ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦାବୀ ପୂରଣ ନହେଲେ ଆନ୍ଦୋଳନ ର ଚେତାବନୀ ଦେଲେ ବିସ୍ଥାପିତ ଜନ ପ୍ରତିନିଧି 

ନୂଆପଡା-:, ନୂଆପଡା ଜିଲ୍ଲା ଲୋୟର ଇନ୍ଦ୍ର ବିସ୍ଥାପିତ ଙ୍କ ଦୁଃଖ ଥମିବାର ନାଁ ନେଉନାହିଁ । କେବେ ସରକାର ଙ୍କ ମିଛ ପ୍ରତିଶ୍ରୁତି ତ କେବେ ବିଭାଗୀୟ ଅଧିକାରୀ ଓ ଦଲାଲ ଙ୍କ ମଧୁ ଚନ୍ଦ୍ରିକା ରେ ଛଟପଟ ହୋଇ କବଳିତ ହେଉଛନ୍ତି ସମୂହ ବିସ୍ଥାପିତ । ବାରମ୍ବାର ପ୍ରଶାସନ ଆଗରେ ହାରି ଗୁହାରି ହେଉଥିଲେ ହେଁ ବିସ୍ଥାପିତଙ୍କୁ ମିଳୁନି ଉପଯୁକ୍ତ କ୍ଷତିପୂରଣ, ସେଥି ପାଇଁ ସେମାନେ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହେଉଛନ୍ତି। ବର୍ତ୍ତମାନ ଅତିଶୀଘ୍ର ସେମାନଙ୍କ ଦାବି ପୁରଣ ନହେଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ସମୂହ ଜନ ପ୍ରତିନିଧି । 

ନୂଆପଡା ଜିଲ୍ଲାର ବହୁ ପ୍ରତୀକ୍ଷିତ ଜଳସେଚନ ପ୍ରକଳ୍ପ ହେଉଛି ଇନ୍ଦ୍ର ଲୋୟର ଜଳସେଚନ ପ୍ରକଳ୍ପ ତିଖାଲି ଡ୍ୟାମ। ଏହି ଡ୍ୟାମ ତିଆରି ପାଇଁ ଅଦ୍ୟାବଧି ଶହଶହ କୋଟି ଟଙ୍କା ବ୍ୟୟ ବରାଦ ହୋଇ ଖର୍ଚ୍ଚ ହୋଇଛି। ଗତବର୍ଷ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଲୋକାର୍ପଣ କରିଥିଲେ । ଏହି ପ୍ରକଳ୍ପରୁ ନୂଆପଡା ଜିଲ୍ଲା ଖଡ଼ିଆଳ ଓ ବୋଡେ଼ନ ବ୍ଲକର ତେର ହଜାର ପାଞ୍ଚ ଶହ ହେକ୍ଟର ଜମି ଓ ବଲାଙ୍ଗୀର ଜିଲ୍ଲାର ୧୬ ହଜାର ଚାରିଶହ ହେକ୍ଟର ଜମି ଜଳସେଚିତ ହେଉଅଛି।

୨ ହଜାର ମସିହାରେ ଏହି ଡ୍ୟାମ ନିର୍ମାଣ ଆରମ୍ଭ ହୋଇ ୨୦୨୧ ରେ କାର୍ଯ୍ୟକ୍ଷମ ହୋଇ ପାରିଥିଲା। ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ତିରିଶ ଟି ଗାଁ କୁ ବୁଡି ଅଞ୍ଚଳ ଭାବରେ ଘୋଷଣା ହୋଇଥିଲା l ଦଶଟି ଗାଁ ସମ୍ପୂର୍ଣ୍ଣ ବୁଡି ଅଞ୍ଚଳ ହୋଇଥିବା ବେଳେ କୋଡିଏ ଗାଁ ଆଂଶିକ ବୁଡି ଅଞ୍ଚଳ ଭାବରେ ଘୋଷିତ ହୋଇଥିଲା। କିନ୍ତୁ ଏ ଯାଏ ବିସ୍ଥାପିତଙ୍କ ଦୁଃଖ ଦୁର୍ଦ୍ଦଶା ଥମିବାର ନାଁ ନେଉ ନାହିଁ । ଅନେକ ଦାବି ପୂରଣ ହୋଇ ନାହିଁ, ତେଣୁ ବିସ୍ଥାପିତ ଓ କ୍ଷତିଗ୍ରସ୍ତ ପରିବାର ତରଫରୁ ପଂଚାୟତ ପ୍ରତିନିଧି ମାନେ ପ୍ରକଳ୍ପ ଅଧିକାରୀଙ୍କୁ ଭେଟି ଦାବୀ ପୂରଣ ନହେଲେ ଆନ୍ଦୋଳନ କୁ ଓ଼ଲ୍ଳେଇବାର ଚେତାବନୀ ଦେଇଛନ୍ତି।

