ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରା ବ୍ଲକ ସରପଞ୍ଚ ସଂଘ ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

କୋକସରା,୨୨/୫-(ମ ନି ସ) ରବିବାର କୋକସରା ବ୍ଲକ ମୋଟେର ରାଜୀବ ଗାନ୍ଧୀ ସେବାକେନ୍ଦ୍ର ଠାରେ କୋକସରା ବ୍ଲକ ସରପଞ୍ଚ ସଙ୍ଘ ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ସରପଞ୍ଚ ସଂଘ ବ୍ଲକ ସଭାପତି ତଥା ଲଡୁଗାଁ ସରପଞ୍ଚ ନକୁଳ ନାଏକ ଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ସଙ୍ଘ ଉପ ସଭାନେତ୍ରୀ ପୁଷ୍ପାଞ୍ଜଳି ନାଏକ, ସମ୍ପାଦକ ଇଶରାମ କୋଳଥିଆ ମଞ୍ଚାସିନ ରହିଥିବା ବେଳେ କୋକସରା ବ୍ଲକ ର ବିଭିନ୍ନ ପଞ୍ଚାୟତ ର ସରପଞ୍ଚ ତାଙ୍କ ପ୍ରତିନିଧି ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନେ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକାରିଣୀ ବୈଠକରେ ଆଗାମୀ ଦିନରେ ସରକାର ଙ୍କ ଦ୍ଵାରା ଆସୁଥିବା ବିଭିନ୍ନ ଅନୁଦାନ ର ସଫଳ ବିନିଯୋଗ ସହ ପଞ୍ଚାୟତ ର ବିକାଶ ଉପରେ ସମସ୍ତେ ମତ ରଖିଥିଲେ। ପଞ୍ଚାୟତ ରେ ରହିଥିବା ଲୋକଙ୍କ ସମସ୍ୟା କୁ ପ୍ରଶାସନ ନଜର କୁ ଆଣି କେମିତି ତାର ସମାଧାନ ହେବ ଓ ଲୋକ ଉପକୃତ ହେବେ ସେନେଇ କାର୍ଯ୍ୟ କରିବାକୁ ସଙ୍ଘ ସଭାପତି ମତ ରଖିଥିଲେ। କାଉଡୋଳା ପଞ୍ଚାୟତ ର ନିର୍ବାହୀ ଅଧିକାରୀ ନୀଳାଦ୍ରି ମେହେର ପଞ୍ଚାୟତ ରେ କାର୍ଯ୍ୟକାରୀ ହେଉଥିବା ଯୋଜନା ଓ ତାର ବିନିଯୋଗ ଉପରେ ମତ ରଖିଥିଲେ। ପିଇଓ ସଂଘ ର ବ୍ଲକ ସଭାପତି ପୁରୁଷୋତ୍ତମ ମାଝୀ, ଅରବିନ୍ଦ ମେହେର, ନିରଞ୍ଜନ ସୁନାନୀ, ଗୌତମ ନାଗ ପ୍ରମୁଖ ଉପସ୍ଥିତ ରହିଥିଲେ।

Related posts

ପ୍ରଧାନମନ୍ତ୍ରୀ ଆବାସ ଘର କୁ ଭାଙ୍ଗି ତହସିଲଦାର ଅଡୁଆରେ !

Sunil Chandra Nayak

ରାଇରଙ୍ଗପୁର ଟାଉନ ଥାନାରେ ସଂପର୍କ ଆନୁକୁଲ୍ୟରେ ‘ଶିଶୁ ମିତ୍ର ଥାନା’ ଉଦଘାଟିତ

Sunil Chandra Nayak

ରାଇରଙ୍ଗପୁରରେ ରୁଙ୍ଗୁଟା ମାଇନସର ଜମି ଅଧିଗ୍ରହଣ ନେଇ ବ୍ୟାପକ ପ୍ରସ୍ତୁତି

Sunil Chandra Nayak

Leave a Comment

error: Content is protected !!