ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀ ଶ୍ରୀ ବାବା ପାଖଣାପାଟ ପ୍ରସିଦ୍ଧ ଯାନ୍ତାଳ ମେଳାରେ ହଜାର ଶ୍ରଦ୍ଧାଳୁଙ୍କ ସମାଗମ

ମୟୂରଭଞ୍ଜ ୭/୦୯/୨୨(ମସିହା)ରାଇରଙ୍ଗପୁର – ପ୍ରକୃତିର ପୂଜକ ଆଦିବାସୀ ଯୁଗ ଯୁଗ ଧରି ପାହାଡ଼ ପର୍ବତ, ନଦୀ ନାଳ ଏବଂ ବୃକ୍ଷଲତାକକୁ ସେମାନଙ୍କ ଦେବାଦେବୀ ରୂପେ ପୂଜା କରିଥାନ୍ତି ।ମୟୂରଭଂଜ ଜିଲ୍ଲାର ଯାମଦା ବ୍ଲକର କଇଁପୁର ଗ୍ରାମ ସନ୍ନିକଟ ପାହାଡରେ ବାବା ନୃସିଂହନାଥ ପ୍ରାୟ ୪୦୦ ବର୍ଷ ହେବ ରାଜା ରାଜୁଡା ଅମଳରୁ ବାବା ନୃସିଂହ ନାଥ ପାଖଣାପାଟ ପାହାଡ଼ରେ ପୂଜା ପାଇଁ ଆସୁଛନ୍ତି ।ଭାଦ୍ରବ ମାସ ଏକାଦଶୀଠାରୁ ତିନିଦିନ ଧରି ଏଠାରେ ଧୁମଧାମରେ ପୂଜାର୍ଚ୍ଚନା ହୁଏ ।ଗ୍ରାମର ଦେହୂରୀମାନେ ଏଠାରେ ପୂଜା କରିଥାନ୍ତି ।ପ୍ରଥମ ଦିନ କେବଳ ପୁରୁଷମାନେ ମାନେ ପୂଜା କରିଥାନ୍ତି ।ଦିତୀୟ ଦିନ ପୁରୁଷ ମହିଳା ଉଭୟ ପୂଜା କରିଥାନ୍ତି ।ଶେଷ ଦିନ ସମସ୍ତେ ପୂଜା କରିଥାନ୍ତି । ଏହା ଆସ୍ଥା ଓ ବିଶ୍ବାସର ଦେବତା ।ଶ୍ରଦ୍ଧାଳୁ କୁହନ୍ତି ଏଠାକୁ ଯେଉଁ ମାନସିକ ଧାରୀ ଆସନ୍ତି ସେମାନେ କେବେହେଲେ ନିଷ୍ଫଳା ହୁଅନ୍ତି ନାହିଁ । କିଛି ମଧ୍ୟ ପାହାଡୀ ପୂଜା କହିଥାନ୍ତି । ଆଦିବାସୀମିନେ କୃଷି ଭଲ ହେଉ, ସମସ୍ତଙ୍କ ସ୍ବାସ୍ଥ୍ୟ ଭଲ ରହୁ କାମନା କରି ପୂଜା କରିଥାନ୍ତି ।ବହୁ ଦୂରଦୂରାନ୍ତରୁ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ,ଛତିଶଗଡ଼,ଆସାମରୁ ମାନସିକଧାରୀ ମାନେ ଆସି ବାବାଙ୍କ ପାଖରେ ପୂଜାଅର୍ଘ୍ଯ ଦେଇଥାନ୍ତି ।ଏଠାରେ କୁକଡ଼ା,ବତକ,ଛାଗଳ ମାନସିକ ଧାରୀମାନେ ବଳି ଦେଇଥାନ୍ତି । ଅଧିକାଂଶ ଶ୍ରଦ୍ଧାଳୁ ନଡ଼ିଆ,କଦଳୀ,ଧୂପ,ଅର୍ଘ୍ଯ ଦେଇ ପୂଜା କରିଥାନ୍ତି ।ଆଜିର ଦିତୀୟ ଦିବସରେ ପଚାଶ ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁମାନଙ୍କ ସମାଗମ ହୋଇଥିଲା ।ଏହା ଏକ ଆକର୍ଷଣୀୟ ଦର୍ଶନୀୟ ସ୍ଥାନ । ସରକାରଙ୍କ ତରଫରୁ ବିଶ୍ରାମ ଗୃହ, ପରିଚାଳନା ଗୃହ ପାହାଚ,ରାସ୍ତା ନିର୍ମାଣ କରାଯାଇଛି । ଏଠାରେ ପିଇବା ପାଣି,ସୋଲାର ଲାଇଟ୍ ସ୍ଥାପନା ପାଇଁ ଦାବି ହେଉଛି ।ତଦସହ ପଥର ମାଫିଆଙ୍କ ପାଖରୁ ପାଖଣାପାଟ ପାହାଡ ଆଖପାଖରୁ ବେଆଇନ ପଥର ଖନନ ବନ୍ଦ୍ ପାଇଁ ଗ୍ରାମବାସୀ ଦାବି କରୁଛନ୍ତି ।ନହେଲେ ଅଳ୍ପ ଦିନରେ ପାଖଣାପାଟ ପାହାଡ଼ର ଅପରୂପ ମନୋଲୋଭା ଦୃଶ୍ଯ ମାଟିରେ ମିଶିଯିବ ।ପାଖଣାପାଟକୁ ପ୍ରଶାସନ ତରଫରୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ପାଇଁ ଶ୍ରଦ୍ଧାଳୁମାନେ ଦାବି କରିଛନ୍ତି ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଆନ୍ତସ୍କୁଲ ଫୁଟବଲ ଚାମ୍ପିୟନସିପ ପ୍ରତିଯୋଗିତା

Sunil Chandra Nayak

ପିଇବା ପାଣି ପାଇଁ ଜଳଛତ୍ର ଖୋଳାଯାଉ

Sunil Chandra Nayak

ବଡ ଭାଇକୁ ଟାଙ୍ଗିଆ ରେ ହାଣି ହତ୍ଯା କଲା ସାନ ଭାଇ

Leave a Comment

error: Content is protected !!