ସରୁନି ବିସ୍ଥାପିତଙ୍କ ଦୁଃଖ, ପ୍ରକଳ୍ପ ନିର୍ମାଣ ପାଇଁ ସେମାନଙ୍କ ଘର ଗଲା, ଜମିବାଡ଼ି ଗଲା, ସବୁ ହରାଇ ବିସ୍ଥାପିତ ସର୍ଵଶାନ୍ତ ହୋଇ ଆଖିର ଲୁହ, ମନର କୋହକୁ ଛାତି ଭିତରେ ଚାପି ରଖି ସେମାନେ ଭିଟାମାଟି ଛାଡିଲେ। ଯେଉଁମାନେ ଛାଡିଲେ ନାହିଁ ସେମାନଙ୍କୁ ଜୋର ଜବରଦସ୍ତ ଗ୍ରାମରୁ ବାହାର କରାଗଲା କିନ୍ତୁ ହରାଇଥିବା ଜମିର ଉପଯୁକ୍ତ କ୍ଷତିପୂରଣ ପାଇଲେ ନାହିଁ ସେମାନେ। ସରକାର ସେମାନଙ୍କ ଜମି ପାଇଁ ଶାଗ ମାଛ ଦରରେ କ୍ଷତିପୂରଣ ଦେଇଥିଲା। ଏତେ କମ ସହାୟତାରେ ସେମାନେ ବଞ୍ଚିବେ କେମିତି? ଏନେଇ ବିସ୍ଥାପିତ ଓ କ୍ଷତିଗ୍ରସ୍ତ ପରିବାର ତରଫରୁ କିଛି ଜନ ପ୍ରତିନିଧି ସ୍ୱତନ୍ତ୍ର ଭୂ-ଅର୍ଜନ ଅଧିକାରୀ ଙ୍କୁ ଭେଟି ଦଶ ଦଫାର ଦାବିପତ୍ର ପ୍ରଦାନ କରିଛନ୍ତି।ଏହି ଦାବି ସବୁ ସମାଧାନ ପାଇଁ ରାସ୍ତା ବାହାର ନକଲେ ଆସନ୍ତା ଉଣେଇସି ତାରିଖ ଦିନ ଆମରଣ ଅନଶନ କରିବେ ବୋଲି ଚେତାବନୀ ଦିଆଯାଇଛି। ବିସ୍ଥାପିତ ମାନଙ୍କ ଦାବି ମାନଙ୍କ ମଧ୍ୟରୁ ପେଣ୍ଡରାବନ ଗ୍ରାମକୁ ବୁଡି ଅଞ୍ଚଳ ଘୋଷଣା, ବିସ୍ଥାପିତ ପରିବାରଙ୍କ ଯୋଗ୍ୟ ପୁଅଝିଅଙ୍କୁ ପ୍ରକଳ୍ପର ବିଭିନ୍ନ କାର୍ଯ୍ୟରେ ଯୋଗ୍ୟତା ଭିତ୍ତିରେ ନିଯୁକ୍ତି ପ୍ରଦାନ, କ୍ଷତିଗ୍ରସ୍ତ ଓ ବିସ୍ଥାପିତ ପରିବାରଙ୍କୁ ନେଇ ଏକ କମିଟି ଗଠନ କରିବା, ପ୍ରକଳ୍ପ ନିର୍ମାଣ ସମୟରେ ଅନୁପସ୍ଥିତ ଥିବା ପରିବାରଙ୍କ ଜମି ଅଧିଗ୍ରହଣ କରି ଉପଯୁକ୍ତ କ୍ଷତିପୂରଣ ରାଶି ପ୍ରଦାନ, ସମସ୍ତ ବିସ୍ଥାପିତ ପରିବାରଙ୍କୁ ଅତିଶୀଘ୍ର ସମ୍ପୂର୍ଣ୍ଣ କ୍ଷତିପୂରଣ ରାଶି ପ୍ରଦାନ, ପ୍ରକଳ୍ପ କାର୍ଯ୍ୟାଳୟ ରେ କିଛି ଅଫିସର ଏକ ଛତ୍ରବାଦ ଚଲାଇ ଲୋକଙ୍କ ଦୁଃଖ ବୁଝୁ ନାହାନ୍ତି ସେସବୁ ବନ୍ଦ କରାଯାଉ ଆଦି ଦାବିପତ୍ରରେ ଉଲ୍ଲେଖ କରିଛନ୍ତି । ଏହି ସବୁ ଦାବୀ ପୂରଣ ନେହେଲେ ଯେଉଁ ଆନ୍ଦୋଳନ ହେବ ସେଥି ପାଇଁ ଜିଲ୍ଲା ପ୍ରଶାସନ ଓ ଡ୍ୟାମ କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ଚେତାବନୀ ଦେଇଛନ୍ତି । ଏବାବଦ ରେ ଆମେ ସ୍ୱତନ୍ତ୍ର ଭୂ-ଅର୍ଜନ ଅଧିକାରୀ ଙ୍କୁ ପଚାରିବା ରୁ ସେମାନଙ୍କ ଦାବି ବିଚାରାଧୀନ ଅଛି ଓ ନିୟମ ଅନୁଯାୟୀ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ।

