୋଧନ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!