ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓଡିଶା ହକି ଚମ୍ପିୟାନସିପ ପ୍ରତିଯୋଗିତା ରେ ଭାଗ ନେବା ନିମନ୍ତେ କନ୍ଧମାଳ ଟିମ ର ଭୁବନେଶ୍ୱର ଯାତ୍ରା 

ଫୁଲବାଣୀ -: ଅଦ୍ୟ ତା ୧୨/୯/୨୦୨୨ ରିଖ ଦିନ କନ୍ଧମାଳ ଜ଼ିଲ୍ଲା ର ପୁରୁଷ ହକି ଟିମ ଓଡିଶା ହକି ଆସୋସିଏସନ ଚମ୍ପିୟାନସିପ ପ୍ରତିଯୋଗିତା ରେ ଭାଗ ନେବା ନିମନ୍ତେ ନକୁଳ ପ୍ରଧାନ ଙ୍କ ନେତୃତ୍ୱ ରେ ୧୬ ଜଣ ଖେଳାଳି ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଛନ୍ତି । କୋଚ ଭାବରେ ସାମନ୍ତ ବିଶୋଇ ଓ ମ୍ୟାନେଜେର ଭାବରେ ସିଦ୍ଧାନ୍ତ କୁମାର ପ୍ରଧାନ ଦଳ ସହ ଯାତ୍ରା କରିଛନ୍ତି । କନ୍ଧମାଳ ଜ଼ିଲ୍ଲା ହକି ଆସୋସିଏସନ ପକ୍ଷରୁ ଏହି ଚମ୍ପିୟାନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ସୂଚନା ମିଳିଛି। ଜିଲ୍ଲା କ୍ରୀଡ଼ା ଅଧିକାରୀ ଜିତେନ୍ଦ୍ର କୁମାର ମହାକୁଡ଼,ଧନୁତୀର ପ୍ରଶିକ୍ଷକ ଆଶାରାମ ହାଁସଦା ଫୂଟବଲ ପ୍ରଶିକ୍ଷକ ଯୋଶପାଲ ଉର୍ମା, ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ର ସହ କର୍ମୀ ସତ୍ୟବାନ ଦଳବେହେରା ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନେ ଏହି ପ୍ରତିଯୋଗୀତା ରେ ଭଲ ଖେଳ ପ୍ରଦର୍ଶନ କରି ଚାମିୟାନ ହେବା ପାଇଁ ଉତ୍ସାହିତ କରିଥିଲେ ।

ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ 

Related posts

ବ୍ରଜନାଥ ବଡ଼ଜେନା ସାହିତ୍ୟ ପରିଷଦ ପକ୍ଷରୁ ୨୫ ତମ ଆଭାସୀ କବିତା ଆସର 

Sunil Chandra Nayak

ରାଜପୁର ଅମୃତ ଧାରା ଅଚଳ, ମିଳୁନି ପିଇବା ପାଣି

Sunil Chandra Nayak

ଜାନକୀ ମହାନ୍ତ ଙ୍କ କବିତା କ୍ରାନ୍ତିର କଲମ

Sunil Chandra Nayak

Leave a Comment

error: Content is protected !!