ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାଓବାଦୀଙ୍କୁ ଯୋଗାଯୋଗ ଉପକରଣ ଯୋଗାଣ ଅଭିଯୋଗ 

ନର୍ଲା ପୁଲିସ ଦ୍ୱାରା ଲାଞ୍ଜିଗଡ଼ରୋଡ଼ର ୩ ଗିରଫ

ଲାଞ୍ଜିଗଡ଼,୦୮/୦୩-କଳାହାଣ୍ଡି ଜିଲ୍ଲାରେ ଦୀର୍ଘ ବର୍ଷ ଧରି ସକ୍ରିୟ ଥିବା ମାଓବାଦୀଙ୍କ ବଂଶଧାରା ଘୁମୁସର ନାଗାବଳୀ ଡିଭିଜନାଲ କମିଟିର ଗତିବିଧି ସାମାନ୍ୟ ହ୍ରାସ ପାଇଥିବାବେଳେ ଏବେ ବଲାଙ୍ଗୀର, କନ୍ଧମାଳ ସୀମାନ୍ତ ଦେଇ କଳାହାଣ୍ଡି ଜିଲ୍ଲାରେ ଧିରେଧିରେ ନିଜର ପତିଆରା ଜାହିର ପାଇଁ ଉଦ୍ୟମ ଆରମ୍ଭ କରିଦେଇଛି ମାଓବାଦୀଙ୍କ କେକେବିଏନ୍ ଡିଭିିଜନ । ଏହି ଡିଭିଜନ ଦ୍ୱାରା ଖଞ୍ଜାଯାଇଥିବା ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ମୃତ୍ୟୁ ଘଟିଥିବାବେଳେ ଏହି ସଂଗଠନ ପାଇଁ ପାଣ୍ଠି ଯୋଗାଡ, ଅସ୍ତ୍ରଶସ୍ତ୍ର ଯୋଗାଡ ସହିତ ଯୋଗାଯୋଗ ଉପକରଣ ଯୋଗାଣରେ ସଂପୃକ୍ତ ଥିବା ଅଭିଯୋଗରେ ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ରୋଡ଼ରୁ ତିନିଜଣଙ୍କୁ ସନ୍ଦିଗ୍ଧ ଭାବେ ଗିରଫ କରିଛି ନର୍ଲା ପୁଲିସ । ନର୍ଲା ପୁଲିସ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ଲାଞ୍ଜିଗଡ଼ରୋଡ଼ର ପ୍ରବୀଣ କୁମାର ରାଉତ ତାଙ୍କ ପୁଅ ଓ ଭଣଜାଙ୍କୁ ନକ୍ସଲ ସଂଗଠନକୁ ସମର୍ଥନ ସହିତ ଅସ୍ତ୍ରଶସ୍ତ୍ର ଯୋଗାଣ, ପାଣ୍ଠି ଯୋଗାଡ ଆଦି ଅଭିଯୋଗରେ ନର୍ଲା ପୁଲିସ ପକ୍ଷରୁ ତିନିଜଣଙ୍କୁ ଅଟକ ରଖି ପଚରାଉଚୁରା କରାଯିବା ପରେ ପ୍ରବୀଣ ରାଉତ ନକ୍ସଲ ସଂଗଠନ ସହିତ ସଂପର୍କ ରଖି ଜଣେ ମିଲିସିଆ ଭାବେ କାର୍ଯ୍ୟ କରୁଥିଲେ ବୋଲି ପୁଲିସ କହିଛି । ତେବେ ସେ ନିଜେ ନକ୍ସଲ ସଂଗଠନ ସହିତ ସଂପୃକ୍ତ ଥାଇପାରନ୍ତି କିନ୍ତୁ ତାଙ୍କ ପୁଅ ଓ ଭଣଜା ଏଥିରେ ସଂପୃକ୍ତ ନଥିବା ସ୍ଥାନୀୟ ଲୋକେ କୁହାକୁହି ହେଉଥିବାବେଳେ ଏ ନେଇ ନର୍ଲା ଥାନା କେସ୍ ନଂ ୩୦ରେ ଏକ ମାମଲା ରୁଜୁ କରାଯାଇ ସେମାନଙ୍କଠାରୁ ଦୁଇଟି ୱାକିଟକି, ଚାର୍ଜର ଓ ମୋବାଇଲ ଜବତ କରାଯାଇଛି । କଳାହାଣ୍ଡି ଏସ୍‌ପି ଡ. ଶ୍ରବଣ ବିବେକ ଏମ୍ ଙ୍କ ନିର୍ଦ୍ଦେଶରେ କେସିଙ୍ଗା ଏସ୍‌ଡିପିଓ ଅଭିନବ ସୋନକରଙ୍କ ତତ୍ତ୍ୱାବଧାନରେ ନର୍ଲା ଥାନାଧିକାରୀ ରେଣୁକା ସୁନା, ଏସ୍‌ଆଇ ବଂଶୀଧର ସାମଲ, ସିକେରକୁପା ଫାଣ୍ଡି ଅଧିକାରୀ ସୁବାସ କୁମାର ଗୁରୁଙ୍କ ସମେତ ପୁଲିସ କର୍ମଚାରୀମାନେ ତଦନ୍ତରେ ସାମିଲ ହୋଇଥିଲେ ।

ଲାଞ୍ଜିଗଡରୁ ସୁଶୀଲ କୁମାର ବାଗଙ୍କ ରିପୋର୍ଟ

Related posts

କଣ୍ଟାଗାଁ ମୌଜାରେ ଧାନ ଫସଲ ନଷ୍ଟ :କ୍ଷତିପୂରଣ ଦାବୀ

Sunil Chandra Nayak

କୋକସରା ବ୍ଲକ ର ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗଦେଲେ ରାଜ୍ୟସଭା ସାଂସଦ ସୁଜିତ ସେଠ

Sunil Chandra Nayak

ତେନ୍ତୁଳିଖୁଣ୍ଟି ବ୍ଲକ ଶିକ୍ଷା ବିଭାଗର ରେ ନୂତନ ବିଇଓଙ୍କ ଯୋଗଦାନ

Sunil Chandra Nayak

Leave a Comment

error: Content is protected !!