ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରବଳ ଖରା ଯୋଗୁଁ ଗୁରୁବାରଠାରୁ ମେ ୨ ପର୍ଯ୍ୟନ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଛୁଟି

ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତା କାଲିଠାରୁ ମେ ୨ ପର୍ଯ୍ୟନ୍ତ ରାଜ୍ୟର ସବୁ ବୈଷୟିକ ବିଶ୍ବ ଶିକ୍ଷାନୁଷ୍ଠାନ ଛୁଟି ରହିବ । ତେବେ ପାଠପଢା ବନ୍ଦ ରହିଲେ ବି ପରୀକ୍ଷା ପୂର୍ବ କାର୍ଯ୍ୟସୂଚୀ ଅନୁସାରେ ଅନୁଷ୍ଠିତ ହେବ । ଏ ନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।ସୂଚନାଯୋଗ୍ୟ, ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସରକାର ପୂର୍ବରୁ ହିଁ ସ୍କୁଲ, କଲେଜଗୁଡ଼ିକୁ ଛୁଟି ଘୋଷଣା କରିସାରିଛନ୍ତି । ଗତ ଏପ୍ରିଲରୁ ୨୬ରୁ ୩୦ ପର୍ଯ୍ୟନ୍ତ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ଘରୋଇ ବିଦ୍ୟାଳୟ ବନ୍ଦ ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ । ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ, ଘରୋଇ ଓଡ଼ିଆ ଓ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଲାଗି ଏହି ନିୟମ ଲାଗୁ ହୋଇଛି । ସେହିପରି ମହାବିଦ୍ୟାଳୟ ଓ ବିଶ୍ବ ବିଦ୍ୟାଳୟ ଗୁଡ଼ିକ ଆସନ୍ତା ମେ ୨ ପର୍ଯ୍ୟନ୍ତ ବନ୍ଦ ରହିବ ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

କଣ୍ଟାଗାଁ ଡକାୟତି ମାମଲା :ଚୋରି ହୋଇଥିବା ମୋବାଇଲ ଖଣ୍ଡା ଓ ଅପରାଧ ରେ ବ୍ୟବହୃତ ଗାଡି ସହ ଚାରି ଗିରଫ ଓ କୋର୍ଟ ଚାଲାଣ

Sunil Chandra Nayak

ଦୁର୍ନୀତି ନିବାରଣ ସପ୍ତାହ ପାଳିତ

Sunil Chandra Nayak

ବାଲେଶ୍ବର – ପଞ୍ଚଲିଙ୍ଗେଶ୍ୱର ଯାତ୍ରୀ ସୁରକ୍ଷା କମିଟି ପକ୍ଷରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ

Leave a Comment

error: Content is protected !!