ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଯାତ୍ରୀ ବାହି ବସ ଉପରେ ପଥର ମାଡ଼

ପାପଡାହାଣ୍ଡି,10/10, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଦେଇ ଯାଇଥିବା 26ନମ୍ବର ଜାତୀୟ ରାଜପଥର ବାବାଜୀଗୁଡା ନିକଟରେ ସୋମବାର କିଙ୍ଗଫିସର ନାମକ ଏକ ଯାତ୍ରୀ ବାହି ବସ ଉପରେ ପଥର ମାଡ଼ ହୋଇଛି | ଯଦ୍ୱାରା ସାମ୍ନା ଭାଗ କାଚ ଭାଙ୍ଗି ଯାଇଥିବା ବେଳେ ବଡ଼ ଦୁର୍ଘଟଣାରୁ ଯାତ୍ରୀ ମାନେ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି | ସୂଚନା ମୁତାବକ OD 02 AB 8710ବସ ଟି ରାଇଘର ରୁ ଭୁବେନେଶ୍ୱର ଯିବା ସମୟରେ ବାବାଜୀଗୁଡା ନିକଟରେ ଥିବା ଗ୍ରୀଡ଼ ରାସ୍ତାରେ ଅଜଣା ଦୁବୃତ୍ତ ମାନେ ଦୁଇ ଗୋଟି ପଥରରେ ବସକୁ ଆକ୍ରମଣ କରିଥିଲେ | ଗୋଟିଏ ପଥର ସାମ୍ନା ଭାଗ କାଚ କୁ ଓ ଅନ୍ୟଟି ଯାତ୍ରୀ ବସିଥିବା କାଚ କୁ ବାଜିଥିଲା | ଏଥିରେ କେହି ଆହତ ହୋଇନଥିବା ବେଳେ ଯାତ୍ରୀ ମାନେ ଭୟଭୀତ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି | ଖବର ପାଇ ମଇଦଲପୁର ପୋଲିସ ଘଟଣାସ୍ଥଳରେ ପହଁଚିଛି |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ଗବେଷକ ଡକ୍ଟର ଅଜିତ ବେହେରାଙ୍କୁ ମୁନିଗୁଡ଼ା ସାହିତ୍ୟ ସମ୍ମାନ

Sunil Chandra Nayak

ନବରଙ୍ଗପୁର ରେ ଲୋକମହୋତ୍ସବ ମଣ୍ଡେଇ ପର୍ବ ପାଇଁ ପଡିଆ ପ୍ରସ୍ତୁତି

Sunil Chandra Nayak

ତୀର୍ଯ୍ୟକ

Sunil Chandra Nayak

Leave a Comment

error: Content is protected !!