ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଶ୍ୱ ଭିନ୍ନକ୍ଷମ ଦିବସ : ଅନ୍ୟ ପାଇଁ ପ୍ରେରଣା ସାଜିଛନ୍ତି ; ଭୀମ ଭୋଇ ଦିବ୍ୟାଙ୍ଗ କଲ୍ୟାଣ ପ୍ରତିଷ୍ଠାନ

ମ.ରାମପୁର,୦୩/୧୨(ମସୀହା): ଆଜି ବିଶ୍ୱ ଭିନ୍ନକ୍ଷମ ଦିବସ । ଏହି ଦିନ ଆସିଲେ ଆପଣାଛାଏଁ ମନେପଡ଼ନ୍ତି କିଛି ଭିନ୍ନକ୍ଷମ । ଯେଉଁମାନେ ସମାଜ ଆଗରେ ହାରି ନ ଯାଇ ବରଂ ଭିନ୍ନ ପନ୍ଥା ଓ ଉପାୟରେ ନିଜକୁ ପ୍ରତିଷ୍ଠା କରି ନିଜର ନିଜର ପେଟକଥା ନିଜେ ବୁଝିବା ସହିତ ପରିବାରକୁ ବି ଦେଇପାରୁଛନ୍ତି ଆହାର । ସେଇମାନେ ସମାଜ ପାଇଁ ନିଶ୍ଚୟ ଏକ ପ୍ରେରଣାର ଉତ୍ସ। କଳାହାଣ୍ଡି ଜିଲ୍ଲା ମ.ରାମପୁରଠାରେ ଗତ ୨୦୧୬ ମସିହାରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଭିନ୍ନକ୍ଷମ ଯୁବକ,ଯୁବତୀମାନେ ଏକତ୍ରୀତ ହେଇଥିଲେ । ଲକ୍ଷ୍ୟ ଥିଲା ନିଜ ଗୋଡ଼ରେ ନିଜେ ଠିଆହେବେ, ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିବେ । ସ୍ଥିର ହେଲା ଏକ ଭଜନ ସମାରୋହ ଦଳ ଗଠନ କରିବାକୁ । ଦଳ ଗଠନ ହେଲା, ପରେ ପରେ ମ.ରାମପୁରରେ ଭଜନ ସମାରୋହ କରିବା ଆରମ୍ଭ କରି ଧୀରେ ଧୀରେ କଳାହାଣ୍ଡି ଜିଲ୍ଲା ସମେତ ସାରା ଓଡ଼ିଶାରେ ଏମାନଙ୍କ ଭଜନ ପ୍ରତି ଦର୍ଶକୀୟ ଆଦୃତି ଲାଭ କଲା । ତେବେ ମହାମାରୀ କରୋନା ହେତୁ ଲକଡ଼ାଉନ୍ ସମୟରେ ମଂଚ କାର୍ଯ୍ୟକ୍ରମ ବନ୍ଦ ହେଇଯିବା ପରେ ଏମାନେ ପେଟ ପାଟଣା ପାଇଁ ଚିନ୍ତାରେ ରହିଥିଲେ । କିନ୍ତୁ ନିଜ ମନକୁ ଦୃଢ କରି ଏମାନେ ବିକଳ୍ପଚିନ୍ତାକଲେ l ଫିନାଇଲ ତିଆରି ଶିଖିବା ସହିତ ଫିନାଇଲ ପ୍ରସ୍ତୁତ କଲେ । ଏହାକୁ ବିକ୍ରି  କରିବା ପାଇଁ ମ.ରାମପୁର ବ୍ଲକ ଛକ ନିକଟରେ ଭୀମ ଭୋଇ ଷ୍ଟୋର ନାମକ ଏକ ଦୋକାନ କରି ଫିନାଇଲ ବିକ୍ରି ମଧ୍ୟ ଆରମ୍ଭ କଲେ । ଏବେ ଏହି ପ୍ରତିଷ୍ଠାନର କଳାକାର ମାନେ ଭଜନ ସମାରୋହ ଓ ମେଲୋଡ଼ି କାର୍ଯ୍ୟକ୍ରମ କରି ବେଶ ଦୁଇ ପଇସା ରୋଜଗାର କରିବା ସହିତ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟି ଛନ୍ତି । ଏହି ପ୍ରତିଷ୍ଠାନର ସଭାପତି ଭାବରେ ଅଚ୍ୟୁତ ଭୋଇ, ଉପସଭାପତି ବିଭୂତି ମାଝୀ, ସଂପାଦିକା ଟୁନି ପଣ୍ଡା,କୋଷାଧ୍ୟକ୍ଷ ଜ୍ଞାନ ରଂଜନ କହଁର ରହିଥିବା ବେଳେ ଦୁର୍ଯ୍ୟୋଧନ ଧରୁଆ,ପ୍ରମୋଦ ସାହୁୁ,ରମେଶ ଭୋଇ,ପବିତ୍ର ମାଝୀ, ପ୍ରସନ୍ନ କୁମାର ରାଉତ, ଅଞ୍ଜନା ମାଝୀ,ଅମିତ ଦୁର୍ଗା, ରାଜେନ୍ଦ୍ରରଣା,ରାଜେନ୍ଦ୍ର ଟୋଲଟିଆ ପ୍ରମୁଖ ସଦସ୍ୟ ସାରା ଓଡ଼ିଶାର ବିଭିନ୍ନ ଜିଲ୍ଳାରୁ ଆସି ଏଠାରେ ସାମିଲ ହେଇଛନ୍ତି । ଏହି ପ୍ରତିଷ୍ଠାନ ତରଫରୁ ପ୍ରତିବର୍ଷ ବିଶ୍ୱ ଭିନ୍ନ କ୍ଷମ ଦିବସକୁ ନିଜେ ନିଜେ ସଫଳତାର ସହିତ ଆୟୋଜନ କରିଥାନ୍ତି ଏମାନେ । ସେହିପରି ଉପାନ୍ତ ଅଂଚଳରେ ଟିଉସନ୍ ଗିରିଶଙ୍କୁ ଦେଇଚି ରୋଜଗାର l  ଜିଲ୍ଳା ର ମ.ରାମପୁର ବ୍ଲକ ସିଂହପୁର ପଂଚାୟତ ଅନ୍ତର୍ଗତ ହରଡ଼ାପଡ଼ାରେ ରୁହନ୍ତି ଗିରିଶ ଚନ୍ଦ୍ର ଗଡ଼ତିଆ । ବୟସ ମାତ୍ର ୩୮ । ପିଲାଟି ଦିନରୁ ପୋଲିଓ ଆକ୍ରାନ୍ତ ଗିରିଶ ବହୁତ୍ କଷ୍ଟରେ ମାଟ୍ରିକ ପର୍ଯ୍ୟନ୍ତ ପାଠପଢିବାକୁ ସକ୍ଷମ ହେଇଥିଲେ । ବାପାଙ୍କ ବିଶେଷ ସହାୟତା ନଥିବାରୁ ଅଧାରୁ ଗିରିଶଙ୍କ ପାଠପଢାରେ ଡ଼ୋରି ବନ୍ଧା ହେଲା । ତେବେ ପରେ ପରେ ସେ ଟିଉସନ ପଢାଇବାକୁ ନିଜର ବୃତ୍ତି ଭାବରେ ବାଛି ନେଲେ । ଦୁଇ ହଜାର ଦଶ ମସିହାରୁ ସେ ଟିଉସନ ପଢା ରୋଜଗାରରୁ ଗୋଟେ ପୁଅ, ଗୋଟେ ଝିଅ ଏବଂ ପତ୍ନୀ,ବିଧବା ମାଁ ଙ୍କ ପ୍ରତିପୋଷଣ କରନ୍ତି । ଝିଅ ଏବେ ସପ୍ତମ ଶ୍ରେଣୀ ଓ ପୁଅ ଏବେ ପ୍ରଥମ ଶ୍ରେଣୀରେ ପାଠ ପଢୁଛି । ତିନୋଟି ଅଲଗା ଅଲଗା ସ୍ଥାନାରେ ତିରିଶରୁ ୩୫ଜଣଙ୍କୁ ଅଲଗା ଅଲଗା ସମୟରେ ପାଠ ପଢାନ୍ତି ଗିରିଶ । ଏହା ବାଦ୍ ତାଙ୍କୁ ମିଳେ ଭିନ୍ନକ୍ଷମ ଭତ୍ତ୍‌ା ମାତ୍ର ପାଂଚଶହ । ରାସନ କାର୍ଡ଼ ମଧ୍ୟ ଥିବାବେଳେ ଜମିମାତ୍ର ତିରିଶ ଡ଼ିସମିଲ ରହିଛି । ଆଜି ଯାଏଁ ସରକାରୀ ଘର ମିଳିନାହିଁ । ଏବେ ଗିରିଶ  ରହୁଥିବା ଘରର ଅବସ୍ଥା ମଧ୍ୟ ଶୋଚନୀୟ । ଗତ ବର୍ଷାରେ ଘରର କାନ୍ଥ ପଡ଼ିଯିବା ପରେ ଜରିପାଲ ଦେଇ ମୁଣ୍ଡ ଗୁଞ୍ଜିଛନ୍ତି ଏହି ଭିନ୍ନକ୍ଷମ ଯୁବକ ଜଣକ ନିଜ ପରିବାର ବର୍ଗଙ୍କୁ ଧରି । ଟିଉସନ ପଢାରୁ ଯାହା ରୋଜଗାର ହୁଏ ନିଜ ପେଟ ପାଇଁ କଷ୍ଟେମଷ୍ଟେ  ହେଇଯାଏ ସିନା ମେଡ଼ିକାଲ କିମ୍ବା ଅନ୍ୟାନ୍ୟ କାର୍ଯ୍ୟକ୍ରମ ହେଲେ ଧାର କିମ୍ବା ଋଣ କରିବାକୁ ପଡ଼େ ବୋଲି କହିଛନ୍ତି ଗିରିଶ । ଅନ୍ୟ କିଛି କରିବାକୁ ଯେହେତୁ କୌଣସି ପନ୍ଥା ନଥିବାବେଳେ ବାଧ୍ୟ ହେଇ ନିଜ ପରିବାର ପ୍ରତିପୋଷଣ କରିବାକୁ ପଡ଼ୁଛି । ତେବେ ମୋହନଗିରି, ସିଂହପୁର ଭଳି ଉପାନ୍ତ ଇଲାକାରେ ଜଣେ ଭିନ୍ନକ୍ଷମ ଯୁବକ ନିଜ ପରିବାର ପ୍ରତିପୋଷଣ ପାଇଁ ଅଲଗା କିଛି ଉପାୟ ନଥିବାବେଳେ ଟିଉସନକୁ ସାହାରା କରି ଭଲଭାବରେ ଚାଲି ପାରୁନଥିବା ବେଳେ ରାତିରେ ଟିଉସନ ସାରି କ୍ଷେତ ହିଡ଼ ବାଟ ଦେଇ ଘରକୁ ଧୀରେ ଧୀରେ ପ୍ରତ୍ୟାବର୍ତ୍ତନ କରିବା ସତରେ ଏକ ଅନନ୍ୟ ଉଦାହରଣ ସୁସ୍ଥ ସବଳ ଯୁବବର୍ଗଙ୍କ ପାଇଁ । ଅନ୍ୟ ଆଉ ଏକ ଉଦାହରଣ ହେଲେ , ମ.ରାମପୁର ତଳସାଗରପଡ଼ା ର ସଂଜୟ ମହାଖୁଡ଼ । ୧୯୮୫ ମସିହାରେ ଜନ୍ମ ଗ୍ରହଣ କରିଥିବା ସଂଜୟ ଜନ୍ମରୁ କଥା କହି ପାରନ୍ତିନି କି ଶୁଣି ବି ପାରନ୍ତି ନାହିଁ । ତଥାପି ପରିବାର ଲୋକେ ତାଙ୍କୁ ଟିଟାଲାଗଡ଼ଠାରେ ପାଠ ପଢାଇଥିଲେ । ସେଠାରେ ସେ ମାଟ୍ରିକ ଶିକ୍ଷା ଶେଷ ପରେ ନିଜେ କିଛି କରିବା ଆଶା ନେଇ ଉଦ୍ୟମ ତଥା ଚିନ୍ତା ଜାରି ରଖିଥିଲେ । ପରିବାର ର ଏକମାତ୍ର ପୁତ୍ର ସଂଜୟଙ୍କ ରୁଚି ଭିିଡ଼ିଓ ଓ ଫଟୋଗ୍ରାଫି ଉପରେ ଦିନକୁ ଦିନ ବଢିବାକୁ ଲାଗିଲା । ଅନ୍ୟଜଣଙ୍କ ସହଯୋଗୀ ଭାବରେ କାମ କରି ସେ କାମ ଶିଖିବା ସହିତ ସେଠାରୁ ମିଳୁଥିବା ଟଙ୍କା ଠୁଳ କରି ସେ ୨୦୧୯ ମସିହାରେ ନିଜ ପାଇଁ କ୍ୟାମେରା ଓ ଡ଼୍ରୋନ୍ କ୍ୟାମେରା ସହ ଅନ୍ୟାନ୍ୟ ଆନୁଷଙ୍ଗିକ  ଯନ୍ତ୍ରପାତି କ୍ରୟ କରିଥିଲେ । ବିବାହ,ବ୍ରତ ଠାରୁ ଆରମ୍ଭ କରି ବିଭିନ୍ନ ସାମାଜିକ,ସାଂସ୍କୃତିକ କାର୍ଯ୍ୟକ୍ରମରେ ଏବେ ସଂଜୟଙ୍କ ଉପସ୍ଥିତି ସହିତ ନିଜ ପ୍ରତିଭାର ପରିଚୟ ଦେଖିବାକୁ ମିଳେ । ଠାରନାର ସେ ସବୁ ବୁଝିପାରି ଅତି ସୁନ୍ଦର ଭାବରେ ଫଟୋ ଓ ଭିଡ଼ିଓ ସବୁ ଉତ୍ତୋଳନ କରି ସମସ୍ତଙ୍କ ପ୍ରିୟ ଭାଜନ ହେଇପାରିଛନ୍ତି ଏବଂ ୨୦୧୮  ମସିହାରେ ବାହା ହେବା ସହିତ ନିଜର ପତ୍ନୀ,ଦୁଇଝିଅ ଓ ବିଧବା ମାଁଙ୍କ ଭରଣ ପୋଷଣ କରି ଅନ୍ୟ ଯୁବକମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି l

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ l

Related posts

ଚିଲିଗୁଡା ସରକାରୀ ନୀଳ ମାଧବ ହାଇ ସ୍କୁଲ ସ୍ମାର୍ଟ ସ୍କୁଲ ଭାବରେ ଲୋକାର୍ପିତ

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ବର୍ଷା

Sunil Chandra Nayak

ସସ୍ମିତା ପଣ୍ଡା ଙ୍କ କବିତା – ଭକ୍ତି ନୈବେଦ୍ୟ

Sunil Chandra Nayak

Leave a Comment

error: Content is protected !!