ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭୁବନେଶ୍ବରରେ ବ୍ୟାଟେରି ଚାଲିତ ‘ମୋ ବସ୍‌’ ଏବଂ ‘ଅଟୋ ରିକ୍ସା’ର ଆନୁଷ୍ଠାନିକ ଭାବେ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରି

‘ମୋ ଇ-ରାଇଡ’ରେ ଶତପ୍ରତିଶତ ମହିଳା ଓ କିନ୍ନରଙ୍କୁ ସାରଥୀ ଭାବରେ ନିଯୁକ୍ତି: କ୍ରୁଟ୍‌

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ବରରେ ବ୍ୟାଟେରି ଚାଲିତ ‘ମୋ ବସ୍‌’ ଏବଂ ‘ଅଟୋ ରିକ୍ସା’ର ଆନୁଷ୍ଠାନିକ ଭାବେ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏୟାରପୋର୍ଟ ରୋଡ୍‌ ନବୀନ ନିବାସ ସାମ୍ନାରେ ଉଭୟ ମୋ ଇ-ରାଇଡ ଏବଂ ଇ-ବସ୍‌କୁ ଶୁଭାରମ୍ଭ କରିଛନ୍ତି। ଉଭୟ ଇ-ରାଇଡ୍‌ ଓ ଇ-ବସ୍‌ ବାୟୁ ଏବଂ ଶବ୍ଦ ପ୍ରଦୂଷଣ ମୁକ୍ତ ହୋଇଥିବା ବେଳେ ଏହି ସେବା ‘ମୋ ବସ୍‌’ ଯାତ୍ରୀମାନଙ୍କ ପ୍ରଥମ ଓ ଶେଷ ମାଇଲ୍‌ ସଂଯୋଗୀକରଣ କରିବ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର ଏୟାରପୋର୍ଟ ଛକ ଠାରେ ଇ-ବସ ଓ ଇ-ରିକ୍ସା ଚଳାଚଳର ଶୁଭାରମ୍ଭ କରିଛନ୍ତି। ଗାଡିଗୁଡ଼ିକୁ ସେ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହା ଦ୍ବାରା ସହରରେ ବାୟୁ ପ୍ରଦୂଷଣ କମ୍ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ ପଦକ୍ଷେପ ଆରମ୍ଭ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୧୦ଟି ଇ-ବସ ଓ ୫୦ ଟି ଇ-ରିକ୍ସା ଚଳାଚଳ ବ୍ୟବସ୍ଥା ଆରମ୍ଭ ହୋଇଛି। ଆଗାମୀ ଦିନରେ ୫୦ ଟି ଇ ବସ ଚଳାଚଳ କରାଯିବାର ଲକ୍ଷ୍ୟ ରଖା ଯାଇଛି। ଲିଙ୍ଗ ସମାନତା ଉପରେ ଗୁରୁତ୍ବ ଦିଆଯାଇ ପ୍ରତ୍ୟେକ କ୍ରୁଟ ପକ୍ଷରୁ ଗାଇଡ୍‌ ଭାବରେ ୫୦ ପ୍ରତିଶତ ମହିଳାଙ୍କୁ ନିଯୁକ୍ତ କରାଯାଇଛି। ଅନ୍ୟାନ୍ୟ କାର୍ଯ୍ୟ ପାଇଁ ମଧ୍ୟ ମହିଳାଙ୍କ ନିଯୁକ୍ତି ଉପରେ ଗୁରୁତ୍ବ ଦିଆଯାଇଛି । ପ୍ରତ୍ୟେକ ବସରେ ୩୦ ଟି ଆସନ ରହିଥିବା ବେଳେ ମହିଳା ମାନଙ୍କ ପାଇଁ ସଂରକ୍ଷିତ ଆସନ ଗୁଡ଼ିକୁ ଗୋଲାପି ରଙ୍ଗରେ ଚିହ୍ନିତ କରାଯାଇଛି।

ଇ-ବସ୍‌ଗୁଡ଼ିକ ‘ମୋ ବସ୍‌’ର ୪ଟି ରୁଟ୍‌ରେ ହିଁ ଗତି କରିବ। ସମସ୍ତ ଇ-ବସ୍‌ରେ ଏସି ସୁବିଧା ସହିତ, ମହିଳା ଯାତ୍ରୀମାନଙ୍କ ପାଇଁ ଗୋଲାପୀ ରଙ୍ଗର ସଂରକ୍ଷିତ ସିଟ୍‌ ରହିଛି। ଇ-ବସ୍‌ ଗାଇଡ ଭାବରେ ୫୦% ପ୍ରତିଶତ ମହିଳା ଓ ମୋ ଇ-ରାଇଡରେ ଶତପ୍ରତିଶତ ମହିଳା ଓ କିନ୍ନରଙ୍କୁ ସାରଥୀ ଭାବରେ ନିଯୁକ୍ତି ଦିଆଯାଇଛି। ଏହାଦ୍ବାରା କ୍ରୁଟ୍‌ର ମୁଖ୍ୟ ଲକ୍ଷ୍ୟ ସ୍ପଷ୍ଟ ପ୍ରତିଫଳିତ ହୋଇଛି। ପ୍ରଥମ ଥର ପାଇଁ ରାଜ୍ୟରେ ଏକ ନୂତନ ପଦକ୍ଷେପ ଭାବରେ କ୍ରୁଟ୍‌ ପକ୍ଷରୁ ମହିଳାମାନଙ୍କୁ ‘ମୋ ବସ୍‌’ ଚାଳନା ପାଇଁ ସୁଯୋଗ ଦିଆଯାଇଛି।

