ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରା ବ୍ଲକ ସରପଞ୍ଚ ସଂଘ ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

କୋକସରା,୨୨/୫-(ମ ନି ସ) ରବିବାର କୋକସରା ବ୍ଲକ ମୋଟେର ରାଜୀବ ଗାନ୍ଧୀ ସେବାକେନ୍ଦ୍ର ଠାରେ କୋକସରା ବ୍ଲକ ସରପଞ୍ଚ ସଙ୍ଘ ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ସରପଞ୍ଚ ସଂଘ ବ୍ଲକ ସଭାପତି ତଥା ଲଡୁଗାଁ ସରପଞ୍ଚ ନକୁଳ ନାଏକ ଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ସଙ୍ଘ ଉପ ସଭାନେତ୍ରୀ ପୁଷ୍ପାଞ୍ଜଳି ନାଏକ, ସମ୍ପାଦକ ଇଶରାମ କୋଳଥିଆ ମଞ୍ଚାସିନ ରହିଥିବା ବେଳେ କୋକସରା ବ୍ଲକ ର ବିଭିନ୍ନ ପଞ୍ଚାୟତ ର ସରପଞ୍ଚ ତାଙ୍କ ପ୍ରତିନିଧି ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନେ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକାରିଣୀ ବୈଠକରେ ଆଗାମୀ ଦିନରେ ସରକାର ଙ୍କ ଦ୍ଵାରା ଆସୁଥିବା ବିଭିନ୍ନ ଅନୁଦାନ ର ସଫଳ ବିନିଯୋଗ ସହ ପଞ୍ଚାୟତ ର ବିକାଶ ଉପରେ ସମସ୍ତେ ମତ ରଖିଥିଲେ। ପଞ୍ଚାୟତ ରେ ରହିଥିବା ଲୋକଙ୍କ ସମସ୍ୟା କୁ ପ୍ରଶାସନ ନଜର କୁ ଆଣି କେମିତି ତାର ସମାଧାନ ହେବ ଓ ଲୋକ ଉପକୃତ ହେବେ ସେନେଇ କାର୍ଯ୍ୟ କରିବାକୁ ସଙ୍ଘ ସଭାପତି ମତ ରଖିଥିଲେ। କାଉଡୋଳା ପଞ୍ଚାୟତ ର ନିର୍ବାହୀ ଅଧିକାରୀ ନୀଳାଦ୍ରି ମେହେର ପଞ୍ଚାୟତ ରେ କାର୍ଯ୍ୟକାରୀ ହେଉଥିବା ଯୋଜନା ଓ ତାର ବିନିଯୋଗ ଉପରେ ମତ ରଖିଥିଲେ। ପିଇଓ ସଂଘ ର ବ୍ଲକ ସଭାପତି ପୁରୁଷୋତ୍ତମ ମାଝୀ, ଅରବିନ୍ଦ ମେହେର, ନିରଞ୍ଜନ ସୁନାନୀ, ଗୌତମ ନାଗ ପ୍ରମୁଖ ଉପସ୍ଥିତ ରହିଥିଲେ।

Related posts

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ଜୟ ଗଣେଶ

Sunil Chandra Nayak

ବି ଆର୍ ଜି ଛକ ଠାରେ ବସ୍ ଧକ୍କାରେ ଜଣେ ମହିଳା ମୃତ

Sunil Chandra Nayak

ଶ୍ରୀମଦ୍ ଭଗବତ୍ ଗୀତାର ପଞ୍ଚମ ଅଧ୍ଯାୟର ସାରକଥା–୫

Leave a Comment

error: Content is protected !!