ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୁନାଗଡ଼ରେ ଅସହ୍ୟ ତାତି,ପାରଦ ୪୦ ଡିଗ୍ରୀ ଉପରକୁ

ଜନ କଲ୍ୟାଣ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ମାଟି ହାଣ୍ଡି ବଣ୍ଟନ

ଚିଲିଗୁଡା,୫।୪(ମ ନି ସ): କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ବ୍ଲକ ରେ ଅସହ୍ୟ ତାତି ସହିତ ପାରଦ ୪୦ ଡିଗ୍ରୀ ରୁ ଉପର ମୁହାଁ ହୋଇଛି । ଦିନ ୧୦ ଟା ପରେ ଲୋକେ ବାହାରକୁ ବାହାରିବା କଷ୍ଟ କର ହୋଇପଡ଼ିଛି । ବର୍ତ୍ତମାନ ଉଭୟ ସହର ଓ ଗ୍ରାମାଞ୍ଚଳର ରାସ୍ତା କଡରେ ଥିବା ଗଛ ସବୁ କାଟି ଦେବା ଯୋଗୁଁ କଂକ୍ରିଟ ଜଙ୍ଗଲ ସୃଷ୍ଟି ହୋଇଛି । ଫଳରେ ଲୋକେ ଖରାରେ ତ୍ରାହି ତ୍ରାହି ଡାକିଲେଣି । ଏନେଇ ଜୁନାଗଡ଼ ବ୍ଲକ ଅନ୍ତର୍ଗତ କେଲିଆ ଗ୍ରାମର ଜନ କଲ୍ୟାଣ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ପ୍ରତ୍ୟେକ ପରିବାର ର ଗୃହିଣୀ ମାଁ ମାନଙ୍କୁ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ଓ ସଚେତନ ରହି ନିଜ ନିଜ ପରିବାର ର ସମସ୍ତ ସଭ୍ୟ ର ସୁସ୍ଥ ସ୍ବାସ୍ଥ୍ୟ କିଭଳି ଭାବରେ ରଖିବେ ଏଥି ପ୍ରତି ସଚେତନ କରାଯାଇଥିଲା l ଗ୍ରୀଷ୍ମ ଋତୁରେ ସୂର୍ଯ୍ୟ ର ପ୍ରକୋପରୁ କିପରି ରକ୍ଷା ପାଇବେ ଏବଂ ଘରୁ ବାହାରକୁ ବାହାରିବା ସମୟରେ ସାଥିରେ ଛତା,ଗାମୁଛା, କଳା ଚଷମା, ଏବଂ ପାଣି ବୋତଲ ବ୍ୟବହାର କରିବାକୁ ସଚେତନ କରାଯାଇଥିଲା l ପରେ ଗ୍ରାମର ମହିଳା ମାନଙ୍କୁ ମାଟି ହାଣ୍ଡି ବଣ୍ଟନ କରାଯାଇଥିଲା । ଜନକଲ୍ୟାଣ ସାମ୍ବାଦିକ ସଂଘର ସଭାପତି ବିନୋଦ କୁମାର ବାଗ ଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ସଚେତନ ଶିବିର କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବରେ କଲିଆକୁଣ୍ତଲ ପଞ୍ଚାୟତ ର ନାଏବ ସରପଞ୍ଚ ଦେବରାଜ ସୁନାନୀ , ସମ୍ମାନିତ ଅତିଥି ସମିତି ସଭ୍ଯ ଏକାରାମ ସୁନାନୀ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ରେ ଜନ କଲ୍ୟାଣ ସାଂସ୍କୃତିକ ଅନୁଷ୍ଠାନ ଗୋପାଳ ସୁନାନୀ, ବୈଦାଶ ସୁନାନୀ, ନନ୍ଦିକିଶୋର ସୁନାନୀ, ସୁରଥ ସୁନାନୀ, ନିର୍ମଳ ତାଣ୍ତି, ଦୁର୍ବଳ ତାଣ୍ତି, କାହ୍ନା ବାଗ, ଜିତୁ ବାଗ, ରୋହିତ ମହାନନ୍ଦ, ବିଶ୍ବମ୍ବର ସୁନାନୀ, ପ୍ରମୋଦ ସୂନାନୀ, ସୟମ୍ବର ସୂନାନୀ, ବୈଲୋଚନ ବାଗ, ବଣ୍ଟି ବାଗ, ପ୍ରବୀଣ ବାଗ ପ୍ରମୁଖ ଉପସ୍ଥିତ ଥିଲେ ।ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ବିଜେପି ଯୁବ ମୋର୍ଚ୍ଚା ସଭାପତି ଙ୍କ ଅକାଳ ବିୟୋଗ

ବଦଳିବେ ବିରୋଧୀ ଦଳ ନେତା ?

Sunil Chandra Nayak

ମୁଣ୍ଡାଗୁଡା ରୁ ମଙ୍ଗର ଦୋରା ରାସ୍ତା ମରାମତି ପାଇଁ ପାଡେ ପଦର ସରପଞ୍ଚ ଙ୍କ ବି ଡି ଓ ଙ୍କୁ ଦାବିପତ୍ର

Sunil Chandra Nayak

Leave a Comment

error: Content is protected !!