ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଯେଉଁଠି ଦେବାଦେବୀ ଙ୍କ ପାଇଁ ଘର କିମ୍ବା ମନ୍ଦିର ନାହିଁ, ସେଠାରେ ଥିବା ଗରିବ ଲୋକଙ୍କ ଘର ଅଛି କି ନାହିଁ ସେକଥା ପଚାରେ କିଏ

ଥୁଆମୂଳ ରାମପୁର:୧୭/୬- ମ.ନି.ସ:- ଦେବାଦେବୀଙ୍କ ପାଇଁ ଯେଉଁଠି ଘର କିମ୍ବା ମନ୍ଦିର ନାହିଁ, ସେଠାରେ ବସବାସ କରୁଥିବା ଗରିବ ଲୋକଙ୍କ ପାଇଁ ଘର ଅଛି କି ନାହିଁ, ସେ ବିଷୟରେ ପଚାରିବା ଲୋକ ନାହାନ୍ତି। ଯେଉଁ ଦେବାଦେବୀଙ୍କ ପାଦତଳେ ଆଶ୍ରିତ ହୋଇ ମନୁଷ୍ୟ କୋଟିପତି ହେବା ପାଇଁ ସ୍ବପ୍ନ ଦେଖେ ସେ ଅନୁସାରେ କୋଟିପତି ମଧ୍ୟ ହୋଇଥାଏ। ନିଜର କୋଠାବାଡି ତିଆରି କରି ଆରାମରେ ଜୀବନ ଯାପନ କରୁଥିବା ବେଳେ ଯାହାର ଦୟାରେ ସେସବୁ ସମ୍ପତ୍ତିର ମାଳିକ ହୋଇ ସେହି ଦେବାଦେବୀ ଙ୍କ ବିଷୟରେ ଚିନ୍ତା କରିବା ପାଇଁ ମନୁଷ୍ୟ ପାଖରେ ସମୟ ନାହିଁ। ଅନେକ ସ୍ଥାନରେ ମନ୍ଦିର ଗୁଡିକ ଜରାଜୀର୍ଣ୍ଣ ଭାବରେ ପଡିରହୁଛି। ବୁଦ୍ଧିଜୀବୀ ଓ ଜ୍ଞାନୀ ଗୁଣି ମନୁଷ୍ୟ ଏଦିଗରେ ସଚେତନ କାହିଁକି ନୁହଁନ୍ତି। ଏଭଳି ଏକ ଦୃଶ୍ୟ ଆମ ହାତରେ ଲାଗିଛି ଯାହାକି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ମୂଖ୍ଯାଳୟ ଠାରେ ଥିବା ମାଁ ମାଉସୀ ମନ୍ଦିର ଏବେ ଭଙ୍ଗା ଦଦରା ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ଗତ ବର୍ଷ କାଳବୈଶାଖୀ ପ୍ରକୋପରେ ମନ୍ଦିର ସମ୍ମୁଖରେ ରହିଥିଲା ଏକ ବିରାଟ କାୟ ଆମ୍ବଗଛ ଭାଙ୍ଗି ଯାଇଥିଲା ଯାହାଫଳରେ ମନ୍ଦିର ଉପରେ ପଡିଥିଲା। ଏହା ଯୋଗୁଁ ମାଁମାଉସୀ ମନ୍ଦିର ଭାଙ୍ଗି ନଷ୍ଟ ହୋଇଯାଇଛି। ବଡ ବିଡମ୍ବନା ଓ ଦୁର୍ଭାଗ୍ୟର ବିଷୟ ସ୍ଥାନୀୟ ରାଜନେତା କିମ୍ବା ପ୍ରଶାସନ ଏହି ମନ୍ଦିର ପ୍ରତି ଏତେ ଗୁରୁତ୍ୱ ଦେଉନଥିବା ଭଳି ମନେ ହେଉଛି।ଏଯାଏଁ ମନ୍ଦିର ମରାମତି କାର୍ଯ୍ୟ ହୋଇପାରି ନାହିଁ। ଆଗକୁ ରଥଯାତ ଆସୁଅଛି ଠାକୁର ରହିବେ କେଉଁଠି ଏହାକୁ ନେଇ ଶ୍ରଦ୍ଧାଳୁଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି। ସ୍ଥାନୀୟ ଜନପ୍ରତିନିଧି ଓ ପ୍ରଶାସନର ଦୂରଦୃଷ୍ଟି ଅଭାବ ଯୋଗୁଁ ମାଁ ମାଁଉସୀ ମନ୍ଦିର ନିର୍ମାଣ କିମ୍ବା ମରାମତି କାର୍ଯ୍ଯ ଏଯାଏଁ ହୋଇପାରିଲା ନାହିଁ। ଏବେ ଶ୍ରଦ୍ଧାଳୁଙ୍କ ମନରେ  ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଆଜି ପର୍ଯ୍ୟନ୍ତ କୈାଣସି ସେବାୟତ, ଜନପ୍ରତିନିଧି, କିମ୍ବା ଜନସାଧାରଣ ଙ୍କ ଦୃଷ୍ଟି ନଦେବା ହିଁ ପ୍ରମାଣ ମିଳୁଛି,ତାହାହେଲେ ଗରିବ ଲୋକଙ୍କ ପ୍ରତି ଏମାନେ କିଭଳି ଭାବରେ ସେବା ଯୋଗାଉଛନ୍ତି୍। ଦେବାଦେବୀଙ୍କ ବିଷୟରେ ଚିନ୍ତା କରୁନାହାନ୍ତି। ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି୍ ମାଁ ମାଉସୀ ମନ୍ଦିର ପ୍ରତି ଦୃଷ୍ଟି ପଡୁନାହିଁ। ଠାକୁରଙ୍କ ମନ୍ଦିର ଯଦି ଏଭଳି ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହେ ତାହେଲେ ସଂସ୍କୃତି ଓ ପରମ୍ପରା ଉପରେ କେତେ ସଚେତନ ରହୁଛନ୍ତି ତାହା ସହଜେ ଅନୁମେୟ ପାଖେଇ ଆସିଲାଣି ପବିତ୍ର ଶ୍ରୀ ଘୋଷଯାତ୍ରା। ଆଗାମୀ ରଥଯାତ୍ରା ପାଇଁ କମିଟିର ସଦସ୍ୟ ମାନେ ପ୍ରସ୍ତୁତି ବୈଠକ ଆୟୋଜନ କରିଥିଲେ,କିନ୍ତୁ ମନ୍ଦିର ଭଙ୍ଗାରୁଜା ଅବସ୍ଥାରେ ରହିଅଛି ତାହାକୁ ନେଇ କୌଣସି ପଦକ୍ଷେପ ହାତକୁ କାହିଁକି ନେଲେ ନାହିଁ। ଭଗବାନ ଙ୍କ ପ୍ରତି ଯଦିବା ସ୍ଥାନୀୟ ବୁଦ୍ଧିଜୀବୀ, ଜନପ୍ରତିନିଧି ଜନସାଧାରଣଙ୍କ ଭକ୍ତି ଓ ଶ୍ରଦ୍ଧା ରହିଛି କାହିଁକି ମାଁ ମାଉଁସୀ ମାଁ ମନ୍ଦିରକୁ ମରାମତି କିମ୍ବା ନୂତନ ମନ୍ଦିର ନିର୍ମାଣ ପାଇଁ ଚେଷ୍ଟା କରାଗଲା ନାହିଁ। ଜରାଜୀର୍ଣ୍ଣ ଓ ଅବହେଳିତ ଭାବରେ ସେମିତି ପଡିରହିଛି ଥୁଆମୂଳ ରାମପୁର ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ସଦସ୍ୟ ଏଦିଗରେ କାହିଁକି ଧ୍ଯାନ ଦେଲେନାହିଁ ଏହାକୁ ନେଇ ବଡ଼ ପ୍ରଶ୍ନ ବାଚୀସୃଷ୍ଟି କରୁଅଛି। ସତରେ ମାଁ ମାଉସୀ ମାଁ ମନ୍ଦିର ମରାମତି କିମ୍ବା ନିର୍ମାଣ କଥା କୁ ଭୁଲିଗଲେ କି କମିଟିର ପୁରୁଖା ସଦସ୍ୟ ଓ ସେବାୟତ ମାନେ। ମନ୍ଦିର ଟିକୁ ମରାମତି କରା ନଯାଏ ତାହେଲେ ଠାକୁରଙ୍କୁ କେଉଁଠି ଓ କେଉଁ ପରିସ୍ଥିତି ରେ ଅନ୍ଯତ୍ର ପୂଜାର୍ଚ୍ଚନା କରାଯିବ। ତାକୁନେଇ ଭକ୍ତ ଓ ଶ୍ରଦ୍ଧାଳୁମାନେ ରଥଯାତ୍ରା ପରେ ମାଉସୀ ମନ୍ଦିର ତୋ ନାହିଁ ତିନି ଠାକୁର ରହିବେ କେଉଁଠି ଓ ପୂଜା ପାଇବେ ଏହାକୁ ନେଇ ଶ୍ରଦ୍ଧାଳୁ ଦର୍ଶନ ରୁ ବଞ୍ଚିତ ହେବେ ନାହିଁ ତୋ ଏବେ ଆଶଙ୍କା ଭିତରେ ଶ୍ରଦ୍ଧାଳୁ ରହିଛନ୍ତି। ଏଣୁ ତୂରନ୍ତ ଏଥି ପ୍ରତି ଦୃଷ୍ଟି ଦେଇ ମାଁ ମାଉସୀ ମାଁ ମନ୍ଦିର ଟିକୁ ମରାମତି କରିବା ପାଇଁ ଜରୁରୀ କାଳୀନ ଭାବରେ ଦାବି ହେଉଛି। ତେବେ ଆଉ ଅଳ୍ପ ଦିନ ଭିତରେ ରଥଯାତ୍ରା ହେବ ଏଥିପ୍ରତି କମିଟି କି ପ୍ରକାର ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା

ଥୁଆମୂଳ ରାମପୁର ରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ବ୍ଳକ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର 

Sunil Chandra Nayak

କାର୍ଯ୍ୟରତ ସାମ୍ବାଦିକ ଙ୍କୁ ଏଏସପି ଙ୍କ ଆକ୍ରମଣ ଘଟଣା

Sunil Chandra Nayak

ରୁପ୍ରାରୋଡ ସରସ୍ୱତୀ ଶିଶୁ ମନ୍ଦିରର ପରିଚାଳନା କମିଟି ଗଠିତ

Sunil Chandra Nayak

Leave a Comment

error: Content is protected !!