ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମହାବିଦ୍ୟାଳୟ ପରିସରରେ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ବାଲେଶ୍ଵର,୦୬/୧୨/୨୨- ବାଲେଶ୍ୱର ଜିଲ୍ଲା ନୀଳଗିରି ବରହମପୁର ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ନୂତନ ଛାତ୍ର ଛାତ୍ରୀ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ଉକ୍ତ ସ୍ୱାଗତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ପ୍ରିନସିପାଲ ଶ୍ରୀକାନ୍ତ କୁମାର ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ କିପରି ଛାତ୍ରଛାତ୍ରୀ ମାନେ ଭଲ ଅଧ୍ଯୟନ କରି ଜିଲ୍ଲା ତଥା ରାଜ୍ୟସ୍ତରରେ ନିଜ ନାମକୁ ବଜାଇ ରଖିବା ସଙ୍ଗେ ସଙ୍ଗେ ମହାବିଦ୍ୟାଳୟର ନାମକୁ ଉଚ୍ଚ କୋଟିର କରି ପ୍ରଶଂସାର ପାତ୍ର ହେବେ ତାହା ବକ୍ତବ୍ୟ ମାଧ୍ୟମରେ ଆଲୋଚନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ମୁଖ୍ୟବକ୍ତା ରଞ୍ଜନ କୁମାର ପାଣି, ସମ୍ମାନିତ ଅତିଥି ଭାବେ ଅଜିତ କୁମାର ସ, ଜୟନ୍ତ କୁମାର ନନ୍ଦ, ରବୀନ୍ଦ୍ର ନାୟକ, ସତ୍ୟପ୍ରକାଶ ପରିଡା, କାର୍ତ୍ତିକ ଚନ୍ଦ୍ର ଜେନା, ଶୁଭକାନ୍ତ ବେହେରା ପ୍ରମୁଖ ଯୋଗଦେଇ ନିଜ ନିଜର ଵକ୍ତବ୍ଯରେ ଭଲ ପଢି ଆଗୁକୁ ବଢିବା ପାଇଁ ପ୍ରେରଣା ଓ ଉତ୍ସାହ ପ୍ରଦାନ କରିଥିଲେ । ତେଣୁ ଉକ୍ତ କାର୍ଯ୍ୟକ୍ରମକୁ ମନୋରଞ୍ଜନ ମହୁରୀଆ, ରାମଚନ୍ଦ୍ର ମହାପାତ୍ର, ଶିଶିର କୁମାର ସିଂ, ନବୀନ କୁମାର ସାହୁ, ଜୟଶ୍ମିତା ଦାଶ, ସୁଭଦ୍ରା ପଣ୍ଡା, ମାନସୀ ଘଣ୍ଟ, ଅନିତା ସାହୁ, ଗଜେନ୍ଦ୍ର ବିଶ୍ୱାଳ, ମିହିର କୁମାର ସିଂ, ପ୍ରମୁଖଙ୍କ ସହଯୋଗରେ କାର୍ଯ୍ୟକ୍ରମ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଥିଲା ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

କୋକସରା ବ୍ଲକ ସ୍ତରୀୟ କ୍ରୀଡା ଓ ଖେଳ ଅଭିଯାନ ଅନୁଷ୍ଠିତ

Sunil Chandra Nayak

ଶାସ୍ତ୍ରୀଜୀ ଓ ଗାନ୍ଧି ଜୟନ୍ତୀ ପାଳିତ

Sunil Chandra Nayak

ବିବାହର ମାତ୍ର ୧୧ ଦିନ ମଧ୍ୟରେ ନବବଧୁର ମଥାରୁ ଲିଭିଗଲା ସିନ୍ଦୁର

Sunil Chandra Nayak

Leave a Comment

error: Content is protected !!