ପାପଡାହାଣ୍ଡି,10/10, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଦେଇ ଯାଇଥିବା 26ନମ୍ବର ଜାତୀୟ ରାଜପଥର ବାବାଜୀଗୁଡା ନିକଟରେ ସୋମବାର କିଙ୍ଗଫିସର ନାମକ ଏକ ଯାତ୍ରୀ ବାହି ବସ ଉପରେ ପଥର ମାଡ଼ ହୋଇଛି | ଯଦ୍ୱାରା ସାମ୍ନା ଭାଗ କାଚ ଭାଙ୍ଗି ଯାଇଥିବା ବେଳେ ବଡ଼ ଦୁର୍ଘଟଣାରୁ ଯାତ୍ରୀ ମାନେ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି | ସୂଚନା ମୁତାବକ OD 02 AB 8710ବସ ଟି ରାଇଘର ରୁ ଭୁବେନେଶ୍ୱର ଯିବା ସମୟରେ ବାବାଜୀଗୁଡା ନିକଟରେ ଥିବା ଗ୍ରୀଡ଼ ରାସ୍ତାରେ ଅଜଣା ଦୁବୃତ୍ତ ମାନେ ଦୁଇ ଗୋଟି ପଥରରେ ବସକୁ ଆକ୍ରମଣ କରିଥିଲେ | ଗୋଟିଏ ପଥର ସାମ୍ନା ଭାଗ କାଚ କୁ ଓ ଅନ୍ୟଟି ଯାତ୍ରୀ ବସିଥିବା କାଚ କୁ ବାଜିଥିଲା | ଏଥିରେ କେହି ଆହତ ହୋଇନଥିବା ବେଳେ ଯାତ୍ରୀ ମାନେ ଭୟଭୀତ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି | ଖବର ପାଇ ମଇଦଲପୁର ପୋଲିସ ଘଟଣାସ୍ଥଳରେ ପହଁଚିଛି |
ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