ଏହି ନୂତନ ସେବାର ଶୁଭାରମ୍ଭ ଉପଲକ୍ଷେ ସାଧାରଣ ଯାତ୍ରୀମାନେ ଜୁଲାଇ ୨୯ରୁ ୩୧ ତାରିଖ ପର୍ଯ୍ୟନ୍ତ ବିନା ଟିକେଟ୍‌ରେ ପ୍ରଦୂଷଣ ବିହୀନ ଇ-ବସ୍‌ ଯାତ୍ରାର ଅନୁଭବ ନେଇପାରିବେ। ସେହିପରି ଏହି ସେବା ଦ୍ବାରା ୫୦୦ରୁ ଊର୍ଦ୍ଧ୍ବ ରୋଜଗାର ସୃଷ୍ଟି ହୋଇଥିବା ବେଳେ ଆଗାମୀ ଦିନରେ ଆହୁରି ଅଧିକ ରୋଜଗାର ସୃଷ୍ଟି ହେବାର ସମ୍ଭାବନା ରହିଛି। ଇ-ବସ୍‌ର ଟିକେଟ ମୂଲ୍ୟ ସାଧାରଣ ଏସି ବସ୍‌ ଟିକେଟ୍‌ ମୂଲ୍ୟ ସହିତ ସମାନ ରହିଛି। ଆବଶ୍ୟକ ଯାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ବସ୍‌ ଟିକେଟ୍‌ ମୂଲ୍ୟରେ ରିହାତି ପୂର୍ବଭଳି ସମାନ ରହିଛି। ମୋ ଇ-ରାଇଡ ଭୁବନେଶ୍ବରର ପଟିଆ, ପାତ୍ରପଡ଼ା ଏବଂ ପୋଖରିପୁଟ ଅଞ୍ଚଳର ବିଭିନ୍ନ ରୁଟ୍‌ରେ ଗଡ଼ିବା ସହିତ ଏହାର ଟିକେଟ୍‌ ମୂଲ୍ୟ ଫ୍ଲାଟ ୧୦ ଟଙ୍କା ରହିଛି।

ରାଜ୍ୟ ସରକାର ଏବଂ ମୋ ବସ୍‌ ବ୍ୟବହାର କରୁଥିବା ପ୍ରତ୍ୟେକ ଯାତ୍ରୀମାନଙ୍କୁ ଧନ୍ୟବାଦ ଜଣାଇ କ୍ରୁଟ୍‌ ମହାପ୍ରବନ୍ଧକ ଦୀପ୍ତି ମହାପାତ୍ର କହିଛନ୍ତି ଯେ, ବର୍ତ୍ତମାନ ସମୟକୁ ଲକ୍ଷ୍ୟ କଲେ ବୈଦ୍ୟୁତିକ ଯାନର ଆବଶ୍ୟକତା ଅଧିକ ରହିଛି। କ୍ରୁଟ୍‌ ପକ୍ଷରୁ ନିଆଯାଉଥିବା ପ୍ରତ୍ୟେକଟି ପଦକ୍ଷେପଗୁଡ଼ିକ ସର୍ବଦା ଅଧିକ ଲୋକପ୍ରିୟତା ହାସଲ କରିଆସୁଛି। ମୋ ଇ-ରାଇଡ୍‌ରେ ବିଶେଷ କରି ମହିଳା ଓ କିନ୍ନର ତଥା ଲିଙ୍ଗ ଅନ୍ତର୍ଭୁକ୍ତତାକୁ ଅଧିକ ଗୁରୁତ୍ବ ଦିଆଯାଉଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ରୁପ୍ରା ରୋଡ ଠାରେ ଶାରଦୀୟ ଦୁର୍ଗା ପୂଜା ଆରମ୍ଭ

Sunil Chandra Nayak

ତେନ୍ତୁଳିଖୁଣ୍ଟି ପୋଲିସ ଗଞ୍ଜେଇ ଚାଲଣ ଅଭିଯୋଗରେ ଜଣକୁ ଗିରଫ କଲା

Sunil Chandra Nayak

ଅବିନାଶ ମହାପାତ୍ର ଙ୍କ କବିତା ମୁଁ ଏକା ତୁମର 

Sunil Chandra Nayak

Leave a Comment

error: Content is protected !!