 ଲୋୟର ଇନ୍ଦ୍ର ବିସ୍ଥାପିତ ଙ୍କ ସମସ୍ୟା ର ସମାଧାନ ନେଇ ବାରମ୍ବାର ଆନ୍ଦୋଳନ ହେଉଥିଲେ ହେଁ ରାଜ୍ୟ ସରକାର କିମ୍ବା ଜିଲ୍ଲା ପ୍ରଶାସନ ଏ ଦିଗରେ କୌଣସି ପଦକ୍ଷେପ ନେଉଁନଥିବାରୁ ଜନ ଅସନ୍ତୋଷ ଦେଖାଦେଉଛି । ବିଶେଷ କରି ବିଭାଗୀୟ ଅଧିକାରୀ ଓ ଦଲାଲ ଙ୍କ ମଧୁଚନ୍ଦ୍ରିକା ରେ ବିସ୍ଥାପିତ ବଳି ପଡୁଥିବା ଅଭିଯୋଗ ହୋଇଛି । ଏଣୁ ଏଦିଗରେ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ବିସ୍ଥାପିତ ଙ୍କ ଦାବି ପୂରଣ କରିବା ଜରୁରୀ ହୋଇ ପଡିଛି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଟେମରା ଫୁଟବଲ ଟୁର୍ଣ୍ଣାମେଣ୍ଟ ଫାଇନାଲ ଝାର କୁଣ୍ଡାମାଲ ଦଳ ଚାମ୍ପିୟନ

Sunil Chandra Nayak

ନର୍ଲାବ୍ଲକ୍ ର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ପଦବୀ ପାଇଁ ପୁଣି ଚର୍ଚ୍ଚାରେ ମହାନ୍ତି ଦମ୍ପତି, ଅଧ୍ୟକ୍ଷ ପଦବୀ ପାଇଁ  ଆସନ୍ତା କାଲି  ହେବ ଭୋଟ୍

Sunil Chandra Nayak

ଖଡ଼ିଆଳ ପୋଲିସ ଅଧିକାରୀ ଯୁବକଙ୍କୁ ମାଡ଼ ମାରିବା ଅଭିଯୋଗ , ପୋଲିସ କର୍ମଚାରୀ ଙ୍କୁ ନୂଆପଡ଼। ହେବ ସ୍ଥାନାନ୍ତର

Leave a Comment

error: Content is protected !!